ନୂଆଦିଲ୍ଲୀ, ୧୮।୩: ଆଜିକାଲିର ପିଲାମାନେ ନିଜକୁ ବଡ଼ ଡ୍ୟାନ୍ସିଂ ଷ୍ଟାର୍ ଭାବନ୍ତି, କିନ୍ତୁ ଯେତେବେଳେ ଘରର 'ବାପା' ନିଜ ଅସଲି ଅନ୍ଦାଜକୁ ଆସନ୍ତି, ସେତେବେଳେ ବ୍ରାଣ୍ଡେଡ୍ ଜୋତା ଏବଂ ମଡର୍ଣ୍ଣ ଷ୍ଟେପ୍ସର ସବୁ ଗର୍ବ ଭାଙ୍ଗିଯାଏ । ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଠି ଜଣେ 'ଦେଶୀ ବାପା' ପ୍ରମାଣ କରିଛନ୍ତି ଯେ, ଅସଲି ସ୍ୱାଗ୍ ବ୍ରାଣ୍ଡେଡ୍ ପୋଷାକ କି ବ୍ରାଣ୍ଡେଡ୍ ଶୁ’ରେ ନୁହେଁ, ବରଂ ଘର ପିନ୍ଧା ଚପଲରେ ଥାଏ । ଇନଷ୍ଟାଗ୍ରାମରେ @magic.shopp ନାମକ ଏକ ଆକାଉଣ୍ଟରୁ ଏହି ଭିଡିଓଟି ସେୟାର କରାଯାଇଛି । ଭିଡିଓର ଆରମ୍ଭରେ ଜଣେ ୨୨ ବର୍ଷୀୟା ଯୁବତୀ ମାଇକେଲ୍ ଜ୍ୟାକସନଙ୍କ ପ୍ରସିଦ୍ଧ ଗୀତ ‘Billie Jean’ରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳୁଛି । ସେ ପୂରା କନଫିଡେନ୍ସର ସହ ନିଜର ଷ୍ଟେପ୍ସ ଦେଖାଉଥିବାର ଭିଡିଓରେ ଦେଖାଯାଉଛି ।
ଏହା ବି ପଢ଼ନ୍ତୁ... ଏବେ କେଦାରନାଥ ଯାଇପାରିବେନି ସାରା ଅଲ୍ଲୀ ଖାନ୍? ଦେବାକୁ ହେବ ଆଫିଡେଭିଟ୍, କଙ୍ଗନା କହିଲେ- ଲେଖିବାରେ କ’ଣ ଅସୁବିଧା ?
ଚପଲ ପିନ୍ଧି ‘ମୁନ୍ୱାକ୍’:
ଭିଡିଓର ମଝିରେ ବାପାଙ୍କର ଏକ ସାଧାରଣ ଏଣ୍ଟ୍ରି ହେଉଛି । ଟି-ସାର୍ଟ, ସାଧାରଣ ପ୍ୟାଣ୍ଟ ଏବଂ ପାଦରେ ଚପଲ । ତାଙ୍କୁ ଦେଖିଲେ କେହି ଅନୁମାନ ବି କରିପାରିବେନି ଯେ ପରବର୍ତ୍ତୀ ମୁହୂର୍ତ୍ତରେ କ’ଣ ହେବାକୁ ଯାଉଛି । କିନ୍ତୁ ଯେମିତି ମାଇକେଲ୍ ଜ୍ୟାକସନଙ୍କ ସିଗ୍ନେଚର୍ ବିଟ୍ ବାଜୁଛି, ବାପା ବିନା କୌଣସି ଦ୍ୱିଧାରେ ଏତେ ସୁନ୍ଦର 'ମୁନ୍ୱାକ୍' କରୁଛନ୍ତି ଯେ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଯେଉଁ ଝିଅ କିଛି ସେକେଣ୍ଡ ପୂର୍ବରୁ ଭିଡିଓର ଷ୍ଟାର୍ ଥିଲା, ସେ ନିଜ ବାପାଙ୍କ ଡ୍ୟାନ୍ସ ଦେଖି ବି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।
ଇଣ୍ଟରନେଟ୍ରେ ଭାଇରାଲ ଭିଡିଓ:
ବାପାଙ୍କର ଏହି ଅନ୍ଦାଜକୁ ଦେଖି ୟୁଜର୍ସମାନେ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି, "ମାଇକେଲ୍ ଜ୍ୟାକସନ ବି ଆଜି ଖୁସି ହୋଇଯାଇଥିବେ ।" ଅନ୍ୟ ଜଣେ ଲେଖିଛନ୍ତି, "ଏହି ଚପଲର ଶକ୍ତି ଉପରେ ରିସର୍ଚ୍ଚ ହେବା ଦରକାର ।" ଖବର ଲେଖା ହେବା ପର୍ଯ୍ୟନ୍ତ ଏହି ଭିଡିଓକୁ ୧୬.୯ ମିଲିୟନରୁ ଅଧିକ ଭ୍ୟୁଜ୍ ଏବଂ ୨୬ ଲକ୍ଷରୁ ଅଧିକ ଲାଇକ୍ସ ମିଳିସାରିଲାଣି ।