PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଶ୍ବଶୁର ଘର ଯାଉଥିବା ଦଳିତ ଯୁବକଙ୍କୁ ଚୋର ଭାବି ଜାଳିଦେଲେ ଗାଁ ଲୋକ

ବାରବାଙ୍କି,୨୧।୭ :ଉତ୍ତର ପ୍ରଦେଶର ବାରାବାଙ୍କିରେ ଜଣେ ଦଳିତ ଯୁବକକୁ କିଛି ଲୋକ ଉଲଗ୍ନ କରି ପ୍ରବଳ ମାଡ଼ ମାରିବା ସହ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚୋର ସନ୍ଦେହରେ ଗାଁ ଲୋକମାନେ ଏହି ଯୁବକଙ୍କୁ ମାଡ ମାରି ନିଆଁ ଲଗାଇଦେଇଛନ୍ତି।   ଯୁବକଙ୍କ ନାଁ ସୁଜିତ କୁମାର। ତାଙ୍କ ଶରୀରର ପ୍ରାୟ ୪୦ପ୍ରତିଶତ ପୋଡ଼ି ଯାଇଥିବା ପୁଲିସ କହିଛି। ଏହି ଘଟଣାରେ ପୁଲିସ ତିନିଜଣଙ୍କୁ ଗିରଫ କରିଛି।

ପୋଳିସର ସୂଚନା ଅନୁସାରେ,ସୁଜିତ(୨୮) ଗୁରୁବାର ରାତି ସାଢେ ୧ଟା ସମୟରେ ରଘୁପୁରାସ୍ଥିତ ତାଙ୍କ ଶ୍ବଶୁର ଘରକୁ ଯାଉଥିବା ସମୟରେ କିଛି କୁକୁର ଗୋଡ଼ାଇଥିଲେ। ଯାହାଫଳରେ ସେ ଭୟଭୀତ ହୋଇ ଗାଁ ଭିତରେ ଥିବା ଏକ  ଝୁମ୍ପୁଡ଼ିରେ ଛପି ଯାଇଥିଲେ। ଏହି ସମୟରେ କିଛି ଲୋକ ସେଠାକୁ ଆସି ତାଙ୍କୁ ଚୋର ସନ୍ଦେହରେ ଧରିନେଇ ପ୍ରବଳ ମାଡ଼ ମାରିଥିଲେ। କେବଳ ସେତିକି ନୁହେଁ କରେଣ୍ଟ ମଧ୍ୟ ଲଗାଇ ଦେଇଥିଲେ। ସୁଜିତ ପେଶାରେ ଜଣେ ପେଣ୍ଟର ବୋଲି ନିଜକୁ ପରିଚୟ ଦେଇଥିଲେ। କିନ୍ତୁ ଗାଁର ୪ ଜଣ ଲୋକ ତାଙ୍କ କଥା ନ ସୁଜିତଙ୍କ ଶରୀରରେ ପେଟ୍ରୋଲ ଢ଼ାଳି ଦେଇଥିଲେ।

ଏହି ସମୟରେ ପୁଲିସ ପହଞ୍ଚିଯିବାରୁ ସେମାନେ ଖସିଯିବାରେ କ୍ଷମ ହୋଇଥିଲେ। ପୁଲିସ ତୁରନ୍ତ ସୁଜିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସୁଜିତ ଯଦିଓ ବଞ୍ଚି ଯାଇଛନ୍ତି କିନ୍ତୁ ଏବେ ଗୁରୁତର ଅବସ୍ଥାରେ ଅଛନ୍ତି। ସୁଜିତଙ୍କ ଭାଇ-ଭଉଣୀଙ୍କ କହିବା ଅନୁସାରେ ତାଙ୍କର ପତ୍ନୀଙ୍କ ସହିତ ନିକଟରେ ଝଗଡା ହୋଇଥିବାରୁ ସେ ତାଙ୍କ ବାପା ଘରକୁ ଚାଲିଯାଇଥିଲେ। ଭାଉଜଙ୍କୁ ବୁଝାଇକି ବାପାଘରୁ ଆଣିବାକୁ ସୁଜିତ ଯାଇଥିବା ବେଳେ ତାଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା। ପୋଲିସ ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଛି। ଖୁବ୍ ଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ତଲାସୀ ଜାରି ରହିଛି।

ସମ୍ବନ୍ଧିତ ଖବର