PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

୧୦ମ ଥର ପାଇଁ IPL ଫାଇନାଲରେ ଚେନ୍ନାଇ ସୁପର୍‌ କିଙ୍ଗସ୍, କ୍ବାଲିଫାୟର ମ୍ୟାଚରେ ଚିତ୍‌ପଟ୍ଟାଙ୍ଗ ଗୁଜରାଟ ଟାଇଟନ୍ସ

ଚେନ୍ନାଇ ୨୩/ ୦୫: ଲାଗୁଥିଲା ମ୍ୟାଚ୍‌ ରୋମାଞ୍ଚକର ହେବ । ଗିଲଙ୍କ ପ୍ରାରମ୍ଭିକ ବ୍ୟାଟିଂ କିଛି ସେଭଳି ଥିଲା । ଶେଷରେ ରାସିଦ ଖାନଙ୍କ ବିସ୍ଫୋରକ ବ୍ୟାଟିଂ ଗୁଜରାଟକୁ ବିଜୟ ଆଡକୁ ଅଗ୍ରସର କରାଇଥିଲା । କିନ୍ତୁ ଚେନ୍ନାଇ ବୋଲର ତାହା କରାଇ ଦେଇନଥିଲେ । ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ୧୦ତମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ଚେନ୍ନାଇ ସୁପର୍‌ କିଙ୍ଗସ୍‌ । ଗୁଜରାଟ ଟାଇଟନ୍ସକୁ ୧୫ ରନରେ ହରାଇ ଆଇପିଏଲ୍‌ ଫାଇନାଲରେ ପହଞ୍ଚିଯାଇଛି ଧୋନୀ ବାହିନୀ । ୧୭୩ ରନର ପିଛା କରିବାକୁ ଯାଇ ସମସ୍ତ ଓ୍ବିକେଟ୍‌ ହରାଇ ୧୫୭ ରନ କରିବାକୁ ସକ୍ଷମ ହୋଇଥିଲା ଗୁଜରାଟ ଟାଇଟନ୍ସ । ସିଏସ୍‌କେ ବୋଲରଙ୍କ ଶାଣିତ ବୋଲିଂ ଆଗରେ ଫେଲ୍‌ ମାରିଥିଲେ ଗୁଜରାଟର ମିଡିଲ୍‌ ଅର୍ଡର୍‌ ବ୍ୟାଟର୍‌ । ଫଳରେ ଦଳ କ୍ବାଲିଫାୟର-୧ରେ ପରାଜୟର ସ୍ବାଦ ଚାଖିଛି ।

ଗୁଜରାଟ ଟାଇଟନ୍ସ ପକ୍ଷରୁ ଓପନର ରିଦ୍ଧିମାନ ଶାହ ୧୨ ରନ କରି ପ୍ୟାଭିଲିୟନ ଫେରିଥିବା ବେଳେ ଶୁବମାନ ଗିଲ୍‌ ୩୮ ବଲ ଖେଳି ୪୨ ରନ, ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟା ୮ ରନ, ଦାସୁନ ଶନାକା ୧୭ ରନ, ଡେଭିଡ୍‌ ମିଲର ୪ ରନ, ବିଜୟ ଶଙ୍କର ୧୪ ରନ, ରାହୁଲ ତେଓ୍ବାତିୟା ୩ ରନ, ଦର୍ଶନ ନାଲକାଣ୍ଡେ ୦ ରନ କରି ଆଉଟ ହୋଇଛନ୍ତି । ରାସିଦ ଖାନ ୧୬ ବଲ ଖେଳି ୩୦ ରନ କରି ଆଉଟ ହୋଇଛନ୍ତି । ମହମ୍ମଦ ସାମି ୫ ରନ କରି ଆଉଟ ହୋଇଥିଲେ ଓ ନୂର ଅହମଦ ୭ ରନ କରି ଅପରାଜିତ ଥିଲେ ।

ଚେନ୍ନାଇ ସୁପର କିଙ୍ଗସ୍‌ ପକ୍ଷରୁ ଦୀପକ ଚହର ୪ ଓଭରରେ ୨୯ ରନ ଦେଇ ୨ଟି ଓ୍ବିକେଟ ନେଇଥିବା ବେଳେ, ମହେଶ ଥିକସାନା ୪ ଓଭରରେ ୨୮ ରନ ୨ ଓ୍ବିକେଟ, ରବିନ୍ଦ୍ର ଜାଡେଜା ୪ ଓଭରରେ ୧୮ ରନ ୨ ଓ୍ବିକେଟ, ମଥିସା ପଥିରାଣା ୪ ଓଭରରେ ୩୭ ରନ ଦେଇ ୨ ଓ୍ବିକେଟ ଓ ତୁଷାର ଦେଶପାଣ୍ଡେ ୪ ଓଭରରେ ୪୩ ରନ ଦେଇ ଗୋଟିଏ ଓ୍ବିକେଟ୍‌ ନେଇଛନ୍ତି ।

Image

ସମ୍ବନ୍ଧିତ ଖବର