PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

କଟକ କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳରେ ଗୁଳିମାଡ଼, ଝରକାକୁ ଗୁଳି କରି ଫେରାର୍ ହୋଇଗଲେ ଦୁର୍ବୃତ୍ତ

କଟକ, ୧୮/୧୧ : କଟକ କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳରେ ଗୁଳିମାଡ଼। ଗୁରୁବାର ସକାଳ ୭ଟା ବେଳେ ସୂତାହାଟରେ ରହୁଥିବା ରବିଙ୍କ ଘର ଝରକାକୁ କେହି ଦୁର୍ବୃତ୍ତ ଗୁଳି କରି ଫେରାର୍ ହୋଇଯାଇଛି। କଣ୍ଟ୍ରୋଲ୍ ରୁମ୍‌ରୁ ସୂଚନା ପାଇ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ଘର ମାଲିକ ରବି ସିଏମସିରେ ଲେବର ଭାବେ କାମ କରନ୍ତି। ତାଙ୍କର ତିନି ଝିଅ ଅଛନ୍ତି। ଗୁରୁବାର ସକାଳ ୭ଟାରେ ତାଙ୍କ ଘରର ଝରକାକୁ କେହି ଦୁର୍ବୃତ୍ତ ଗୁଳି କରି ଫେରାର୍ ହୋଇଯାଇଛନ୍ତି। ଗୁଳି ଫୁଟିବା ଶବ୍ଦ ଶୁଣି ରବିଙ୍କ ମଝିଆଁ ଝିଅ ପରିବାର ଲୋକଙ୍କୁ ଜଣାଇବା ସହ ପୋଲିସକୁ ଫୋନ୍ କରିଥିଲେ। କଣ୍ଟ୍ରୋଲ୍ ରୁମ୍‌ରୁ ସୂଚନା ପାଇ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ଘଟଣାସ୍ଥଳରୁ ସେଭଳି କିଛି ଗୁଳି ମିଳିନାହିଁ। ଏହା କେଉଁ ଚଢ଼େଇ ମରା ବନ୍ଧୁକରୁ ଗୁଳି ଫୁଟିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ଘର ନିକଟରେ ଥିବା ସିସିଟିଭି ପୋଲିସ ଯାଞ୍ଚ୍ କରୁଛି।