ଦୀର୍ଘ ବର୍ଷ ଧରି ଫେରାର ଥିବା ଆସାମୀକୁ ଗିରଫ କରି କୋର୍ଟ ଚାଲାଣ

ଦାରିଙ୍ଗବାଡ଼ି ୨୬/୫- ବ୍ରାହ୍ମଣୀ ଗାଁ ଥାନା ପୋଲିସ ଦୀର୍ଘ ବର୍ଷ ଧରି ଫେରାର ରହିଥିବା ବ୍ରାହ୍ମଣୀ ଗାଁ ସ୍ଥିତ ବଟ ପଲି ସାହିର ସୁବ୍ରତ ସିଂକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଚାପଧାରୀ ପ୍ରଧାନ ସୂଚନ ଦେଇଛନ୍ତି। ସୂଚନା ମୁତାବକ ଗତ ୨୦୧୪ ମସିହା ସୁବ୍ରତ ସିଂ ବଟ ପଲି ସାହିରେ ରହୁଥିବା ନାବାଳିକାକୁ ଦୁଷ୍କର୍ମ କରିଥିଲା। ନାବାଳିକାର ପରିବାର ପକ୍ଷରୁ ଥାନାରେ ଏତଲା କରିଥିଲେ। ସେହି ଦିନ ଠାରୁ ସୁବ୍ରତ ଫେରାର ରହିଥିଲା। ହେଲେ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ମୋବାଇଲ ଟ୍ରାକିଙ୍ଗ କରି ଗିରଫ କରିବା ପାଇଁ ପୋଲିସ ଟିମ ହାଇଦ୍ରାବାଦବି ପହଞ୍ଚି ଥିଲେ । ବ୍ରାହ୍ମଣୀ ଗାଁ ପୋଲିସ ଦୀର୍ଘ ବର୍ଷ ଧରି ଫେରାର ଥିବା ଆସାମୀକୁ ଆଜି ଗିରଫ କରିବାରେ ସଫଳ ହୋଇ ଏନବିଡବ୍ଲୁ ଜି ଆର ୧୩/୨୦୧୪ ରେ କୋର୍ଟ ଫରୱାର୍ଡ କରିଥିବା ସୂଚନା ରହିଛି।