ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଭାଇ-ଭଉଣୀ ଗୁରୁତର ଆହତ, ସିସିଟିଭିରେ କଏଦ ହେଲା ଲୋମ ଟାଙ୍କୁରା ଦୃଶ୍ୟ

accident
କେନ୍ଦ୍ରାପଡା, ୦୨/୦୬ : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତାର ଦୁହିରିଆ ଠାରେ ମର୍ମନ୍ତୁଦ ଦୁର୍ଘଟଣା। ଏହି ଲୋମ ଟାଙ୍କୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏହି ଦୁର୍ଘଟଣାରେ ଦୁଇ ଜଣ ଭାଇ-ଭଉଣୀ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, ପରେ କଟକ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଭାମଣ୍ଡା ଗ୍ରାମର ବିଶିଷ୍ଟ ସାମଲଙ୍କ ଅନ୍ତେଷ୍ଟି କ୍ରିୟାରେ ଯୋଗ ଦେବା ପାଇଁ ଭୁବନେଶ୍ୱରରେ ରହୁଥିବା ତାଙ୍କ ପୁଅ ଏକ ସ୍କୁଟି ଯୋଗେ ଆସୁଥିଲେ। ସାଙ୍ଗରେ ତାଙ୍କର ଜଣେ ସମର୍କୀୟ ଭଉଣୀ ମଧ୍ୟ ଥିଲେ। ତେବେ ଦୁହିରିଆ ଛକରେ ତାଙ୍କର ସ୍କୁଟିକୁ ଏକ କାର୍ ଧକ୍କା ଦେଇଥିଲା। ଉଭୟ ଭାଇ ଭଉଣୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଏହି ସମ୍ପୂର୍ଣ୍ଣ ଘଟଣାର ଲାଇଭ୍ ଭିଡିଓ ସିସିଟିଭିରେ କଏଦ ହୋଇଛି।