IPL: ପୁଣି କମାଲ କଲେ ଚେନ୍ନାଇର ଓପନିଂ ଯୋଡି, ଚାଲିଲାନି ଧୋନିଙ୍କ ବ୍ୟାଟ୍, ଟାଇଟନ୍ସକୁ ଟାର୍ଗେଟ୍…

ଚେନ୍ନାଇ ୨୩/ ୦୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ପ୍ରଥମ କ୍ବାଲିଫାୟର ମ୍ୟାଚ୍ ଚେନ୍ନାଇ ସୁପର୍ କିଙ୍ଗସ୍ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଜାରି ରହିଛି । ଓପନର୍ଙ୍କ ଧମାକାଦାର ଆରମ୍ଭ ସତ୍ତ୍ବେ ବଡ ସ୍କୋର କରିବାରେ ବିଫଳ ହୋଇଛି ଚେନ୍ନାଇ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରିତ ହୋଇଥିବା ଚେନ୍ନାଇ ସୁପର୍ କିଙ୍ଗସ୍ ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ୍ ହରାଇ ସଂଗ୍ରହ କରିଛି ୧୭୨ ରନ୍ । ଗୁଜରାଟ ଟାଇଟନ୍ସ ଫାଇନାଲରେ ପ୍ରବେଶ କରିବାକୁ ହେଲେ ୧୭୩ ରନ କରିବାକୁ ହେବ ।
ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ଓପନର ଋତୁରାଜ ଗାଏକ୍ବାଡ ୪୪ ବଲ ଖେଳି ୭ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୬୦ ରନ କରି ଆଉଟ ହୋଇଥିବା ବେଳେ ଡେଭନ କନଓ୍ବେ ୩୪ ବଲରୁ ୪୦ ରନ କରି ଆଉଟ ହୋଇଛନ୍ତି । ଶିବମ ଦୁବେ ୧ ରନ, ଅଜିଙ୍କ୍ୟ ରାହାଣେ ୧୭ ରନ, ଅମ୍ବାତି ରାୟୁଡୁ ୧୭ ରନ, ଏମ୍ ଏସ୍ ଧୋନି ୧ ରନ କରି ଆଉଟ ହୋଇଛନ୍ତି । ରବିନ୍ଦ୍ର ଜାଡେଜା ୧୬ ବଲରୁ ୨୨ ରନ କରି ଆଉଟ ହୋଇଛନ୍ତି । ମୋଇନ ଅଲୀ ୯ ରନ କରି ଅପରାଜିତ ଅଛନ୍ତି ।
ଗୁଜରାଟ ଟାଇଟନ୍ସ ପକ୍ଷରୁ ଦର୍ଶନ ନାଲକଣ୍ଡେ ୪ ଓଭରରେ ୪୪ ରନ ଦେଇ ଗୋଟିଏ ଓ୍ବିକେଟ ନେଇଥିବା ବେଳେ ରାସିଦ ଖାନ ୪ ଓଭରରେ ୩୭ ରନ ୧ ଓ୍ବିକେଟ, ନୂର ଅହମଦ ୪ ଓଭରରେ ୨୯ ରନ ୧ ଓ୍ବିକେଟ, ମୋହିତ ଶର୍ମା ୪ ଓଭରରେ ୩୧ ରନ ୨ ଓ୍ବିକେଟ ଓ ମହମ୍ମଦ ସାମି ୪ ଓଭରରେ ୨୮ ରନ ଦେଇ ୨ଟି ଓ୍ବିକେଟ ନେଇଛନ୍ତି ।
You miss, I hit 😎
— IndianPremierLeague (@IPL) May 23, 2023
Noor Ahmad gets Shivam Dube with a beauty 🎯
Follow the match ▶️ https://t.co/LRYaj7cLY9#TATAIPL | #Qualifier1 | #GTvCSK pic.twitter.com/OjtjAsXLXT