ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କ୍ରାଇମବ୍ରାଞ୍ଚ ହାତରେ ସାଇବର ଠକ ରାକେଟ, ରାଜ୍ୟ ବାହାରୁ ୨୪ ଜଣ ଗିରଫ

Published By : Harapriya Sethi | October 30, 2024 12:30 PM

କଟକ, ୩୦/୧୦: ହ୍ଵାଟ୍ସଆପ ଗ୍ରୁପ୍‌ ଜରିଆରେ ବିରାଟ ଠକେଇ । ହାଇ ରିଟର୍ଣ୍ଣର ଆଶା ଦେଖାଇ, ଇନଭେଷ୍ଟରଙ୍କୁ ଠକିଥିବା ସାଇବର ଠକ ଦଳକୁ ରାଜ୍ୟ ବାହାରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଏଭଳି ବଡ଼ ଠକେଇର ଶିକାର ହୋଇଛନ୍ତି ଜେଏସପିଏଲ କର୍ମଚାରୀ କୁନ୍ତଳା ମଜୁମଦାର । ସାଇବର ଠକମାନେ ତାଙ୍କ ଠାରୁ ୬ କୋଟି ୨୮ ଲକ୍ଷ ଟଙ୍କା ଠକି ନେଇଛନ୍ତି । ଏଥିରେ ସମ୍ପୃକ୍ତ ଥିବା ୧୭ ଜଣ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି । ଗୁରୁବାର ସୁଦ୍ଧା ଆଉ ଗିରଫ ୭ ଜଣଙ୍କୁ ଓଡିଶା ଆଣାଯିବ ବୋଲି ଆଜି କ୍ରାଇମବ୍ରାଞ୍ଚ ଏଡିଜି ବିନୟାତୋଷ ମିଶ୍ର କହିଛନ୍ତି ।

ସୂଚନା ମୁତାବକ, କୁନ୍ତଳା ମଜୁମଦାର ଗତ ଜୁଲାଇ ମାସରେ କୋଟକ ଇନଭେଷ୍ଟମେଣ୍ଟ କ୍ଲବ ହ୍ଵାଟ୍ସଆପ ଗ୍ରୁପରେ ଆଡ଼ ହୋଇଥିଲେ। ଗ୍ରୁପରେ ପୁଞ୍ଜି ନିବେଶ ହେଉଥିବା ଜାଣିବା ପରେ ୬ କୋଟି ୨୮ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ । ସେୟାରର ମୂଳ ମୂଲ୍ୟ ହଠାତ ୧୧୦ ଟଙ୍କାରେ ପହଞ୍ଚି ୨୫ କୋଟି ହୋଇଥିଲା । ସେଥିରୁ ୨୩ କୋଟି ଉଠାଇବାର ଅନୁମତି ମିଳିଥିଲା । ଅଗଷ୍ଟ ୨୧ତାରିଖରେ ଏହି ଟଙ୍କା ଉଠାଇବାକୁ ଉଦ୍ୟମ କରିବା ପରେ ଗ୍ରୁପ ଆଡ଼ମିନ ତାଙ୍କୁ ଗ୍ରୁପରୁ ହଟାଇ ଦେଇଥିଲେ । ଏହା ପରେ କାରବାର ପାଇଁ ବ୍ୟବହୃତ ଆପ୍‌ ମଧ୍ୟ ନିଷ୍କ୍ରିୟ ହୋଇ ଯାଇଥିଲା ।

ଏହି ଘଟଣା ପରେ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ କୁନ୍ତଳା ମଜୁମଦାର । କ୍ରାଇମବ୍ରାଞ୍ଚ ସାଇବର ୟୁନିଟ ତଦନ୍ତ ପରେ ଜାଣିଥିଲେ ଯେ, ୧୦୦ ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟରେ ୬ କୋଟି ୮ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଛି । ସମସ୍ତ ବ୍ୟାଙ୍କ ଆକାଉଣ୍ଟରେ ଥିବା ୧୬ ଲକ୍ଷ ୮୫ ହଜାର ଟଙ୍କା ଫ୍ରିଜ ହୋଇଛି । ଅଭିଯୋଗକାରୀ ୬ ଲକ୍ଷ ୮୦ ହଜାର ଟଙ୍କା ଫେରସ୍ତ ପାଇଛନ୍ତି । ଏବେ ସୁଦ୍ଧା ତାମିଲନାଡୁରୁ ୯ ଜଣ, ଗୁଜରାଟରୁ ୮ ଜଣ ଓ ରାଜସ୍ଥାନ ରୁ ୭ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନଙ୍କ ଠାରୁ ବ୍ୟବହୃତ ବ୍ୟାଙ୍କ ଆକାଉଣ୍ଟ, ମୋବାଇଲ ଆଦି ଜବତ କରି ସେ ସବୁର ସମୀକ୍ଷା ଓ ବିଶ୍ଳେଷଣ କରି ଅକ୍ଟୋବର ୨୮ ତାରିଖରେ ୬ ଜଣ ଅଭିଯୁକ୍ତ ମାନ୍ୟବର ଉପଖଣ୍ଡ ବିଚାର ବିଭାଗୀୟ ଅଦାଲତ, ଅନୁଗୁଳରେ ହାଜର କରାଯାଇଥିଲା ଓ ଅବଶିଷ୍ଟ ୧୧ ଜଣ ଅଭିଯୁକ୍ତଙ୍କୁ ମାନ୍ୟବର ଉପଖଣ୍ଡ ବିଚାର ବିଭାଗୀୟ ଅଦାଲତ, ଅନୁଗୁଳଙ୍କ ଠାରେ ବୁଧବାର ହାଜର କରାଯିବ । ରାଜସ୍ଥାନରୁ ଆଉ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଟ୍ରାଞ୍ଜିଟ ରିମାଣ୍ଡରେ ଅଣାଯାଉଛି । ଅନ୍ୟ ଏକ ସାଇବର ଅପରାଧ କେଶ ୪୭/୨୦୨୪ ରେ ଉକ୍ତ ଟିମ ରାଜସ୍ଥାନରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.