ନୂଆଦିଲ୍ଲୀ : ଆଇପିଏଲର ୨୭ତମ ମ୍ୟାଚ୍ । ୯ ଓ୍ବିକେଟରେ ୧୯୪ ରନ କଲା ହାଇଦ୍ରାବାଦ । ଚେନ୍ନାଇ ଆଗରେ ୧୯୫ ରନର ବିଜୟ ଲକ୍ଷ୍ୟ । ଅଭିଶେଖ କ ଶର୍ମା ଏବଂ କ୍ଲାସେନଙ୍କ ଅର୍ଦ୍ଧଶତକୀୟ ପାଳି ଦଳରେ ଏହି ସ୍କୋର କରିବାରେ ସକ୍ଷମ ହୋଇଛି ହାଇଦ୍ରାବାଦ । ସେପଟେ ଚେନ୍ନାଇ ପକ୍ଷରୁ କମ୍ବୁଜ୍ ସର୍ବାଧିକ ୩ ଓ୍ବିକେଟ୍ ନେଇଛନ୍ତି ।

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ । ହାଇଦ୍ରାବାଦକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ହାଇଦ୍ରାବାଦର ଦୁଇ ଓପନର ବ୍ୟାଟ୍ସମ୍ୟାନ ଭଲ ଆରମ୍ଭ କରିଥିଲେ । ହେଡ ୨୩ ରନ କରିଥିବାବେଳେ ଅଭିଶେକ ଶର୍ମା ୫୯ ରନ କରିବାରେ ସକ୍ଷମ ହୋଇଥିଲେ । ଅଧିନାୟକ ଇଶାନ କିଷନ ଆଜିର ମ୍ୟାଚରେ ଖାତା ଖୋଲିନଥିବାବେଳେ ପରେ ପରେ କ୍ଲାସେନ ୫୯ ରନ କରିଛନ୍ତି । ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ନିଶିତ କୁମାର ରେଡ୍ଡି ୧୨, ଶଲିଲ ଅରୋରା ୧୩ ରନ କରିଛନ୍ତି । ଦଳର ବାକି କୌଣସି ଖେଳାଳି ବଡ଼ ପାଳି ଖେଳିନାହାନ୍ତି । ସେପଟେ ଚେନ୍ନାଇ ପକ୍ଷରୁ ମୁକେଶ ଚୌଧୁରୀ ୨ ଏବଂ ଗୁରମିତ ସିଂହ ଗୋଟିଏ ଓ୍ବିକେଟ୍ ନେଇଛନ୍ତି ।

ଏହାସହ ପଢ଼ନ୍ତୁ ମହିଳା ସଂରକ୍ଷଣ ବିଲକୁ ବିରୋଧ କରି ପାପ କରିଛନ୍ତି ବିରୋଧୀ : ପ୍ରଧାନମନ୍ତ୍ରୀ