ବିଜେପିରେ ଦାମଙ୍କୁ ସ୍ୱାଗତ: କହିଲେ, ‘ମୁଁ ବିଜେପିରେ, ଆପଣମାନେ ଖୁସି ତ ?’

ଭୁବନେଶ୍ୱର,୧୫ ।୩(ବ୍ୟୁରୋ): ବରିଷ୍ଠ ନେତା ଦାମୋଦର ରାଉତ ବିଜେପିରେ ଯୋଗ ଦେବା ପରେ ଆଜି ଭୁବନେଶ୍ୱର ଫେରିଛନ୍ତି । ଏହି ଅବସରରେ ଡ.ରାଉତଙ୍କୁ ବିମାନ ବନ୍ଦରରୁ ଦଳୀୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିରାଟ ବାଇକ ଶୋଭାଯାତ୍ରାରେ ସ୍ୱାଗତ କରାଯାଇଥିଲା । ପରେ ଦଳୀୟ କାର୍ଯ୍ୟାଳୟରେ ସ୍ୱାଗତ ସଭା ମାଧ୍ୟମରେ ଦଳର ବରିଷ୍ଠ ନେତୃବୃନ୍ଦ ଡା. ରାଉତଙ୍କୁ ବିପୁଳ ସ୍ୱାଗତ ସମ୍ବର୍ନ୍ଧନା ଜଣାଇଛନ୍ତି । ଏହି ଅବସରରେ ଦାମ କହିଲେ, ମୁଁ ଆଜି ୪୫ ବର୍ଷର ସଂପର୍କ କାଟି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛି । ଆପଣମାନେ ଖୁସି ତ? ଦାମଙ୍କ ଏତିକି କଥାରେ ସଭାସ୍ଥଳରେ ଛୁଟିଲା କରତାଳି । ଦାମ କହିଲେ, ବିଜୁଙ୍କ ଆଦର୍ଶରେ ମୁଁ ୩୫ ବର୍ଷ ବିଧାୟକ ହୋଇଛି । ୬ ଥର ମନ୍ତ୍ରୀ ହୋଇଛି, ଅନେକ ଲୋକହିତକର କାର୍ଯ୍ୟ କରିଛି । ୧୯୮୯ ମସିହା ପରଠୁ ବିଜୁ ବାବୁ ତାଙ୍କ ଦିିଲ୍ଲୀସ୍ଥିତ ବାସଭବନକୁ କାହିଁକି ଯାଉନଥିଲେ? ରାଜ୍ୟରେ ନାବାଳିକାଠୁ ଆରମ୍ଭ କରି ମହିଳା ପର୍ଯ୍ୟନ୍ତ ସମସ୍ତେ ଅସୁରକ୍ଷିତ । ଦୁର୍ନୀତିରେ ଏ ସରକାର ଉବୁଟୁବୁ । ନବାନ ସରକାରଙ୍କୁ ଖଣ୍ଡିଏ ଭୋଟ ଦିଅନି । କେବଳ ବିଜେପି ରାଜ୍ୟରୁ ଦୁର୍ନୀତିକୁ ହଟାଇ ପାରିବ ବୋଲି ଡା. ରାଉତ କହଥିଲେ । ଏହି ଅବସରରେ ବହୁ ବଶିଷ୍ଟି ବ୍ୟକ୍ତି ବିଜେପିରେ ସାମିଲ ହୋଇଥିଲେ । ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେନ୍ଦମ୍ରନ୍ତ୍ରୀ ଧମେର୍ନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କନକ ବଦ୍ଧର୍ନ ସିଂହଦେଓ, ବରିଷ୍ଠ ନେତା ବିସ୍ୱଭୂଷଣ ହରଚିନ୍ଦନ ସୁରେଶ ପୂଜାରୀଙ୍କ ସହ ବରିଷ୍ଠ ନେତାମାନେ ସାମିଲ ହୋଇ ଦାମଙ୍କୁ ସ୍ୱାଗତ କରିଥିଲେ । ଆଗାମୀ ଦନିରେ ରାଜ୍ୟରେ ମିଶନ ୧୨୦ ଲକ୍ଷ୍ୟ ନିଶ୍ଚିତ ଭାବେ ପୂରଣ ହେବ । ଡା. ରାଉତଙ୍କ ନେତୃତ୍ୱ ଏବଂ ମାର୍ଗ ଦର୍ଶକ ଦଳ ଆହୁରି ମଜବୁତ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।