ତେନ୍ତୁଳିଖୁଣ୍ଟି ଆଦିବାସୀ ଅଧିକାର ମଞ୍ଚର ଦାବିପତ୍ର ପ୍ରଦାନ

ତେନ୍ତୁଳିଖୁଣ୍ଟି ୨୬/୫: ତେନ୍ତୁଳିଖୁଣ୍ଟି ବ୍ଲକର ୧୫ଟି ପଞ୍ଚାୟତର ଆଦିବାସୀ ଓ ପାରମ୍ପରିକ ବନବାସୀ(ଅଣ ଆଦିବାସୀ) ଗରିବ ଚାଷୀ, କୁଲି ମଜୁରିଆ ଆଜି ତେନ୍ତୁଳିଖୁଣ୍ଟି ଫରେଷ୍ଟର, ବିଡ଼ିଓ, ତହସିଲଦାରଙ୍କୁ ଆଠ ଦଫା ଦାବି ପତ୍ର ଏହି ମଞ୍ଚର ଜିଲା ସଭାପତି ରାଜେଶ ଯାନୀଙ୍କ ନିର୍ତ୍ତୃତ୍ୱରେ ଦାବି ପତ୍ର ପ୍ରଦାନ କରିଥିଲେ। ସ୍ବାଧୀନତାର ୭୫ ବିତିଗଲାଣି ମାତ୍ର ଦଖଲ କରିଥିବା ଘରବାରି ପଟା ,ଚାଷ ଜମିର ପଟା ମିଳିପାରି ନାହିଁ ବୋଲି ଅଭିଯୋଗ କରିଥିଲେ। ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଥିବା କହିଥିଲେ। ଜଙ୍ଗଲ ଅଧିକାର ଆଇନ ସଂଶୋଧିତ ଆଇନ ୨୦୧୨ ଅନୁଯାୟୀ ଜଂଗଲ ଜମି ଆଉ ରାଜସ୍ୱ ଗ୍ରାମକୁ ମିଳି ପାରି ନାହିଁ ସେଥିପାଇଁ ବହୁତ ଅସୁବିଧାର ସମ୍ବୁଖିନ ଭୋଗୁଛୁ ବୋଲି କହିଛନ୍ତି। ଏହି ପରି ଆଠ ଦଫା ଦାବି ପତ୍ର ପ୍ରଦାନ କରିଥିଲେ । ସେଗୁଡିକ ହେଲେ ଗ୍ରାମସଭା କରି ଆମକୁ ନ୍ୟାୟ ଦିଆଯାଉ, ଜଙ୍ଗଲ ଜମି ଓ ଚାଷ ଜମିକୁ ସଠିକ ଚୟନ କରି ଚିହ୍ନଟ କରାଯାଉ ବୋଲି କହିଥିଲେ । ଜଙ୍ଗଲ ଅଧିକାର ଆଇନ ୨୦୦୬ ସଂଶୋଧିତ ୨୦୧୨ ନିୟମ ଅନୁଯାୟୀ ସମସ୍ତ ଜଙ୍ଗଲ ଗ୍ରାମ ଅଣ ସର୍ଭେ ଗ୍ରାମ ପଡ଼ା ଗ୍ରାମ ଗୁଡ଼ିକ ଗ୍ରାମ୍ୟ ଜଙ୍ଗଲ ଅଧିକାର ଗଠନ କରାଯାଉ ।
୧୯୯୭ ପେଶା ଆଇନ ଓ ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ସଂସଧିତ ଆଇନ ୨୦୧୨ ନିୟମକୁ କଡାକଡି ପାଳନ କରାଯାଉ ଗ୍ରାମସଭାର ବିନା ଅନୁମତିରେ କ୍ୟାଣସି ପ୍ରକାରେ ଜମି ଅଧିଗ୍ରହଣ ଓ ବିକାଶ ନାଁ ରେ ଉଛେଦ କରା ନ ଯାଉ । ଜଙ୍ଗଲ ଅଧିକାର ଆଇନ ୨୦୦୬ ସଂଶୋଧିତ ଆଇନ ୨୦୧୨ ନିୟମ ୨୦୧୫ ,ଡିସେମ୍ବର ୧୩ ପୂର୍ବରୁ ଦୀର୍ଘ ବର୍ଷ ଧରି ଚାଷ ଜମି କିମ୍ବା ବସବାସ କରୁଥିବା ଆଦିବାସୀ ଅଣ ଆଦିବାସୀ ମାନଙ୍କ ସେମାନଙ୍କର ଦଖଲ ପତ୍ରା ଜଙ୍ଗଲ, ଗ୍ରାମ୍ୟ ଜଙ୍ଗଲ ,ବଡ଼ ଜଙ୍ଗଲ କିସମ ଜମିକୁ ବେନିୟମ ଜବରଦଖଲ ନାମରେ ରାଜସ୍ୱ ବିଭାଗ ତରଫରୁ ହଜାର ହଜାର ଟଙ୍କା ଆଦାୟ ବନ୍ଦ କରାଯାଉ ଓ ଉକ୍ତ ଜଙ୍ଗଲ କିସମ ଜମିକୁ ପଟ୍ଟା ପ୍ରଦାନ କରାଯାଉ । ନବରଙ୍ଗପୁର ଜିଲ୍ଲାରେ ୧୯୯୬ ଆଇନ ଅନୁଯାୟୀ ପେଶା ଆଇନ ବିଷୟ ରେ ଶିକ୍ଷା ଶିବିର ବା ତାଲିମ ପ୍ରଦାନ କରାଯାଉ । ଦୀର୍ଘ ୪୦-୫୦ ଜବର ଦଖଲ ଘରବାରି ,ଚାଷ ଜମିକୁ ପଟ୍ଟା ପ୍ରଦାନ କାରଯାଉ ବୋଲି ଏହି ପରି ଦାବି କରିଥିଲେ।

ଆଜିର ଏହି ସମାବେଶରେରେ ପ୍ରଥମେ ତେନ୍ତୁଳିଖୁଣ୍ଟି ଫରେଷ୍ଟର ଅମିତ କୁମାର ଦାସକୁ ଦାବି ପତ୍ର ପ୍ରଦାନ କରିଥିଲେ । ଦେବା ପରେ ଆମେ ପଚାରି ଥିଲୁ ଅମିତ କୁମାର ଦାସକୁ କହିଥିଲେ ଯେ ସରକାର ତରଫରୁ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ବୃକ୍ଷ ରୋପଣ କାରାଯାଉଛି । ସରକାରଙ୍କ ନିୟମ ପ୍ରକାରେ କାରାଯାଉଛି ବୋଲି କହିଥିଲେ। ଦ୍ୟୁତିୟରେ ତେନ୍ତୁଳିଖୁଣ୍ଟି ବ୍ଳକ ପରିସରରେ ଯାଇ ଏବିଡ଼ିଓ କୃପାସିନ୍ଧୁ ନାୟକକୁ ଦାବି ପତ୍ର ଦେଇଥିଲେ । ତାପରେ ତହସିଲ ଅଫିସକୁ ଯାଇ ଅତିରିକ୍ତ ତହସିଲଦାର ହିମାଂଶୁ ଶେଖର ନାୟକକୁ ପ୍ରଦାନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ରାଜେଶ ଯାନୀ ଜିଲ୍ଲା ସଭାପତି, ବ୍ଳକ ଆବାହକ ସୁବାଷ ସାନ୍ତା, ପ୍ରଫୁଲ୍ଲ ମୁଦୁଲି ଲକି ସାନ୍ତା ବିପିନ ବାଘ, ହାକିନା ସାନ୍ତା, ସହ ଜଙ୍ଗଲ ଭିତରେ ବସବାସ କରୁଥିବା ମହିଳା ପୁରୁଷ ଏକ ହଜାରରୁ ଉର୍ଦ୍ଧ୍ବ ଲୋକ ଜମା ହୋଇଥିଲେ।