ନୂଆଦିଲ୍ଲୀ – ତାମିଲନାଡୁ ଉପକୂଳ ଆଡ଼କୁ ଧିରେ ଧିରେ ବଢୁଛି ବାତ୍ୟା ଡିଟୱା। ଏହି କାରଣରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସିଏମ୍ ଷ୍ଟାଲିନ ମାସକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏମିତି ଝଡ଼ର ମୁକାବିଲା କରିବା ପାଇଁ ନିଜର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ପାଣିପାଗ ବିଭାଗ ଶୁକ୍ରବାର ଏହି ସୂଚନା ଦେଇଛି। ୨୯ରୁ ୩୦ ନଭେମ୍ୱର ମଧ୍ୟରେ ରାଜ୍ୟର ଦକ୍ଷିଣୀ ଓ କାବେରୀ ଡେଲ୍ଟା ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମଡି) ଶୁକ୍ରବାର ସନ୍ଧ୍ୟାରେ ନିଜର ବୁଲେଟିନ କହିଛି ଯେ, ଶ୍ରୀଲଙ୍କା ଉପକୂଳ ଓ ଏହାର ନିକଟରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟ ଘୂର୍ଣ୍ଣିଝଡ଼ ଡିଟୱା ଗତ ଛଅ ଘଣ୍ଟା ବେଳେ ତିନି କିଲୋମିଟର ପ୍ରତି ଘଣ୍ଟାର ଗତିରେ ଧିରେ ଧିରେ ଉତ୍ତର ଆଡ଼କୁ ବଢୁଛି।
ବୁଲେଟିନରେ କୁହାଯାଇଛି ଯେ , ଏହା କରାଇକଲ ଠାରୁ ପାଖାପାଖି ୩୦୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବ , ପୁଡୁଚେରୀ ଠାରୁ ୪୧୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବ ଓ ଚେନ୍ନାଇ ଠାରୁ ୫୧୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ରହିଛି। ଗତ ମାସର ଶେଷରେ ବାତ୍ୟା ମୋନ୍ଥା କାରଣରୁ ରାଜ୍ୟର ଉତ୍ତରରେ ଥିବା ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହୋଇଥିଲା। ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ସ୍ଥିତିର ସମୀକ୍ଷା କରିଛନ୍ତି।