PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଦାଦନ ଖଟିବାକୁ ଯାଇ ଶ୍ରମିକଙ୍କ ମୃତ୍ୟୁ, ଅର୍ଥ ଅଭାବରୁ ଫେରି ପାରିଲାନି ମୃତଦେହ

ଭବାନୀପାଟଣା/କୋକସରା ୧୯/୧୧: ପୁଣିଥରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକରେ ଦାଦନ ଖଟିବାକୁ ଯାଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ ରଣମାଲ ଗ୍ରାମ ଡୋକରୀ ପଡାର ପରମାନନ୍ଦ ଲହଜଳ(୩୫)ଙ୍କ ସହ ୧୦ଜଣ ଗତ ୧୫ଦିନ ହେବ ଗୋଆକୁ କାମ କରିବାକୁ ଯାଇଥିଲେ। ଗୋଆର ମଡକୀ ସହରର ସେବସ୍କନ ନାମକ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିବାବେଳେ ଦୁଇ ଦିନ ତଳେ ପରମାନନ୍ଦକୁ ଜ୍ଵର ଓ ବାନ୍ତି ହୋଇଥିଲା। ତାଙ୍କୁ ସାଙ୍ଗ ପିଲାମାନେ ହସ୍ପିଟାଲ ନେଇ କିଛି ଔଷଧ ଆଣିଥିଲେ। କିନ୍ତୁ ଗତ ରାତିରେ ତାଙ୍କର ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବା ସହ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସେଠାକାର ପୁଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅର୍ଥ ଅଭାବରୁ ମୃତଦେହ ଗାଁକୁ ଫେରି ନଥିବାବେଳେ ତେବେ ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡିଛି। ତାଙ୍କ ମୃତ୍ୟୁରେ ସାରା ଗାଁ ଶୋକାକୁଳ ହୋଇପଡିଥିବା ବେଳେ ତାଙ୍କର ପରିବାର ବେସାହାରା ହୋଇପଡ଼ିଛି। ପରମାନନ୍ଦଙ୍କ ଦୁଇ କୁନି ପୁଅଝିଅ ଓ ତାଙ୍କ ସ୍ତ୍ରୀ ଅଛନ୍ତି। ସେ ଅତି ଗରିବ ଶ୍ରେଣୀର ହୋଇଥିବାବେଳେ କୁଲି ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିଲେ। ଏଭଳି ଘଟଣା ପରେ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।