PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

କଟକ ଚଣ୍ଡୀମନ୍ଦିର ଭିତରକୁ ପ୍ରବେଶ କଲେ ବିଦେଶୀ, ବିରୋଧ କଲେ ସ୍ଥାନୀୟ ଲୋକ ଓ ଟ୍ରଷ୍ଟ୍‌ର କାର୍ଯ୍ୟକର୍ତ୍ତା

କଟକ ୩୦/୦୧: କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ ମନ୍ଦିରରେ ରବିବାର କିଛି ବିଦେଶୀ ପର୍ଯ୍ୟଟକ ପ୍ରବେଶ କରିଥିଲେ । ଏହାକୁ ନେଇ ମନ୍ଦିର ପରିସରରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଚଣ୍ଡୀମନ୍ଦିର ବେଢା ଭିତରେ ବିଦେଶୀମାନେ ବୁଲୁଥିବା ଦେଖି କିଛି ଲୋକେ ଏହାର ବିରୋଧ କରିଥିଲେ । ଫଳରେ ଏହାକୁ ନେଇ ବିବାଦ ଉପୁଜିଥିଲା । ଟ୍ରଷ୍ଟ୍‌ର କିଛି କାର୍ଯ୍ୟକର୍ତ୍ତା ମଧ୍ୟ ଏହାକୁ ବିରୋଧ କରିଥିଲେ । ଅନ୍ୟପକ୍ଷରେ ମନ୍ଦିରକୁ ପୂର୍ବରୁ ଅନେକ ଥର ବିଦେଶୀ ଆସିଛନ୍ତି ଏବଂ ଏଥିରେ କୌଣସି ଅସୁବିଧା ନାହିଁ ବୋଲି ସେବାୟତଙ୍କ ତରଫରୁ କୁହାଯାଇଛି ।

ନିକଟରେ ପୁରୀ ଶ୍ରୀମନ୍ଦିରରେ ବିଦେଶୀଙ୍କ ପ୍ରବେଶ ଯୋଗୁଁ ବିବାଦ ଉପୁଜିଥିଲା । ଶ୍ରୀମନ୍ଦିରକୁ ବିଦେଶୀ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ସ୍ୱତନ୍ତ୍ର କଟକଣା ରହିଥିବାରୁ ଏହାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ଆଜି ସମାନ ଧରଣର ଘଟଣା କଟକ ଚଣ୍ଡୀମନ୍ଦିରରେ ଦେଖିବାକୁ ମିଳିଥିଲା । ଦିନବେଳା ୪ଜଣ ବିଦେଶୀ ମହିଳା ଚଣ୍ଡୀମନ୍ଦିରରେ ପ୍ରବେଶ କରିଥିଲେ । ତାଙ୍କ ସହିତ କିଛି ସେବାୟତଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ବିଦେଶୀମାନେ କେମିତି ମନ୍ଦିର ଭିତରକୁ ପ୍ରବେଶ କଲେ ତାକୁ ନେଇ ଏବେ ବିବାଦ ଉପୁଜିଛି ।

ଅନ୍ୟପକ୍ଷରେ ଚଣ୍ଡୀମନ୍ଦିରକୁ ବିଦେଶୀ ପ୍ରବେଶ କରିପାରିବେ କି ନାହିଁ ସେ ମଧ୍ୟ ଦ୍ୱନ୍ଦ୍ୱ ଦେଖାଯାଇଛି । ଏ ସମ୍ପର୍କରେ ବରିଷ୍ଠ ସେବାୟତ ମନୋଜ ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି, ବିଦେଶୀ ମନ୍ଦିର ଭିତରେ ପ୍ରବେଶ କରିପାରିବେ ନାହିଁ ବୋଲି ସେମିତି କିଛି ନିୟମ ନାହିଁ । ପୂର୍ବରୁ ଅନେକ ଥର ବିଦେଶୀ ପର୍ଯ୍ୟଟକ ମନ୍ଦିରକୁ ଆସି ଫେରିଛନ୍ତି । ତେଣୁ ଏଥିରେ ଆଚମ୍ବିତ ହେବାର କିଛି ନାହିଁ ।

ଅନ୍ୟପକ୍ଷରେ ମନ୍ଦିର ଟ୍ରଷ୍ଟ୍‌ ବୋର୍ଡ ସଦସ୍ୟ ତନ୍ମୟ ପଟ୍ଟନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ପୂର୍ବରୁ ଏମିତି ଘଟଣା କେବେ ଘଟିଥିବା ମୋର ମନେ ପଡୁନାହିଁ । ମନ୍ଦିରରେ ବିଦେଶୀ ପର୍ଯ୍ୟଟକ ପ୍ରବେଶ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି ।