PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଆନ୍ତର୍ଜାତୀୟ ବଜାରରେ ମହଙ୍ଗା ହେଲା ଅଶୋଧିତ ତୈଳ, ବଢିପାରେ ପେଟ୍ରୋଲ୍-ଡିଜେଲ୍ ଦର

ନୁଆଦିଲ୍ଲୀ ୨୨/୭: ଆନ୍ତର୍ଜାତୀୟ ବଜାରରେ ସୋମବାର ଅଶୋଧିତ ତୈଳର ଦାମ ୨ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ଇରାନ୍ ଦ୍ୱାରା ବ୍ରିଟିଶ୍  ଟ୍ଯାଙ୍କରକୁ ଜବତ କରିବା ଘଟଣା ପରେ ଖାଡି ଅଞ୍ଚଳରେ ତିକ୍ତତା ବଢିବା ଯୋଗୁଁ ଅଶୋଧିତ ତୈଳର ଦାମ ବୃଦ୍ଧି ପାଇଛି । ଏହି ବୃଦ୍ଧି ୩ ଦିନ ହେବ ଲଗାତାର ଜାରି ରହିଛି । ଅବଶ୍ୟ ପ୍ରାଇଭେଟ୍ ତେଲ ବିପଣନ କମ୍ପାନୀମାନେ ପେଟ୍ରୋଲ୍ ଓ ଡିଜେଲର ଦାମରେ କୌଣସି ପରିବର୍ତ୍ତନ କରିନାହାଁନ୍ତି ।  ଆନ୍ତର୍ଜାତୀୟ ବଜାରରେ ତେଲର ମୂଲ୍ୟରେ ଆସିଥିବା ତୀବ୍ରତା ଯୋଗୁଁ ଭାରତୀୟ ବଜାରରେ ମଧ୍ଯ ଅଶୋଧିତ ତୈଳର ମୂଲ୍ଯରେ ପ୍ରାୟ ୨.୫ ପ୍ରତିଶତ ବୃଦ୍ଧି ପାଇଛି ।

ଇଣ୍ଡିଆନ୍ ଅଏଲର ୱେବସାଇଟ୍ ଅନୁସାରେ ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ସୋମବାର ପେଟ୍ରୋଲ ଦାମ୍ ପୂର୍ବଭଳି ଯଥା କ୍ରମଶଃ ୭୩.୩୫ ଟଙ୍କା, ୭୫.୭୭ ଟଙ୍କା, ୭୮.୯୬ ଟଙ୍କା ଓ ୭୬.୧୮ ଟଙ୍କା ପ୍ରତି ଲିଟର ରହିଛି । ୪ଟି ମହାନଗରରେ ଡିଜେଲର ଦାମ୍ ପୂର୍ବଭଳି ଯଥା କ୍ରମଶଃ ୬୬.୨୪ ଟଙ୍କା, ୬୮.୩୧ ଟଙ୍କା ଓ ୬୯.୪୩ ଏବଂ ୬୯.୯୬ ଟଙ୍କା ପ୍ରତି ଲିଟର ରହିଛି । ଡିଜେଲର ଦାମରେ ଲଗାତାର ୧୦ ଦିନରୁ ସ୍ଥିରତା ରହିଛି ଏବଂ ପେଟ୍ରୋଲ୍ ଦାମରେ ମଧ୍ଯ ଲଗାତାର ୪ର୍ଥ ଦିନରେ କୌଣସି ପରିବର୍ତ୍ତନ ଆସିନି । ତେବେ ଅଶୋଧିତ ତୈଳର ମୂଲ୍ଯ ବୃଦ୍ଧି ଯୋଗୁଁ ଅଗଷ୍ଟ ଆରମ୍ଭରୁ ତେଳ ଦର ବଢିବା ଅନୁମାନ କରାଯାଉଛି ।