ନୂଆଦିଲ୍ଲୀ,୧୮।୩: ବଲିଉଡ ଅଭିନେତ୍ରୀ ସାରା ଅଲୀ ଖାନ୍ ମହାଦେବଙ୍କ ବହୁତ ବଡ଼ ଭକ୍ତ। ନିଜର ଡେବ୍ୟୁ ଫିଲ୍ମ ‘କେଦାରନାଥ’ ପରେ ବାବା କେଦାରନାଥଙ୍କ ଉପରେ ଗଭୀର ଆସ୍ଥା ରଖିଥାଏ। ଏହା ସହ ସବୁବେଳେ ସେଠାକୁ ଯାଆନ୍ତି। ନିଜର ଏହି ଯାତ୍ରାର ଫଟୋ ମଧ୍ୟ ସେହି ଫ୍ୟାନଙ୍କ ସହ ସେୟାର କରିଛନ୍ତି। ମୁସଲମାନ ପରିବାରର ହେବାପରେ ବି ମହାଦେବଙ୍କ ପ୍ରତି ତାଙ୍କର ଗଭୀର ଆସ୍ଥା ଦେଖିବାକୁ ମିଳିଥାଏ। କେଦାରନାଥ, ଉଜୈନ ଓ ଅନ୍ୟ ଜ୍ୟୋର୍ତିଲିଙ୍ଗଙ୍କୁ ସାରା ଦର୍ଶନ କରି ସାରିଛନ୍ତି। ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ବି ସାରା ତାଙ୍କର ଆସ୍ଥା ଓ ସରଳତା ପାଇଁ ପ୍ରଶଂସା ବି ପାଇଛନ୍ତି। ତେବେ ଏଥର କ’ଣ ସେ କେଦାରନାଥ ଯାଇପାରିବେ ? ଯାତ୍ରା ପୂର୍ବରୁ ତାଙ୍କୁ ଏଭଳି ଏକ କାମ କରିବାକୁ ପଡିବ,ଯାହାକୁ ନେଇ ବଢିଛି ଚର୍ଚ୍ଚା।

ବଦ୍ରୀ-କେଦାର ମନ୍ଦିର କମିଟି ଏକ ନୂଆ ନିୟମ ଲାଗୁ କରିଛି। ଏବେ ନନ୍ ହିନ୍ଦୁ ଭିଜିଟର୍ସଙ୍କୁ ବଦ୍ରୀନାଥ ଓ କେଦାରନାଥରେ ପୂଜା କରିବା ପାଇଁ ଏକ ଆଫିଡେଭିଟ କରିବାକୁ ହେବ। ଏଥିରେ ତାଙ୍କୁ ହିନ୍ଦୁ ଧର୍ମ ପ୍ରତି ନିଜର ଆସ୍ଥାର ପ୍ରମାଣ ଦେବାକୁ ହେବ। ଏହି ନିର୍ଦେଶ ସବୁ ଅଣହିନ୍ଦୁ ଯାତ୍ରୀଙ୍କ ଉପରେ ଲାଗୁ ହୋଇଥାଏ। ଯାହା ଭିତରେ ସାରା ଅଲ୍ଲୀ ଖାନ୍ ବି ରହିଛନ୍ତି, ଯିଏକି ସବୁବେଳେ କେଦାରନାଥ ଯାଇଥାନ୍ତି। ଏହି ମାମଲାରେ ବି କଙ୍ଗନା ରାନାଓ୍ବତଙ୍କ ବୟାନ ସାମନାକୁ ଆସିଛି। କଙ୍ଗନା କହିଛନ୍ତିା,ସମସ୍ତେ ସନାତନୀ,ଏଠାରେ ଯିଏବି ଅଛନ୍ତି ସମସ୍ତେ ସନାତନୀ, ସେ ବି ସନାତନୀ, ତେଶୁ ସତ ଲେଖିବାରେ କ’ଣ ଅସୁବିଧା ? ଲେଖି ଦିଅନ୍ତୁ।’

ଉଲ୍ଲେଖନୀୟ ଯେ, ଏବେ ବଦ୍ରି-କେଦାର ମନ୍ଦିର କମିଟି ନୂତନ ନିୟମ ଲାଗୁ କରିଛି। ସାରାଙ୍କୁଏବେ କେଦାରନାଥ ଏବଂ ବଦ୍ରିନାଥ ମନ୍ଦିରରେ ପୂଜାକରିବା ପାଇଁ ତାଙ୍କୁଏକ ସତ୍ୟପାଠ ଦାଖଲ କରିବାକୁ ପଡିବ। କମିଟି ଅଧ୍ୟକ୍ଷ ହେମନ୍ତ ଦ୍ୱିବେଦୀ କହିଛନ୍ତି ଯେ କେଦାରନାଥ ଏବଂ ବଦ୍ରିନାଥ ମନ୍ଦିର ପରିଦର୍ଶନ କରିବାକୁ ଚାହୁଁଥିବା ସମସ୍ତ ଅଣହିନ୍ଦୁ ପରିଦର୍ଶକଙ୍କୁ ହିନ୍ଦୁ ଧର୍ମରେ ସେମାନଙ୍କର ବିଶ୍ୱାସକୁ ପ୍ରମାଣିତ କରି ଏକ ସତ୍ୟପାଠ ଦାଖଲ କରିବାକୁ ପଡିବ। ପିଟିଆଇ ଅନୁଯାୟୀ,ସନାତନ ଧର୍ମରେ ବିଶ୍ୱାସ କରୁଥିବା ଅଣହିନ୍ଦୁ ପରିଦର୍ଶକ ଏକ ଲିଖିତ ସତ୍ୟପାଠ ଦାଖଲ କରନ୍ତି ଯେଉଁଥିରେଲେଖାଯାଇଥାଏ, ମୁଁ ସନାତନ,ମୁଁ ହିନ୍ଦୁତ୍ବରେ ବିଶ୍ବାସ ରଖିଛି। ସାରାଙ୍କୁ ନେଇ କୁହାଯାଇଛି ସେ ଯଦି ଏହି ସର୍ତ୍ତକୁ ପାଳନ କରନ୍ତି,ତେବେ ତାଙ୍କୁ ପୂଜା କରିବାର ଅନୁମତି ମିଳିବ।

ଆହୁରି ପଢନ୍ତୁ : ଜଣଙ୍କୁ ମନ ଦେଇ ବସିଥିଲେ ଗୋବିନ୍ଦା-ବବି, ରିଜେକ୍ଟ କରିଥିଲେ ପରିବାର