ତୁଳା:  ପଞ୍ଚମ ଚନ୍ଦ୍ର, ଶୁକ୍ରବାର ଓ ଘାତ ନକ୍ଷତ୍ର ଯୋଗୁଁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ କିଛି ସମସ୍ୟା ଦେଖାଦେବ । ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା,ଧନ,ସମ୍ପଦ ବୃଦ୍ଧି ପାଇବ ଏବଂ ପରିବାରରେ ସୁଖଶାନ୍ତିର ପରିବେଶ ରହିବ । ସନ୍ତାନମାନଙ୍କର ଶିକ୍ଷା, ଦୀକ୍ଷା ଓ କର୍ମରେ ଉନ୍ନତି ଆସିବ ଏବଂ ଚାଲିଚଳନ, ବ୍ୟବହାର ଓ କଥାବାର୍ତ୍ତାରେ ସଂସ୍କାର ଆସିବ । ପିତାମାତାଙ୍କ କୃପା ଲାଭ କରିବେ ଏବଂ ପାରିବାରିକ ବିବାଦର ସମାଧାନ ହେବ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ ସହକର୍ମୀଙ୍କ ସହଯୋଗ ମିଳିବ । ଯେଉଁମାନଙ୍କର ବିଶାଖା ତୁଳା ସେମାନେ ସୁଫଳ ପାଇବେ । ଶୁଭ ରଙ୍ଗ-ନୀଳ,   ସଂଖ୍ୟା -୨, ଆରାଧାନ-ମା' କମଳା 


ବିଛା: ଘାତବାର ଓ ଓ ଚତୁର୍ଥ ଚନ୍ଦ୍ର ଯୋଗୁଁ ଗୁରୁଜନଙ୍କ ସହ ବିବାଦ, କ୍ଷମତାଶୀଳ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶରେ ଶିକାର ହେବେ । ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ୱା ହଜିଯାଇପାରେ । ଏଥିସହ ଧନକୁ ନେଇ ବିବାଦ ଓ ମାଲିମକଦ୍ଦମାରେ ପଡିପାରନ୍ତି । ମନ ଅସ୍ଥିର, ବିଷାଦ ଗ୍ରସ୍ତ ରହିବ ଏବଂ ଶାରୀରିକ ପୀଡା ଭୋଗିବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ । ଯେଉଁମାନଙ୍କର ଜ୍ୟେଷ୍ଠା ବିଛା, ସେମାନେ ସତର୍କ ହେବେ । ଶୁଭ ରଙ୍ଗ-ହଳଦିଆ, ସଂଖ୍ୟା -୧୧, ଆରାଧନା-ପ୍ରଭୁ ହନୁମାନ 

ଧନୁ: ଘାତବାର ଓ ଦ୍ୱିତୀୟ ଚନ୍ଦ୍ର ଯୋଗୁଁ ଘାତବାରରର ପ୍ରଭାବ ରହିବ ନାହିଁ । ମନରେ ଉତ୍ସାହ, ଉଦ୍ଦିପନା, ପରିବାରରେ ସୁଖଶାନ୍ତି , ସ୍ୱଜନରେ ସୁସମ୍ପର୍କ ଏବଂ ଭାଇଭଉଣୀଙ୍କ ସାହାଯ୍ୟ , ସହଯୋଗ ମିଳିବ । ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷି ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଧ୍ୟାନ ଅଧିତକ ରହିବ । ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆୟ  ଅତି  ଉତ୍ତମ ହେବ  ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ । ଯେଉଁମାନଙ୍କର ମୂଳା ଓ ଉତ୍ତରାଷାଢା ଧନୁ , ସେମାନେ ଉପକୃତ ହେବେ । ଶୁଭ ରଙ୍ଗ- ଲାଲ, ସଂଖ୍ୟା -୫ ଆରାଧନା- ମା' ତାରା 

ମକର: ଦ୍ୱିତୀୟ ଚନ୍ଦ୍ର, ଶୁକ୍ରବାର ଓ ଶତଭିଷା ନକ୍ଷତ୍ର ଭୋଗ  ହେଉଥିବାରୁ ଧନ , ସମ୍ପଦ ବୃଦ୍ଧି ପାଇବ ଏବଂ ଆୟର ନୂତନ ମାର୍ଗ ଖୋଲିବ । ମୂଲ୍ୟବାନ ଧାତୁ , ବସନଭୂଷଣ, ଭୂମି ଓ ଯାନବାହନ କ୍ରୟ କର୍ବେ ଏବଂ ଉନ୍ନତିମୂଳକ କର୍ମରେ ଧନର ବିନିଯୋଗ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ଆସିବ । କର୍ମରେ ସଫଳତା ମିଳିଲେ ମଧ୍ୟ କିଛି ସମସ୍ୟା ଦେଖାଦେବ। ଶୁଭ ରଙ୍ଗ- ବାଇଗଣୀ , ସଂଖ୍ୟା-୩, ଆରାଧନା- ମା' ଦୁର୍ଗା


କୁମ୍ଭ: ଶ୍ରୀଚନ୍ଦ୍ର , ଶୁକ୍ରବାର ଯୋଗୁଁ ଧନ, ମାନ , ସମ୍ମାନ , ସ୍ୱଜନରେ ସୁସମ୍ପର୍କ , ପରିବାରରେ ସୁଖ ଶାନ୍ତି , ଲକ୍ଷ୍ମୀଙ୍କର କୃପା ଏବଂ ସୁଖାଦ୍ୟ , ସୁବସନ ପ୍ରାପ୍ତି ହେବ । ଚାଲିତଳନ, ବ୍ୟବହାର, କଥାବାର୍ତ୍ତା ମାର୍ଜିତଓ ସର୍ବଜନ ଆଦୃତ ହେବ । ମୂଲ୍ୟବାନ ଧାତୁ,ବସନଭୂଷଣ,ସୌଖୀନ ଘରୋଇ ଉପକରଣ କ୍ରୟ କରିବେ । ଯେଉଁମାନଙ୍କର ଧନିଷ୍ଠା ଓ ପୂର୍ବଭାଦ୍ର କୁମ୍ଭ ସେମାନେ ସୁଫଳ ପାଇବେ । ଶୁଭ ରଙ୍ଗ-କଳା, ସଂଖ୍ୟା-୬ , ଆରାଧନା- ମା' କାଳୀ

ମୀନ: ଘାତବାର, ଘାତଚନ୍ଦ୍ର ଯୋଗୁ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା, ହତୋତ୍ସାହ ଭାବ ପ୍ରକାଶ ପାଇବ ଏବଂ ଅପବ୍ୟୟ, ଅପବାଦ ଓ ଅପଯଶର  ଶିକାର ହେବ। ଅଯଥା ଖର୍ଚ୍ଚ , ବଦଖର୍ଚ୍ଚ, ପରିବାରର ଖର୍ଚ୍ଚଭାର ବୃଦ୍ଧିପାଇବ ଓ ଖର୍ଚ୍ଚଭାରରେ ଅତିଷ୍ଠ ହୋଇ ଋଣ କରିବାକୁ ପଡିପାରେ । ସମସ୍ତ କର୍ମରେ ଭୁଲ ନିଷ୍ପତି ନେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଅଧିକ ହେବ । କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅଯଥା ବିଳମ୍ୱ ଦେଖାଦେବ । ଶୁଭ ରଙ୍ଗ- ଗୋଲାପି,   ସଂଖ୍ୟା-୭   ଆରାଧନା- ପ୍ରଭୁ ଶ୍ରୀଜଗନ୍ନାଥ