ପାଣାଜୀ,୦୭/୧୨; ଗୋଆରେ ଏକ ବଡ଼ ଅଘଟଣ ଘଟିଛି । ଉତ୍ତର ଗୋଆର ଅର୍ପୋରା ଗାଁରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଯାଇଛି । ଏକ ଜଣାଶୁଣା ନାଇଟ୍ କ୍ଲବରେ ସିଲିଣ୍ଡର ବ୍ଲାଷ୍ଟ ହୋଇ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଭୟାବହ ଅଗ୍ନିକାଣ୍ଡରେ ୨୫ ଜଣଙ୍କର ମୃତ୍ୟୁ ହୋଇଛି । ରାଜଧାନୀ ପାଣାଜୀରୁ ପ୍ରାୟ ୨୫ କିଲୋମିଟର ଦୂରରେ ଭେନ୍ୟୁ ବିର୍ଚ ବାୟ ରୋମିଓ ଲେନ୍ରେ ରହିଛି ନାଇଟ୍ କ୍ଲବ । ଗତବର୍ଷ ଏହାର ଉଦଘାଟନ ହୋଇଥିଲା । ଅଘଟଣକୁ ନେଇ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଧ୍ୟ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅବହେଳାକାରୀ ଅଧିକାରୀମାନେ କ୍ଲବ ଚଲାଇବାକୁ ଅନୁମତି ଦେଇଥିଲେ । ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଗୋଆ ପୁଲିସ୍ ସୂଚନା ଅନୁସାରେ, ଅର୍ପୋରା ନାଇଟ୍ କ୍ଲବରେ ହୋଇଥିବା ଭୟଙ୍କର ବିସ୍ଫୋରଣରେ ୨୫ ଜଣଙ୍କର ମୃତ୍ୟୁ ହୋଇଛି । ଅଗ୍ନିଶମ ଟିମ୍ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତକଙ୍କ ମଧ୍ୟରେ ଅନେକ କ୍ଲବର କର୍ମଚାରୀ ଥିଲେ । ମୃତ ୨୫ ଜଣଙ୍କ ମଧ୍ୟରୁ ୪ ଜଣ ପର୍ଯ୍ୟଟକ ହୋଇଥିବା ଜଣାପଡିଛି । ୧୪ ଜଣ କ୍ଲବ ଷ୍ଟାଫ ହୋଇଥିବା ବେଳେ ୭ ଜଣଙ୍କର ପରିଚୟ ମିଳିପାରିନାହିଁ । ମୃତକଙ୍କ ମଧ୍ୟରେ ୩ ମହିଳା ଥିବା ଜଣାପଡିଛି । ଆହତ ୬ ଜଣଙ୍କର ଚିକିତ୍ସା ଚାଲିଛି । ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଅଘଟଣର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ।
ଘଟଣାର ତୁରନ୍ତ ଘବର ମିଳିବା ମାତ୍ରେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ସେ କହିଛନ୍ତି, ପ୍ରାଥମିକ ସୂଚନା ଅନୁସାରେ ସୁରକ୍ଷା ନିୟମ ପାଳନ ନକରିଥିବା ନାଇଟ୍ କ୍ଲବ୍ରେ ଅଗ୍ନିକାଣ୍ଡ ହୋଇଛି । କ୍ଲବ୍ ମ୍ୟାନେଜମେଣ୍ଟ ଏବଂ ସୁରକ୍ଷା ନିୟମ ଉଲ୍ଲଘଂନ କରିଥିବା ଉକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଗୋଆରେ ଟୁରିଷ୍ଟ୍ ସିଜିନ ପିକ୍ରେ ରହିଥିବା ବେଳେ ଦୁର୍ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଘଟଣାର ବିସୃତତ ତଦନ୍ତ ହେବ ଏବଂ ଦୋଷୀଙ୍କ ବିରୋଧରେ କଡା ଆକ୍ସନ ଗ୍ରହଣ କରାଯିବ ।
Goa Police say - "A massive fire broke out at Birch by Romeo Lane in Arpora, North Goa, resulting in 25 deaths, out of whom 4 confirmed to be tourists, 14 were staff members and identity of 7 is yet to be established. Six persons are injured and their treatment going on. Cause…
— ANI (@ANI) December 7, 2025
ଅଘଟଣକୁ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଲେଖାଏଁ ସହାୟତା ରାଶି ଘୋଷଣା ହୋଇଛି ।
Prime Minister Narendra Modi announces an ex-gratia of Rs. 2 lakh from PMNRF will be given to the next of kin of each deceased in the mishap in Arpora, Goa. The injured would be given Rs. 50,000 pic.twitter.com/TlCgoR5bNv
— ANI (@ANI) December 7, 2025