ବୁଧବାର ଏହି ରାଶିର ଲୋକମାନେ ବାଣିଜ୍ୟ, ବ୍ୟବସାୟର କ୍ଷତି ସହି ପାରନ୍ତି, ଜାଣନ୍ତୁ କେମିତ କଟିବ ଆପଣଙ୍କର ଦିନ

pic - internet
ମେଷ: ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି, ଶରୀରରେ ସୁସ୍ଥତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଆପଣାଇବେ। ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ ଏବଂ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଓ କର୍ମରେ ସଫଳତା, ଉଚ୍ଚ ସମ୍ମାନ ଓ ପଦମର୍ଯ୍ୟାଦା ଅତୁଟ ରହିବ। ଯେଉଁମାନଙ୍କର ଦ୍ୱିଜାମେଷ ସେମାନେ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଉଚ୍ଚମନା ହେବେ। ମହିଳାମାନେ ପରୋପକାରୀ ହେବେ।
ବୃଷ: ଘାତବାର, ଘାତଚନ୍ଦ୍ର ହେତୁ ଚାଲିଚଳନ, ବ୍ୟବହାର ବିବାଦୀୟ ହେବ ଏବଂ ମନରେ ବିଷଣ୍ଣତା, ଅସ୍ଥିରତାଭାବ ପ୍ରକାଶ ପାଇବ। ମାନ ସମ୍ମାନ ହାନି, ପରିବାରରେ ମନୋମାଳିନ୍ୟ ଓ ଇତରଜନଠାରୁ ଅପମାନ ପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଓ କର୍ମରେ ବିଫଳତା ଏବଂ ସହକର୍ମୀଙ୍କ ଉପହାସର ପାତ୍ର ହେବେ। ଯେଉଁମାନଙ୍କର କୃତ୍ତିକାମେଷ ସେମାନେ ସତର୍କ ହେବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ଅବହେଳା କରିବେ। ମହିଳାମାନେ ଅପମାନ ପାଇବେ।
ମିଥୁନ: ପରିବହନ ବ୍ୟବସାୟରେ ଆଜିଉତ୍ତମ ଆୟ କରିବେ ଏବଂ ନୂତନ ଯାନବାହନ କ୍ରୟ କରିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ ଏବଂ ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ। କର୍ମରେ ସଫଳତା, ସହକର୍ମୀଙ୍କ ସହଯୋଗ ଏବଂ ପଦସ୍ଥ କର୍ମଚାରୀଙ୍କ ଶ୍ରଦ୍ଧାଭାଜନ ହେବେ। ଯେଉଁମାନଙ୍କର ମୃଗଶିରା ଓ ପୁନର୍ବସୁମିଥୁନ ସେମାନେ ଅଧିକ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଧ୍ୟାନ ଦେବେ। ମହିଳାମାନେ ଅତିଥି ସେବାରେ ବ୍ରତୀ ହେବେ।
କର୍କଟ: ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା, ପରସ୍ପର ମଧ୍ୟରେ ସ୍ନେହ, ମୈତ୍ରୀ ଭାବ ଏବଂ ଭାଇଭଉଣୀଙ୍କ ସହାୟତା ପ୍ରାପ୍ତ କରିବେ। ନୂତନ କର୍ମାରମ୍ଭ, ନୂତନ ନିଯୁକ୍ତି କିମ୍ବା କୌଣସି ମାଙ୍ଗଳିକ କର୍ମର ଆୟୋଜନରେ ବ୍ୟସ୍ତ ରହିବେ। ବାଣିଜ୍ୟ, ବ୍ୟବସାୟରେ ଉତ୍ତମ ଆୟ ଓ କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ ସମସ୍ତଙ୍କର ଶ୍ରଦ୍ଧାଲାଭ କରିବେ। ଯେଉଁମାନଙ୍କର ପୁନର୍ବସୁ ଓ ଅଶ୍ଳେଷା କର୍କଟ ସେମାନେ ଅଧିକ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଉଦ୍ଯୋଗ କରିବେ। ମହିଳାମାନେ ସ୍ୱାଭିମାନୀ ହେବେ।
ସିଂହ: ଘାତବାର, କୃଷ୍ଣପକ୍ଷର ଦ୍ୱିତୀୟ ଚନ୍ଦ୍ର ହେତୁ ବାଦବିବାଦ, ଆର୍ଥିକ କାରବାର ଏବଂ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହେବେ। ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଚୋରି ହୋଇଯାଇପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ କର୍ମରେ ବାଧାବିଘ୍ନ ଦେଖାଦେବ। ଯେଉଁମାନଙ୍କର ମଘା ଓ ଉତ୍ତରା ଫାଲଗୁନୀ ସିଂହ ସେମାନେ ସତର୍କ ହେବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଅବହେଳା କରିବେ। ମହିଳାମାନେ ଧନକ୍ଷତି କରିବେ।
କନ୍ୟା: ଘାତବାର ଓ ଶ୍ରୀଚନ୍ଦ୍ରହେତୁ ଘାତବାରର ପ୍ରଭାବ କମ୍ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ମିଳିବ। କର୍ମରେ ପରିଶ୍ରମ ତୁଳନାରେ ସଫଳତା ଅଧିକ ମିଳିବ ଏବଂ ସମସ୍ତଙ୍କର ପ୍ରଶଂସାର ପାତ୍ର ହେବେ। ଯେଉଁମାନଙ୍କର ହସ୍ତା ଓ ଚିତ୍ରାକନ୍ୟା ସେମାନେ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଆମୋଦପ୍ରମୋଦରେ ମନ ଦେବେ। ମହିଳାମାନେ ସୁଖୀ ହେବେ।
