ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କଟକ, ୧୮/୦୫ : ପାଣି ଟାଙ୍କି ତଳେ ପଡ଼ିଛି ଯୁବତୀଙ୍କ ମୃତଦେହ। କଟକ କୃଷକ ବଜାର ପାଣି ଟାଙ୍କି ତଳୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ବୁଧବାର ସକାଳୁ କୃଷକ ବଜାର ପାଣି ଟାଙ୍କି ତଳେ ଜଣେ ଯୁବତୀଙ୍କ ମୃତଦେହ ପଡିଥିବା ସ୍ଥାନୀୟଲୋକେ ଦେଖିଥିଲେ। ଖବର ପାଇ ବିଡାନାସୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ଯୁବତୀଙ୍କ ପରିଚୟ ମିଳିପାରି ନାହିଁ। ଯୁବତୀ ଜଣଙ୍କ ଗୋଟିଏ କଳା ରଙ୍ଗର ଟପ୍ସ ଏବଂ ନୀଳ ରଙ୍ଗର ଜିନ୍ସ ପିନ୍ଧିଛନ୍ତି । ତେବେ ଯୁବତୀଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଛନ୍ତି ନା ସେ ଆତ୍ମହତ୍ୟା କରିଛନ୍ତି ସେନେଇ ସନ୍ଦେହ ସୃଷ୍ଟି ହୋଇଛି। ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।