PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଚିହ୍ନଟ ହେଲା ‘ନାଇଫ୍‌ ମ୍ୟାନ୍‌’:ସିରିଏଲ୍‌ କିଲର୍‌’କୁ ଧରିବା ସ୍ପେସାଲ୍‌ ଟିମ୍‌

କଟକ,୨୯/୦୭(ବ୍ୟୁରୋ): ବିଳମ୍ବିତ ରାତିରେ, କଟକ ଫୁଟ୍‌ପାଥ୍‌ରେ ଶୋଇଥିବା ଲୋକଙ୍କ ତଣ୍ଟି କାଟି ହତ୍ୟା କରୁଥିବା ନିର୍ମମ ସିରିଏଲ୍‌ କିଲର୍‌ ‘ନାଇଫ୍‌ ମ୍ୟାନ୍‌’ ଚିହ୍ନା ପଡ଼ିଯାଇଛି । ଚବିଶ ଘଣ୍ଟା ଭିତରେ ତିନି ଜଣଙ୍କୁ ହତ୍ୟା କରି ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଏହି ଆତତାୟୀ ସଂପର୍କରେ ଠୋସ୍‌ ସୁରାକ୍‌ ପାଇଛି କଟକ ପୁଲିସ । ସିସିଟିଭି ଫୁଟେଜ୍‌ରୁ ଅଭିଯୁକ୍ତକୁ ଚିହ୍ନଟ କରିବାରେ ସଫଳ ହେବା ପରେ ଏବେ ତାକୁ ଧରିବା ପାଇଁ ଦିନରାତି ଏକ କରିଦେଇଛି ପୁଲିସ । ୫ ଜଣ ବଛା ବଛା ଇନ୍ସପେକ୍ଟରଙ୍କୁ ନେଇ ଗଠିତ ୫ଟି ସ୍ପେସାଲ୍‌ ଟିମ୍‌ ଏବେ ଆତତାୟୀର ଖୋଜ୍‌ରେ ଜିଲ୍ଲା ବାହାରେ ପଇଁତରା ମାରୁଛି । ଯେକୌଣସି ସମୟରେ ପୁଲିସର କବ୍‌ଜାକୁ ଆସିପାରେ ନାଇଫ୍‌ ମ୍ୟାନ୍‌ । ଅଭିଯୁକ୍ତକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି ମଧ୍ୟ ଆଜି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ଗତ ୨୩ ଓ ୨୪ ତାରିଖ ଭୋର୍‌ ସମୟରେ ଏହି ସିରିଏଲ୍‌ କିଲର୍‌ କଟକରେ ତିନି ଜଣଙ୍କୁ ହତ୍ୟା କରିଛି । ରାଣୀହାଟ କେନାଲ୍‌ ରୋଡ୍‌ରେ ଜଣେ ବ୍ୟକ୍ତିଙ୍କ ତଣ୍ଟି କାଟି ହତ୍ୟକରିବାର ପରଦିନ ସମାନ ଢଙ୍ଗରେ ଅନ୍ୟ ଦୁଇ ଜଣଙ୍କୁ ମାରିଲା ନାଇଫ୍‌ ମ୍ୟାନ୍‌ । ଦୁଇ ଦିନରେ ତିନିଜଣଙ୍କୁ ହତ୍ୟା ପରେ କଟକ କମିସନରେଟ୍‌ ପୁଲିସ ଏକରକମ ଦୋହଲି ଗଲା । ଆଉ ଯେପରି ହତ୍ୟାକାଣ୍ଡ ଭଳି ଅଘଟଣ ନଘଟେ ଏବଂ ହତ୍ୟାକାରୀ ତୁରନ୍ତ ଗିରଫ ହେବ ସେଥିପ୍ରତି ଗୁରୁତ୍ୱ ଦେଇ ପୁଲିସ ତତ୍ପରତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା । ରାତି ବେଳା ପାଟ୍ରୋଲିଂ ଜୋରଦାର କରାଯିବା ଫଳରେ ସିରିଏଲ୍‌ ହତ୍ୟା ଅଟକି ଗଲା ସିନା, ହତ୍ୟାକାରୀର ପତ୍ତା କିନ୍ତୁ ମିଳିଲା ନାହିଁ । ତେବେ ତଦନ୍ତକୁ ଜୋରଦାର କରିବା ପାଇଁ କଟକ ପୁଲିସର କିଛି ବରିଷ୍ଠ ଅଧିକାରୀଙ୍କୁ ନେଇ ତଦନ୍ତ ପାଇଁ ତିନିଟି ସ୍ୱତନ୍ତ୍ର ଟିମ୍‌ ଗଢ଼ା ହୋଇଥିଲା । ଏହି ଟିମ୍‌କୁ କ୍ରାଇମବ୍ରାଞ୍ଚର ଅଧିକାରୀ ମଧ୍ୟ ସହଯୋଗ କରୁଥିଲେ । ତେବେ ଓଏମ୍‌ପି ଛକଠାରୁ ରାଣୀହାଟ ପର୍ଯ୍ୟନ୍ତ ରାସ୍ତା କଡ଼ରେ ଯେତେ ସିସିଟିଭି ଲାଗିଛି ସେଗୁଡ଼ିକୁ ସଂଗ୍ରହ କରି ଶହଶହ ଘଣ୍ଟାର ଫୁଟେଜ୍‌ ଯାଞ୍ଚ କଲା ପରେ ବହୁ ଗୁରୁତ୍ୱପୂର୍ଣ୍ଣ ସୁରାକ ପୁଲିସ ହାତରେ ଲାଗିଲା ।