ତୁଳା: ଦ୍ୱାଦଶଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ବହୁତ କମ୍ ରହିବ ଏବଂ ବହୁତ ଭାବିଚିନ୍ତି ଖର୍ଚ୍ଚ କରିବେ। କର୍ମରେ ସଫଳତା ଏବଂ ସମସ୍ତ ଅଟକିଥିବା କାମ ଓ କଷ୍ଟସାଧ୍ୟ କାମ ଆଜି ଆପଣଙ୍କ ପାଇଁ ସହଜ ହେବ। ଯେଉଁମାନଙ୍କର ଚିତ୍ରା ଓ ବିଶାଖାତୁଳା ସେମାନେ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଧ୍ୟାନ ଦେବେ। ମହିଳାମାନେ ମିତବ୍ୟୟୀ ହେବେ।
ବିଛା: ଏକାଦଶ ଚନ୍ଦ୍ର ହେତୁ ଆୟପ୍ରତି ଓ ବ୍ୟବସାୟ ପ୍ରତି ଅଧିକ ଧ୍ୟାନ ଓ ସମୟ ଦେବେ। ବିଭିନ୍ନ ସୂତ୍ରରୁ ଆୟର ମାର୍ଗ ଖୋଲିଯିବ ଏବଂ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଅର୍ଜିତ ଧନକୁ ସତ୍ମାର୍ଗରେ ବିନିଯୋଗ କରିବେ। କର୍ମରେ ସଫଳତା ଏବଂ କର୍ମସ୍ଥାନର ସମସ୍ତସୁବିଧାସୁଯୋଗ ହାସଲ କରିବେ। ଯେଉଁମାନଙ୍କର ବିଶାଖା ଓ ଜ୍ୟେଷ୍ଠା ବିଛା ସେମାନେ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଉଚ୍ଚମନା ହେବେ। ମହିଳାମାନେ ଆୟରପନ୍ଥା ନିରୂପଣ କରିବେ।
ଧନୁ: କର୍ମରେ ଉନ୍ନତି ଏବଂ ଭାଗ୍ୟ ଅପେକ୍ଷା କର୍ମକୁ ଅଧିକ ଧ୍ୟାନ ଦେବେ ଏବଂ କର୍ମ ଉପରେ ବିଶ୍ୱାସ ରଖିବେ। ସମସ୍ତ କର୍ମରେ ସଫଳତା ମିଳିବ ଏବଂ ସମସ୍ତ କର୍ମରେ ଆପଣଙ୍କର କାର୍ଯ୍ୟଦକ୍ଷତା ଓ କର୍ମକୁଶଳତା ପ୍ରକାଶ ପାଇବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ ସେମାନେ ଅଧିକ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ମନୋନିବେଶ କରିବେ।
ମକର: କୃଷ୍ଣପକ୍ଷର ନବମ ଚନ୍ଦ୍ର ହେତୁ ମାନ, ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ନିଜର ପ୍ରିୟବନ୍ଧୁଙ୍କ ସହ ମତାନ୍ତର ଏବଂ ନିଜ କୃତକର୍ମର ପଶ୍ଚାତାପ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସ୍ୱଳ୍ପ ଆୟ ଏବଂ କର୍ମରେ ବିଫଳତା ଓ ପଦସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ। ଯେଉଁମାନଙ୍କର ଉତ୍ତରାଷାଢ଼ା ମକର ସେମାନେ ସତର୍କ ହେବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରୁ ଦୂରେଇ ଯିବେ। ମହିଳାମାନେ ଅପମାନ, ଅପଯଶ ପାଇବେ।
କୁମ୍ଭ: ଅଷ୍ଟମ ଚନ୍ଦ୍ର ହେତୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ ଏବଂ ଚାଲିଚଳନ, ବ୍ୟବହାର ବିବାଦୀୟ ହେବ ଓ ମନରେ ବିରକ୍ତିଭାବ ପ୍ରକାଶ ପାଇବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେବ ତା’ଠାରୁ ଅଧିକ ବଦ୍ଖର୍ଚ୍ଚ ହେବ ଏବଂ କର୍ମରେ ବହୁବିଧ ସମସ୍ୟାର ସମ୍ମୁଖୀନ ହେବେ। ଯେଉଁମାନଙ୍କର ଶତଭିଷାକୁମ୍ଭ ସେମାନେ ସତର୍କ ହେବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରୁ ବିଚ୍ୟୁତ ହେବେ। ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ।
ମୀନ: କୌଣସି ମାଙ୍ଗଳିକ କର୍ମରେ ପରିବାର ସହଯୋଗ ଦେବେ ଏବଂ ପୁତ୍ର, କନ୍ୟାଙ୍କର ମାଙ୍ଗଳିକ କର୍ମର ଆୟୋଜନ କରିବେ। ମାନସିକ, ପାରିବାରିକ ଶାନ୍ତି ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ସ୍ତ୍ରୀହେତୁକ ଧନପ୍ରାପ୍ତି ହେବ। କର୍ମରେ ସଫଳତା ଏବଂ ମହିଳା ସହକର୍ମୀଙ୍କ ସହଯୋଗ ପ୍ରାପ୍ତ କରିବେ। ଯେଉଁମାନଙ୍କର ଉତ୍ତରାଭାଦ୍ର ମୀନ ସେମାନେ ସତର୍କ ହେବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଅସ୍ଥିରମନା ହେବେ। ମହିଳାମାନେ ସ୍ୱାମୀ ଅନୁରକ୍ତା ହେବେ।