କଟକ (୨୩/୦୭) :  କଟକ ମାଟିର ଝିଅ, ବୋହୂ ଇପ୍ସିତା ପଟ୍ଟନାୟକ ମହାନ୍ତି ମାଲେସିଆରେ ଆୟୋଜିତ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ‘ମିସେସ୍ ମାଲେସିଆ ଦ୍ୱିତୀୟ ରନର୍ସ ଅପ୍’ ହୋଇ କଟକ ସମେତ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ଇପ୍ସିତା ଏକମାତ୍ର ଓଡ଼ିଆ ତଥା ଏକମାତ୍ର ଭାରତୀୟ ମହିଳା ଭାବେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ମୋଟ୍ ୬୦ ଜଣଙ୍କ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଜୁଲାଇ ୧୭ ତାରିଖରେ ଇପ୍ସିତା ମିସେସ୍ ମାଲେସିଆ ଦ୍ୱିତୀୟ ରନର୍ସଅପ୍ ବିଜେତା ହେବା ସହ ଆଉ ୪ଟି ବିଭାଗରେ ମଧ୍ୟ ବିଜେତା ହୋଇଛନ୍ତି ।

https://www.prameya.com/bahuda-yatra-2026-traffic-advisory-for-puri-best-routes-for-jagannath-darshan

ଇପ୍ସିତାଙ୍କ ସ୍ୱାମୀ ରିତେଶ ମହାନ୍ତି ଏବେ ମାଲେସିଆର ଏକ କମ୍ପାନୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ । ସ୍ୱାମୀ ଓ ଏକମାତ୍ର ପୁଅ ସହ ସେ ଏବେ ମାଲେସିଆରେ ରହୁଛନ୍ତି । ଏହି ସଫଳତା ସଂପର୍କରେ ଆଜି କଟକରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ପ୍ରକାଶ କରିଛନ୍ତି । ଇପ୍ସିତା ଏଥିପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେବା ସହ ଏହି ଗୌରବ ଓଡ଼ିଶା ମାଟିର ବୋଲି ପ୍ରକାଶ କରିଛନ୍ତି ।