PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ବାଲି ଡମ୍ପର ଧକ୍କାରେ ସାଇକେଲ ଆରୋହୀ ଯୁବକ ମୃତ, ଘଟଣା ସ୍ଥଳରେ  ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଭୋଗରାଇ,୭/୩:  ବାଲେଶ୍ଵର ଜିଲ୍ଲା ଜଳେଶ୍ଵର – ଚନ୍ଦନେଶ୍ଵର ୫୭ ନଂ ରାଜ୍ୟ ରାଜପଥରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭୋଗରାଇ ଥାନା ଅନନ୍ତପୁର ଛକ ଠାରେ ସାଇକେଲରେ ଯାଉଥିବା ଜଣେ ଯୁବକକୁ ଏକ ବାଲି ବୋଝେଇ ଡମ୍ପର ଧକା ଦେଇଛି। ଫଳରେ ଘଟଣାସ୍ଥଳରେ ସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଛି।  ମୃତ ଯୁବକ ଜଣକ ହେଲେ ସୋହରିଆ ପଞ୍ଚାୟତ ଅନ୍ତର୍ଗତ ରାୟପୁର ଗ୍ରାମର ମଧୁ ପ୍ରଧାନଙ୍କ ପୁଅ ୪୫ ବର୍ଷୀୟ ପଦ୍ମଲୋଚନ ପ୍ରଧାନ।

ସୂଚନା ମୁତାବକ ପଦ୍ମଲୋଚନ ଦିନ ମଜୁରିଆ ଭାବେ ବିଭିନ୍ନ ସ୍ଥାନରେ କାମ କରି ପରିବାର ପ୍ରତିପୋଷଣ କରନ୍ତି। ମଙ୍ଗଳବାର ସନ୍ଧ୍ୟା ୬ ଟା ସମୟରେ ସାଇକେଲ ଯୋଗେ ଥାନାଛକରୁ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ଜଳେଶ୍ଵର -ଚନ୍ଦନେଶ୍ବର ୫୭ ନଂ ରାଜ୍ୟ ରାଜପଥର ଅନନ୍ତପୁର ଛକ ଠାରେ ପଛରୁ ଆସୁଥିବା ଏକ ବାଲି ବୋଝେଇ ଡମ୍ପର  ଦ୍ରୃତଗତିରେ ଆସି ପଦ୍ମଲୋଚନଙ୍କ ଉପରେ ଚଢ଼ି ଯାଇଥିଲା। ଏଥିରେ ପଦ୍ମଲୋଚନଙ୍କ ମୁଣ୍ଡ ସମ୍ପୂର୍ଣ୍ଣ ଭାବେ ଚାପି ହୋଇ ହୋଇଯାଇଥିଲା। ଦୁର୍ଘଟଣା ଘଟାଇ ଡମ୍ପରଟି ଦ୍ରୃତଗତିରେ ପଳାଇ ଯାଉଥିଲା ବେଳେ ସ୍ଥାନୀୟ ଲୋକେ ବାଇକ ଯୋଗେ ପଛରୁ ଗୋଡ଼ାଇ ଡମ୍ପରଟିକୁ ଚୈକି ପୋଲ ପାଖରେ ଅଟକାଇ ଚାଳକକୁ ନିର୍ଦ୍ଧୁମ ମାଡ଼ ମାରିଥିଲେ।

ଖବର ପାଇ ଭୋଗରାଇ ଥାନା ଆଇଆଇସି ପ୍ରଭଞ୍ଜନ ବେହେରା ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଡମ୍ପରକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା ବେଳେ ଉତ୍ୟକ୍ତ ଗ୍ରାମବାସୀଙ୍କ ସମେତ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ପୁଲିସ ବୁଝାସୁଝା କରୁଥିଲେ ମଧ୍ୟ ଉତ୍ୟକ୍ତ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ ଜାରି ରହିଛି। ଫଳରେ ମୃତ ଶରୀର ରାସ୍ତା ଉପରେ ସେମିତି ଭାବେ ପଡ଼ିରହିଛି।