PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

‘ଗେହରାଇୟାଁ’ପରେ ଆଉ ଏକ ବଡ ପ୍ରୋଜେକ୍ଟ ସାଇନ୍ କଲେ ଧୈର୍ଯ୍ୟ କାର୍‌ୱା, ଏହି ଅଭିନେତ୍ରୀଙ୍କ ସହ କରିବେ ରୋମାନ୍ସ

ନୂଆଦିଲ୍ଲୀ ୨୦/୦୮: ଶକୁନ ବାତ୍ରାଙ୍କ ‘ଗେହରାଇୟାଁ’ରେ ଦମ୍‌ଦାର ପ୍ରଦର୍ଶନ ପରେ ଅପ୍‌କମିଙ୍ଗ ଫିଲ୍ମରେ ସେକେଣ୍ଡ ଲିଡ୍‌ ରୋଲ୍‌ ପାଇଛନ୍ତି ଧୈର୍ଯ୍ୟ କାର୍‌ୱା । ଏଥିରେ ତାଙ୍କ ସହ ରୋମାନ୍ସ କରିବେ ସାନ୍ୟା ମଲହୋତ୍ରା । ଖବର ଅନୁଯାୟୀ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍‌ ନିଜର ନୂଆ ପ୍ରୋଜେକ୍ଟ ପାଇଁ ଫ୍ରେଶ୍‌ ଯୋଡ଼ି ଖୋଜୁଥିଲେ । ଧୈର୍ଯ୍ୟ ଓ ସାନ୍ୟାଙ୍କ ପାଖରେ ସେମାନଙ୍କ ଅନ୍ୱେଷଣ ଶେଷ ହୋଇଛି । ଚଳିତ ବର୍ଷ ଶେଷ ଭାଗରେ ଫିଲ୍ମର ସୁଟିଂ ଆରମ୍ଭ ହେବ ।

ତେବେ ସାନ୍ୟା-ଧୈର୍ଯ୍ୟ ପ୍ରଥମ ଥର ଏହି ପ୍ରଡକ୍ସନ୍‌ ହାଉସ୍‌ ଅଧୀନରେ କାମ କରିବେ ନାହିଁ । ପୂର୍ବରୁ ସାନ୍ୟା ‘ମିନାକ୍ଷୀ ସୁନ୍ଦରେଶ୍ୱର’ରେ ଏହି ବ୍ୟାନର୍‌ ଅଧୀନରେ କାମ କରିଥିଲେ । ତାଙ୍କ ଅପୋଜିଟ୍‌ରେ ନଜର ଆସିଥିଲେ ଅଭିମନ୍ୟୁ ଦସାନି । ସେହିପରି କରଣ ଜୋହରଙ୍କ ପ୍ରଯୋଜନାରେ ମୁକ୍ତିପ୍ରାପ୍ତ ‘ଗେହରାଇୟାଁ’ରେ ଦୀପିକା ପାଦୁକୋନ, ଅନନ୍ୟା ପାଣ୍ଡେ ଓ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ଧୈର୍ଯ୍ୟ ନଜର ଆସିଥିଲେ ।

ସାନ୍ୟାଙ୍କ ହାତରେ ଏବେ ଏକାଧିକ ପ୍ରୋଜେକ୍ଟ ରହିଛି । ଆଟଲିଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଯୱାନ୍‌’ରେ ସେ ନଜର ଆସିବେ । ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଶାହରୁଖ ଖାନ୍‌ ଓ ନୟନତାରା । ମେଘନା ଗୁଲଜାରଙ୍କ ‘ସାମ ବାହାଦୂର’ ଫିଲ୍ମ ମଧ୍ୟ ସେ ସାଇନ୍‌ କରିଛନ୍ତି । ଏଥିରେ ଭିକି କୌଶଲ ଓ ‘ଦଙ୍ଗଲ’ କୋ-ଷ୍ଟାର୍‌ ଫାତିମା ସନା ଶୈଖଙ୍କ ସହ ସେ ସ୍କ୍ରିନ୍‌ ଶେୟାର କରିବେ । ସେତିକି ନୁହେଁ ‘ଦ ଗ୍ରେଟ୍‌ ଇଣ୍ଡିଆନ୍‌ କିଚେନ୍‌’ର ହିନ୍ଦୀ ରିମେକ୍‌, ‘କଟହଲ୍‌’ ଓ ଅନ୍ୟ କିଛି ପ୍ରୋଜେକ୍ଟ ବି ସେ ସାଇନ୍‌ କରିଛନ୍ତି ।