ରାଜସ୍ଥାନରେ ଦଳିତ ନାବାଳକକୁ ମାଡ, ଭିଡିଓ ଭାଇରାଲ

ରାଜସ୍ଥାନ ୫/୬: ରାଜସ୍ଥାନର ପାଲି ଜିଲ୍ଲଲାରେ ଧନୋରିୟା ନାମକ ଏକ ଗାଁ ଅଛି । ସେହି ଗାଁରୁ ଏକ ଭିଡିଓ ଭାଇରାଲ ସେୟାର ହୋଇଛି ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ କିଛି ଲୋକ ମିଶିକି ଗୋଟିଏ ପିଲାକୁ ମାରୁଛନ୍ତି । ଆଖପାଖରେ ୪-୫ ଜଣ ଠିଆ ହୋଇଛନ୍ତି । ଠେଙ୍ଗାରେ ମାଡ ଖାଉଛି ପିଲାଟି । ସୂଚନା ଅନୁସାରେ ଘଟଣାଟି ୧ ଜୁନର ।
#BREAKING राजस्थान के जिला पाली गाॅव धनेरिया मे दलित नाबालिग लङके को इतनी बेरहमी से पीटा की मन विचलित हो उठा।
— The Dalit Voice (@ambedkariteIND) June 3, 2019
इस लङके की गलती सिर्फ इतनी है कि यह गाँव के मन्दिर पर चढ़ गया था !
भगवा गमछा ङाले युवक नजर आ रहा है बताया जा रहा है कि वह भाजपा का कार्यकर्ता हैpic.twitter.com/4kT4olJA1y
ମାଡ ଖାଉଥିବା ନାବାଳକଟି ଦଳିତ ପରିବାରର । ରାଜସ୍ଥାନ ପୋଲିସ ଏହି ଘଟଣାରେ ମାମଲା ରୁଜୁ କରିଛି । ମାଡ ମାରୁଥିବା ଲୋକମାନଙ୍କୁ ରିମାଣ୍ଡରେ ନିଆଯାଇଛି । ପୋଲିସ ସୂଚନା ଅନୁସାରେ ନାବାଳକ ଉପରେ ମଧ୍ୟ POCSO ଆକ୍ଟ ଅନୁସାରେ ମାମଲା ରୁଜୁ ହୋଇଛି । ଅଭିଯୋଗ ହୋଇଛି ଯେ ନାବାଳକଟି ଜଣେ ଯୁବତୀକୁ ଏକୁଟିଆ ପାଇ ତା ସହିତ ଅସଦାଚରଣ କରିଥିଲା । ଏହା ପରେ ସ୍ଥାନୀୟ ଲୋକମାନେ ତାକୁ ପିଟିବାରେ ଲାଗିଲେ । ପିଟୁଥିବା ଲୋକଙ୍କୁ ରିମାଣ୍ଡରେ ନେଇଛି ପୋଲିସ ।
ତେବେ ଏହି ଘଟଣାର ଅନ୍ଯ ଏକ କାହାଣୀ ମଧ୍ଯ ଶୁଣିବାକୁ ମିଳୁଛି । କୁହାଯାଉଛି ଯେ ଦଳିତ ନାବାଳକ ଏକ ମନ୍ଦିରରେ ପଶି ଯାଇଥିଲା । ଫଳରେ ଲୋକମାନେ ତାକୁ ପିଟିବାକୁ ଲାଗିଲେ । କିଛି ଦଳିତ ସଙ୍ଗଠନର କହିବା ଅନୁସାରେ ପୋଲିସ ମାମଲାକୁ ଦିଗ ବଦଳାଇବାକୁ ଚେଷ୍ଟା କରୁଛି ।