ମାଡ଼ି ଆସୁଛି ‘ବାୟୁ’: ପବନର ବେଗ ବଢିବା ପରେ ଗୁଜରାଟ-ମୁମ୍ବାଇରେ ହାଇଆର୍ଲଟ,ସ୍କୁଲ କଲେଜରେ ଛୁଟି ଘୋଷଣା

ନୂଆଦିଲ୍ଲୀ,୧୧।୬: ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଚକ୍ରବାତୀ ବାତ୍ୟା ’ବାୟୁ’ ଉତ୍ତର-ପଶ୍ଚିମ ପଟୁ ଗୁଜରାଟ ଆଡକୁ ଯୋରଦାର ପବନ ବୋହିବାରେ ଲାଗିଛି, ଯାହାପରେ ଗୁଜରାଟରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ତେଣୁ ବିଭାଗ ପକ୍ଷରୁ ଗୁଜରାଟରେ ହାଇ ଆଲର୍ଟ ଜାରି କରାଯାଇଛି। ତାଜା ବୁଲେଟିନ୍ ଅନୁସାରେ ଏହି ଚକ୍ରବାତୀ ବାତ୍ୟାର ପ୍ରଭାବ ମହାରାଷ୍ଟ୍ରରେ ମଧ୍ୟ ଦେଖିବାକୁ ମିଳିବ। ତେଶୁ ମୁମ୍ବାଇରେ ଆଗାମୀ ୨୪ ଘଣ୍ଟାରୁ ୪୮ ଘଣ୍ଟା ଭିତରେ ଆର୍ଲଟ ଜାରି କରାଯାଇଛି। ଏହି ବାତ୍ୟାରେ ପ୍ରବଳ ପବନ ବୋହିବା ସହ ବର୍ଷା ହେବାର ଆଶଙ୍କା ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ଆସିବା ପୂର୍ବରୁ ହେଉଥିବା ବର୍ଷା କାରଣରୁ ଆରବ ସାଗରରେ ଏହି ବାତ୍ୟା ହୋଇଛି।

ଉଲ୍ଲେଖନୀୟ ଯେ, ସୋମବାର ମୁମ୍ବାଇରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷାର କାରଣ ବହୁତ ଗୁଡିଏ ବିମାନ ଡାଇଭର୍ଟ କରାଯାଇଛି। ବିଭାଗର କହିବା ଅନୁଯାୟୀ ଏହି ବାତ୍ୟା ‘ବାୟୁ’ ୧୨ରୁ ୧୩ ଜୁନ୍ ମଧ୍ୟରେ ସୌରାଷ୍ଟ୍ର ଉପକୂଳରେ ପହଁଞ୍ଚିବ। ଯାହାକୁ ପୋରବନ୍ଦର, ମହୁଓ୍ବା, ବେରାଓ୍ବଲ ଓ ଡିୟୁରେ ୧୧୦ରୁ ୧୨୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବୋହି, ଏପରିକି ପବନର ବେଗ ୧୩୫ କିମି/ଘଣ୍ଟା ପହଁଞ୍ଚି ପାରେ।

ବାତ୍ୟା ଯୋଗୁଁ ଗୁଜରାଟ-ମୁମ୍ବାଇରେ ହାଇଆର୍ଲଟ ଜାରି କରାଯାଇଛି, ଉପକୂଳବର୍ତ୍ତୀ ଅଞ୍ଚଳରେ ଏନଡିଆରଏଫର ଟିମକୁ ମୁତୟନ କରାଯାଇଛି। ଆଗାମୀ କିଛି ଦିନ ପାଇଁ ମତ୍ସ୍ୟଜୀବିଙ୍କୁ ସମୁଦ୍ର ଭିତରକୁ ଯିବାକୁ ନିର୍ଦେଶ ଦିଆଯାଇଛି। ଅମରୋଲି ଜିଲ୍ଲାପାଳ ବାତ୍ୟାକୁ ଦେଖି ସମସ୍ତ କର୍ମଚାରୀଙ୍କ ଛୁଟି ରଦ୍ଦ କରିଦେଇଛନ୍ତି। ସେଭଳି ରାଜକୋଟର କମିଶନର ୧୩ ଜୁନରେ ସମସ୍ତ ସ୍କୁଲ-କଲେଜରେ ଛୁଟି ଘୋଷଣା କରିଦେଇଛନ୍ତି।