PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ଆନ୍ଧ୍ରରେ ବନ୍ଧା ପଡ଼ିଛି ୫ ଜୀବନ, ଉଦ୍ଧାର ପାଇଁ ଭିଡିଓ ମାଧ୍ୟମରେ କଲେ ନିବେଦନ

ନୂଆପଡା, ୦୯/୦୩ : ଆନ୍ଧ୍ରରେ ବନ୍ଧା ପଡ଼ିଛି ୫ ଜୀବନ। ଉଦ୍ଧାର ପାଇଁ ଲୁଚିଛପି ଭିଡିଓ ମାଧ୍ୟମରେ ଗୁହାରି କରିଛନ୍ତି ଦାଦନ ଶ୍ରମିକ। ସମସ୍ତେ ନୂଆପଡା ଜିଲ୍ଲା ସିନାପାଲି ଥାନା ଘାଟମାଲ ପଞ୍ଚାୟତ ତାଲାକୋଟ ଗ୍ରାମର ବୋଲି ଜଣାପଡ଼ିଛି।

ସୂଚନାନୁଯାୟୀ, ଖଡିଆଳ ଅଞ୍ଚଳର ଜଣେ ଦାଦନ ଦଲାଲଙ୍କ ମାଧ୍ୟମରେ ୭ ଜଣ ଦାଦନ ଶ୍ରମିକମାନେ ୩୫ ହଜାର ଟଙ୍କା ଲେଖାଏଁ ଅଗ୍ରିମ ନେଇ ଆନ୍ଧ୍ର ପ୍ରଦେଶର କର୍ଣ୍ଣେଲ ଅଞ୍ଚଳର ଏଲେନ୍ଦାକୁଣ୍ଡା ଗ୍ରାମର PNB ନାମକ ଏକ ଇଟାଭାଟିରେ କାମ କରୁଛନ୍ତି । ସେଠାରେ ଅଧିକା କାମ କରାଇବା ସହ ସପ୍ତାହକୁ ୫ ଶହ ବଦଳରେ ଦେଢ ଶହରୁ ଦୁଇଶହ ଟଙ୍କା ଖାଉଟି ମିଳୁଛି। ଯାହା ଦିନରାତି କାମ କରୁଥିବା ଶ୍ରମିକମାନଙ୍କ ପେଟକୁ ନିଅଣ୍ଟ ହେଉଛି । କିଛି କହିଲେ ମାରପିଟ୍ ମଧ୍ୟ କରୁଛି । ନିର୍ଯାତନା ସହି ନପାରି ୭ ଜଣଙ୍କ ମଧ୍ୟରୁ ଦୁଇଜଣ ଲୁଚିଛପି ଚାଲି ଆସିଥିବା ବେଳେ ୫ ଜଣଙ୍କୁ ବନ୍ଧକ ରଖି ଅଧିକା କାମ କରାଉଛି ଇଟାଭାଟି ମାଲିକ । ବନ୍ଧକ ଥିବା ଶ୍ରମିକଙ୍କ ମଧ୍ୟରେ ୩ ଯୁବତୀ ଏବଂ ଦୁଇ ଯୁବକ ଅଛନ୍ତି। ସେମାନଙ୍କୁ ଆନ୍ଧ୍ରରୁ ଉଦ୍ଧାର କରିବା ପାଇଁ ଲୁଚିଛପି ଭିଡିଓ ମାଧ୍ୟମରେ ନୂଆପଡା ଜିଲ୍ଲାର ସାହାଯ୍ୟ ସେନା ସଭାପତି ବେଣୁଧର ଜଗତଙ୍କୁ ଗୁହାରି କରିଛନ୍ତି ।