ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ବେଳାଭୂମିରେ ଅଘଟଣ: ସ୍ୱାମୀ ସାମ୍ନାରେ ମହିଳାଙ୍କୁ ବିବସ୍ତ୍ର କଲେ ୨ ଭାଇ, ଜଣେ ଗିରଫ, ୩ ଫେରାର

ପୁରୀ,୨୯/୦୯: ସ୍ୱାମୀ ସମ୍ମୁଖରେ ମହିଳାଙ୍କୁ ବିବସ୍ତ୍ର କଲେ ଦୁଇ ଭାଇ । ଦାଦାବଟି ମାଗି ୨ ଭାଇ ଏଭଳି କାଣ୍ଡ ଘଟାଇଥିବା ବେଳେ ଜଣକୁ ଗିରଫ କରିଛି ବଳିଆପଣ୍ଡା ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଲା ବଳିଆପଣ୍ଡା ସିପସରୁବାଲିର ସୁରେଶ ସାହୁ (୨୪) । ତାକୁ ବୁଧବାର କୋର୍ଟ ଚାଲାଣ କରିଛି ପୁଲିସ ।

ଆଇଆଇସି ସୁଶାନ୍ତ ସାହୁ କହିଛନ୍ତି ଯେ, ବେଳାଭୂମିରେ ପୀଡ଼ିତାଙ୍କ ଏକ ପାନ ଦୋକାନ ରହିଛି । ସୋମବାର ରାତି ୭ଟାରେ ତାଙ୍କ ସ୍ୱମୀଙ୍କ ସହ ପୀଡ଼ିତା ପାନ ଦୋକାନରେ ବସିଥିଲେ । ସେହି ସମୟରେ ସୁରେଶ, ତା’ ଭାଇ ରାଜେଶ ସହ ଆଉ ୨ ଜଣ ଦୋକାନରେ ପହଞ୍ଚି ୧୦ ହଜାର ଟଙ୍କା ଦାଦାବଟି ମାଗିଥିଲେ ।

ପ୍ରତି ମାସରେ ୧୦ ହଜାର ଟଙ୍କା ଲେଖାଏଁ ଦେଲେ ଏଠାରେ ଦୋକାନ ଖୋଲିବୁ ବୋଲି କହି ଦମ୍ପତିଙ୍କୁ ଧମକ ଦେଇଥିଲେ । ବାରଣ କରିବାରୁ ମହିଳାଙ୍କୁ ଆକ୍ରମଣ କରି ତାଙ୍କୁ ବିବସ୍ତ୍ର କରିଥିବା ଅଭିଯୋଗ ହୋଇଛି । ଏପରିକି ମହିଳାଙ୍କ ସ୍ୱାମୀ ପ୍ରତିବାଦ କରିବା ବେଳେ ତାଙ୍କୁ ମଧ୍ୟ ପିଟିଥିଲେ ଆକ୍ରମଣକାରୀ । ଏନେଇ ମଙ୍ଗଳବାର ପୂର୍ବାହ୍ନରେ ଏତଲା ଦେଇଥିଲେ ମହିଳା । ପୁଲିସ ମାମଲା ରୁଜୁ କରି ସୁରେଶକୁ ଗିରଫ କରିଛି । ରାଜେଶ ଓ ଆଉ ୨ ଜଣ ଏବେ ଫେରାର୍‌ ଥିବା ପୁଲିସ କହିଛି ।

Copyright © 2022 - Summa Real Media Private Limited. All Rights Reserved.