PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ଡାକୁ ହସୀନା

‘ସତ୍ୟମେବ ଜୟତେ’ର ନିର୍ମାତା ଏବେ ‘ମରଜାୱାଁ’କୁ ନେଇ ଚର୍ଚ୍ଚାରେ । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ରିତେଶ ଦେଶମୁଖ ଓ ସିଦ୍ଧାର୍ଥ ମଲହୋତ୍ରା । ତେବେ ଏହାର ଲିଡ୍‌ ଲେଡି ରାକୁଲ ପ୍ରୀତ ସିଂହ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଫିଲ୍ମ ସେଟ୍‌ରେ ନିଜର ଏକ ଲୁକ୍‌ ଇନଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲ୍‌ରେ ଶେୟାର୍‌ କରିବା ପରେ ରାକୁଲଙ୍କ ଭୂମିକା ବିଷୟରେ ସିନେପ୍ରେମୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ଗସିପ୍‌ । ଓଢ଼ଣିରେ ମୁହଁ ଅଧା ଘୋଡ଼ାଇ ଆଖିରେ ବହୁତ କିଛି କହିଛନ୍ତି ଏହି ସୁନ୍ଦରୀ । ଫଟୋ ସହିତ କ୍ୟାପଶନ୍‌ ଦେଖିଲେ ଜଣାପଡୁଛି, ଫିଲ୍ମରେ ତାଙ୍କ ଚରିତ୍ରର ନାଁ ଡାକୁ ହସୀନା । ପୂର୍ବରୁ ରାକୁଲଙ୍କ ଭୂମିକା ବିଷୟରେ କୌଣସି ସୂଚନା ମିଳିନଥିବାରୁ ଏହି ସଙ୍କେତ ସିନେପ୍ରେମୀଙ୍କୁ ବେଶ ଖୋରାକ ଦେଇଛି ।

ଫିଲ୍ମରେ ରିତେଶ ଦେଶମୁଖଙ୍କୁ ନେଗେଟିଭ୍‌ ରୋଲ୍‌ରେ ଦେଖିବେ ଦର୍ଶକ । ଏଥିରେ ତାଙ୍କର ବାମନ ଅବତାର ରହିଛି, ଯାହା ତାଙ୍କ ପ୍ରଶଂସକଙ୍କ ଧ୍ୟାନ ଆକର୍ଷଣ କରିବ । ସିଦ୍ଧାର୍ଥ ମଧ୍ୟ ନୂଆ ଲୁକ୍‌ରେ ପରଦାକୁ ଓହ୍ଲାଇବେ । ଏହା ପୂର୍ବରୁ ସିଦ୍ଧାର୍ଥ-ରାକୁଲଙ୍କ ଯୋଡ଼ି ବେଶ ପସନ୍ଦ କରିଛନ୍ତି ସିନେପ୍ରେମୀ । ‘ମରଜାୱାଁ’ ଜରିଆରେ ପୁଣି ଥରେ ମନୋରଞ୍ଜନକରାଇବେ ବୋଲି ରାକୁଲ ଆଶାବାଦୀ । ତାଙ୍କ ଅପ୍‌କମିଙ୍ଗ ବଲିଉଡ୍‌ ସିନେ ଲିଷ୍ଟରେ ରହିଛି ଆକିଭ ଅଲିଙ୍କ ‘ଦେ ଦେ ପ୍ୟାର୍‌ ଦେ’ । ଏଥିରେ ରାକୁଲଙ୍କ ଅପୋଜିଟ୍‌ରେ ସ୍କ୍ରିନ୍‌ ଶେୟାର୍‌ କରିଛନ୍ତି ଅଜୟ ଦେବଗନ୍‌ । ଏଥିସହ ତାଙ୍କର ଗୋଟିଏ ତେଲୁଗୁ ଓ ୩ଟି ତାମିଲ ଫିଲ୍ମ ମଧ୍ୟ ଚଳିତ ବର୍ଷ ମୁକ୍ତିଲାଭ କରିବ ।

ସମ୍ବନ୍ଧିତ ଖବର