ନୂଆଦିଲ୍ଲୀ,୦୪/୦୪; ଆଇପିଏଲ୍ରେ ପଞ୍ଜାବ କିଙ୍ଗ୍ସ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଶୁକ୍ରବାର ଚିପକ ଷ୍ଟାଡ଼ିୟମ୍ରେ ଅନୁଷ୍ଠିତ ସପ୍ତମ ଲିଗ୍ ମୁକାବିଲାରେ ଦଳ ୫ ୱିକେଟ୍ରେ ଘରୋଇ ଚେନ୍ନାଇକୁ ପରାସ୍ତ କରିଥିଲା । ଲଗାତାର ଦ୍ୱିତୀୟ ବିଜୟ ହାସଲ ପରେ ବି ପଞ୍ଜାବ କିଙ୍ଗ୍ସକୁ ଏକ ବଡ଼ ଝଟକା ଲାଗିଛି । ଦଳ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଥିବା ବେଳେ, ଏକ ସ୍ଲୋ ଓଭର-ରେଟ୍ ଅପରାଧ ଦଳକୁ ବହୁତ ମହଙ୍ଗା ପଡ଼ିଛି । ଅଧିନାୟକ ଶ୍ରେୟସ ଆୟରଙ୍କୁ ଭାରୀ ଦଣ୍ଡ ଦିଆଯାଇଛି । ଏହି ସିଜନରେ ପଞ୍ଜାବ କିଙ୍ଗ୍ସର ଦ୍ୱିତୀୟ ସ୍ଲୋ ଓଭର-ରେଟ୍ ମାମଲା । ଏହି କାରଣରୁ ଅଧିନାୟକ ଶ୍ରେୟସ ଆୟରଙ୍କୁ ଭାରୀ ଦଣ୍ଡ ଦିଆଯାଇଛି । ଇମ୍ପାକ୍ଟ ଖେଳାଳିଙ୍କ ସମେତ ସମଗ୍ର ପ୍ଲେଇଂ ଇଲେଭେନକୁ ସ୍ଲୋ ଓଭର ପାଇଁ ଦଣ୍ଡିତ କରାଯାଇଛି ।
ଚଳିତ ସିଜନରେ ଆଇପିଏଲ ଆଚରଣ ସଂହିତାର ଧାରା ୨.୨୨ ଅନୁଯାୟୀ ଏହା ତାଙ୍କ ଦଳର ଦ୍ୱିତୀୟ ଥର ପାଇଁ ସ୍ଲୋ ଓଭର ରେଟ୍ ଉଲ୍ଲଂଘନ ଥିଲା, ଏବଂ ତେଣୁ ଅଧିନାୟକଙ୍କୁ ଆୟରଙ୍କୁ ୨୪ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡିବ । ଇମ୍ପାକ୍ଟ ଖେଳାଳିଙ୍କ ସମେତ ବାକି ପ୍ଲେଇଂ ଏକାଦଶକୁ ସେମାନଙ୍କ ମ୍ୟାଚ୍ ଫିର ୨୫ ପ୍ରତିଶତ ଅର୍ଥାତ ୬ ଲକ୍ଷ ଲେଖାଏଁ ଜରିମାନା କରାଯାଇଛି । ଯଦି ପଞ୍ଜାବ କିଙ୍ଗ୍ସ ଏହି ସିଜନରେ ସ୍ଲୋ ଓଭର ରେଟ୍ ଉଲ୍ଲଂଘନ ପୁନରାବୃତ୍ତି କରନ୍ତି, ତେବେ ଆୟରଙ୍କୁ ଗୋଟିଏ ମ୍ୟାଚ୍ ପାଇଁ ବାସନ୍ଦ କରାଯିବ ।
ମ୍ୟାଚ୍ ବିଷୟରେ କହିବାକୁ ଗଲେ, ପଞ୍ଜାବ କିଙ୍ଗ୍ସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗ୍ସକୁ ୫ ୱିକେଟରେ ପରାସ୍ତ କରି ସିଜିନରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୫ ୱିକେଟରେ ୨୦୯ ରନର ଏକ ଦୃଢ଼ ସ୍କୋର କରିଥିଲା । ଯୁବ ବ୍ୟାଟସମ୍ୟାନ ଆୟୁଷ ମହାତ୍ରେ ୪୩ ବଲରୁ ୭୩ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ । ଯେତେବେଳେ ଅଧିନାୟକ ଋତୁରାଜ ଗାୟକୱାଡ ୨୨ ବଲରେ ୨୮ ରନ କରିଥିଲେ । ସରଫରାଜ ଖାନ ମଧ୍ୟ ୧୨ ବଲରୁ ୩୨ ରନର ଏକ ଦ୍ରୁତ ଇନିଂସ ଖେଳିଥିଲେ । ଶିବମ ଦୁବେ ୨୭ ବଲରୁ ୪୫ ରନ କରି ଅପରାଜିତ ରହିଥିଲେ।
24 LAKH FINE FOR SHREYAS IYER. 💰
— Mufaddal Vohra (@mufaddal_vohra) April 4, 2026
- Iyer has been penalised 24 Lakhs for maintaining slow overrate.
Rest of the PBKS XI including the impact player fined 6 Lakhs (or 25% match fees). pic.twitter.com/dqeFC1uIsk
ଏହା ବି ପଢନ୍ତୁ...ବଢ଼ିପାରେ ଆଇପିଏଲ କଳେବର; ଏଣିକି ୭୪ ନୁହେଁ ହେବ ୯୪ ମ୍ୟାଚ୍, ୧୨ ଟିମ୍ ଖେଳିବେ କି ?
୨୧୦ ରନର ଟାର୍ଗେଟକୁ ପିଛା କରି ପଞ୍ଜାବ କିଙ୍ଗସ୍ ଆକ୍ରମଣାତ୍ମକ ବ୍ୟାଟିଂ ପ୍ରଦର୍ଶନ କରି ମାତ୍ର ୧୮.୪ ଓଭରରେ ମାତ୍ର ୫ ୱିକେଟ ହରାଇ ଲକ୍ଷ୍ୟ ହାସଲ କରିଥିଲା । ଅଧିନାୟକ ଶ୍ରେୟସ ଆୟର ୨୯ ବଲ୍ ରୁ ଚମତ୍କାର ୫୦ ରନ କରି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ପ୍ରଭସିମରନ ସିଂହ ୪୩ ରନର ଅବଦାନ ରଖିଥିଲେ। ପ୍ରିୟାଂଶ ୧୧ ବଲରେ ୩୯ ରନ୍ କରିଥିଲେ । ତଥାପି, ଏହି ବିଜୟର ଖୁସି ସ୍ଲୋ ଓଭର-ରେଟ୍ ପେନାଲ୍ଟି ଦ୍ୱାରା ଧୂଳିସାତ୍ ହୋଇଛି । ଏବେ, ପଞ୍ଜାବ କିଙ୍ଗସ୍ ଆଗାମୀ ମ୍ୟାଚ୍ ଗୁଡ଼ିକରେ କେବଳ ନିଜର ବିଜୟ ଧାରା ବଜାୟ ରଖିବ ନାହିଁ, ବରଂ ଭବିଷ୍ୟତରେ କୌଣସି ବଡ଼ କ୍ଷତି ଏଡାଇବା ପାଇଁ ନିଜର ଓଭର-ରେଟ୍ ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବାକୁ ପଡ଼ିବ ।