ପ୍ରଥମତଃ ଏସ୍‌ସିବିରେ ମୃତ୍ୟୁ ବରଣ କରିଥିବା ବୃଦ୍ଧଙ୍କୁ ଓଏମ୍‌ପି ଛକରେ ଆକ୍ରମଣ କରାଯାଇଥିଲା ଓ ସେ ଜଣେ ବାଇକ୍‌ ଚାଳକଙ୍କ ସହିତ ଏସ୍‌ସିବି ପର୍ଯ୍ୟନ୍ତ ଆସିଥିଲେ ବୋଲି ସ୍ପଷ୍ଟ ହେଲା । ଏହା ପରେ ସିରିଏଲ୍‌ କିଲର୍‌ର ସ୍ଥିତି ନେଇ ଏକ ପ୍ରକାର ସ୍ପଷ୍ଟ ସୂଚନା ମଧ୍ୟ ହସ୍ତଗତ ହେଲା । ଖାଲି ସୂଚନା ନୁହେଁ ଅଭିଯୁକ୍ତ କିଏ ତାହା ମଧ୍ୟ ଚିହ୍ନଟ ହୋଇଗଲା । ଏବେ ପୁଲିସ କେବଳ ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଜାରି ରଖିଛି । ନାଇଫ୍‌ ମ୍ୟାନ୍‌କୁ ଧରିବା ପାଇଁ ପୁଲିସ ୫ଟି ଟିମ୍‌ ଗଠନ କରିଛି । ପ୍ରତି ଟିମ୍‌ରେ ଜଣେ ଲେଖାଏଁ ଇନ୍ସପେକ୍ଟର ଅଛନ୍ତି । ଖବ୍‌ରି ନେଟ୍‌ୱର୍କକୁ ଧରି ପୁଲିସ ତାର ତଦନ୍ତ ଜାରି ରଖିଛି ।

ଏହି ଟିମ୍‌ ଅବିଭକ୍ତ କଟକ ଜିଲ୍ଲା ସହିତ ଆଖପାଖ ଜିଲ୍ଲାରେ ସିରିଏଲ୍‌ କିଲର୍‌ର ଫଟୋକୁ ଧରି ତନାଘନା କରୁଛନ୍ତି । ଏନେଇ ପୁଲିସ କମିସନର ସତ୍ୟଜିତ୍‌ ମହାନ୍ତିଙ୍କ କହିବା କଥା, ତଦନ୍ତ ଏବେ ଶେଷ ପର୍ଯ୍ୟାୟରେ । ଅପରାଧୀକୁ ଚିହ୍ନଟ କରାଯାଇ ସାରିଛି । ଆଶା କରୁଛୁ, ଖୁବ୍‌ଶୀଘ୍ର ‘ନାଇଫ୍‌ ମ୍ୟାନ୍‌’ ପୁଲିସ ହେପାଜତକୁ ଆସିବ । ପୁଲିସର ଏଭଳି ଘୋଷଣା ପରେ ସହରରେ ନାଇଫ୍‌ ମ୍ୟାନ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି ।