ସୁକିନ୍ଦା,୧୦ା୪(ଆପ୍ର): ଆଜି ବିଜେପି ନେତା ଡା. ଦାମୋଦର ରାଉତ ଓ ଲେଖାଶ୍ରୀ ସାମନ୍ତସିଂହାର ଏକାଠି ଗୋଟିଏ ଗାଡିରେ ବୁଲି ପ୍ରଚାର କରିଛନ୍ତି । ସୁକିନ୍ଦା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ଏକ ମହାମିଶ୍ରଣ ପର୍ବର ଆୟୋଜନ ହୋଇଥିଲା । ଦାନଗଦୀ ବ୍ଲକ ଉପାଧ୍ୟକ୍ଷ ସୁଧାଂଶୁ ଭଞ୍ଜଙ୍କ ନେତୃତ୍ୱରେ ଦାନଗଦୀ ବ୍ଲକର ୧୯ ପଞ୍ଚାୟତ ଓ ସୁକିନ୍ଦା ବ୍ଲକର ୮ଟି ପଞ୍ଚାୟତର ପ୍ରବୀଣ ତୋଗଡ଼ିଆଙ୍କ ହିନ୍ଦୁ ସୁରକ୍ଷା ସେନାର ଶତାଧିକ କର୍ମୀଙ୍କୁ ମିଶାଇ ୪ହଜାରରୁ ଅଧିକ କର୍ମୀ ଆଜି ବିଜେଡି ଓ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ସୁକିନ୍ଦା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ବଳସାମନ୍ତଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ସେମାନେ ବିଜେପିରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି । ଏହି ଅବସରରେ ଅୟୋଜିତ ମହାମିଶ୍ରଣ ପର୍ବରେ ବିଜେପିର ରାଜ୍ୟ ଉପସଭାପତି ଡା. ଦାମୋଦର ରାଉତ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥିଭାବେ ରାଜ୍ୟ ବିଜେପି ପ୍ରବକ୍ତା ଲେଖାଶ୍ରୀ ସାମନ୍ତସିଂହାର, ଚଳଚ୍ଚିତ୍ର ଅଭିନେତା ଶ୍ରୀତମ ଦାସ, ଯାଜପୁର ଲୋକସଭା ପ୍ରାର୍ଥୀ ଅମୀୟ ମଲ୍ଲିକ ଯୋଗ ଦେଇଥିଲେ ।

ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲ...