ଯୋଗୀ ସରକାରଙ୍କର ବଡ଼ ଘୋଷଣା , ଏବେ ରାସନ ଦୋକାନରେ ମିଳିବ ଏହି ୩୫ ଜିନିଷ

ଲକ୍ଷ୍ନୌ : ଏବେ ଆପଣଙ୍କୁ ନିଜର ଅତ୍ୟାବଶ୍ୟକ ଜିନିଷ ପାଇଁ ବାରମ୍ୱାର ମାର୍କେଟକୁ ଯିବାକୁ ପଡ଼ିବ ନାହିଁ। ଆପଣ ଏହାକୁ ନିଜର ଘର ପାଖ ରାସନ ଦୋକାନରୁ ପାଇ ପାରିବେ। ହିଁ ଆଜ୍ଞା, ଏହିଭଳି ଏକ ପ୍ରୟାସ ୟୁପି ସରକାର କରିଛନ୍ତି। ୟୁପିରେ ଏବେ ରାସନ ଦୋକାନରେ କ୍ଷୀର , ବ୍ରେଡ୍ , ମସଲା , ବ୍ୟୁଟି ପ୍ରଡକ୍ଟ , ଛତା ଓ ଟର୍ଚ ଭଳି ୩୫ ଟି ଜିନିଷ ମିଳିବ। ଏଥିରେ ଗୁଡ଼ ଘିଅ, ଲୁଣ , ପ୍ୟାକେଟ ମିଠେଇ , କ୍ଷୀର ପାଉଣ୍ଡ , ପ୍ୟାକେଟ ଶୁଖିଲା ମେୱେ , ପିଲାଙ୍କ କପଡ଼ା, ରାଜମା , ସୋୟାବିନ୍ , କ୍ରିମ୍, ଧୂପବତୀ , ପାନିଆ , କାଚ , ଝାଡ଼ୁ , ଗାମୁଛା , ତାଲା , ରେନକୋଟ୍ ମଧ୍ୟ ଉପଲବ୍ଧ ହେବ। ଏହାସହ ୱାଲ ହ୍ୟାଙ୍ଗର , ଡିଟର୍ଜେଣ୍ଟ ପାଉଡ଼ର , ବର୍ତନ ଧୋଇବା ସାବୁନ , ଇଲେକ୍ଟ୍ରୋନିକ ଜିନିଷ , କାନ୍ଥ ଘଡ଼ି , ଦିଆସିଲ, ନାୟଲନ୍ ଓ ଝୋଟ ରଶି , ପ୍ଲାଷ୍ଟିକ ପାଇପ୍ ( ପାଣି ପାଇଁ) , ପ୍ଲାଷ୍ଟିକ୍ ବାଲଟି, ମଗ ଓ ଛଣା (ଷ୍ଟ୍ରେନର )ବିକ୍ରି ମଧ୍ୟ ହେବ। ଏ ବିଷୟରେ ବିସ୍ତୁତ ସୂଚନା ଯୋଗୀ ସରକାର ବୁଧବାର ଜାରି କରିଥିଲେ ।
ଏହାସହ ହ୍ୟାଣ୍ଡୱାଶ୍ , ବାଥରୁମ୍ କ୍ଲିନର ଓ ବେବି କେୟାର ଉତ୍ପାଦ ଭଳି ଡାୟପର , ବେବି ସାବୁନ , ମସାଜ ତେଲ , ୱାଇପ୍ସ ଓ ବଡ଼ି ଲୋସନ ମଧ୍ୟ ମିଳିବ। ଏହା ଦ୍ୱାରା ସାଧାରଣ ଲୋକଙ୍କୁ ଏବେ ଗୋଟିଏ ହିଁ ଦୋକାନରେ ରାସନ ସହ ଏଭଳି ଅନେକ ଦରକାରୀ ଜିନିଷ ମିଳି ପାରିବ। ପ୍ରାରମ୍ଭିକ ଭାବେ ସରକାରଙ୍କର ଉଦ୍ଦେଶ୍ୟ ରାସନ ଦୋକାନୀଙ୍କର ଆୟ ବଢାଇବା। ଏହାସହ ଆଗାମୀ ସମୟରେ ନୂଆ ମଡେଲ ସପ୍ ତିଆରି କରିବାର ଲକ୍ଷ୍ୟ , ଯେଉଁଥିରେ ରାସନ ସହ ଦୈନିକ ବ୍ୟବହାର୍ଯ୍ୟ ଜିନିଷ ଓ ଆହୁରି ଅନେକ କାମ ବି ହୋଇପାରିବ।
ଏହିପାଇଁ ଅନ୍ନପୂର୍ଣ୍ଣା ମଡେଲ ଦୋକାନ ଗୁଡ଼ିକର ନିର୍ମାଣ ଗ୍ରାମ ସଚ୍ଚିବାଳୟର ପାଖ ଗ୍ରାମ ସଭାର ଜମିରେ କରାଯିବ। ଏଥିରେ ଲୋକଙ୍କୁ ଦୈନିକ ଆବଶ୍ୟକତାର ବସ୍ତୁ ଓ ଅନ୍ୟ ସେବା ନିକଟତମ ସ୍ଥାନରେ ଗୋଟିଏ ହିଁ ସ୍ଥାନରେ ମିଳିପାରିବ। ପାଇଲଟ ପ୍ରୋଜେକ୍ଟ ଭାବେ ବରେଲି ମଣ୍ଡଳରେ ୫୨ ଅନ୍ନପୂର୍ଣ୍ଣା ଉଚିତ୍ ଦରର ଦୋକାନ ନିର୍ମାଣାଧିନ ଅଛି। ଖୁବ୍ ଶୀଘ୍ର ଏହା ସବୁ ଜିଲ୍ଲାରେ ଲାଗୁ କରାଯିବ ।