ପାଟଣା, ୭।୪ : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ କୁଆପଥର ମାଡ଼ରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପାଟଣା ବ୍ଲକର ମଙ୍ଗଳପୁର, ଗୁଳୁଦିପଶି, ସାଧୁପଡା, ସ୍ୱାମ୍ ,ମୂଷାଖରୀ , ଡିଆନାଳୀ ଅଞ୍ଚଳରେ ୨୦୦ ରୁ ଊର୍ଦ୍ ଘରର ଛପର ଭାଙ୍ଗିଯାଇଛି । କୁଆପଥର ମାଡ଼ରେ ଅନେକ କାର୍ ର କାଚ ଭାଙ୍ଗିବା ସହ ଶତାଧିକ ବାଇକ୍ କ୍ଷତିଗ୍ରସ୍ତ ହୋଇଛି ।

ମଙ୍ଗଳବାର ମଧ୍ୟାହ୍ନରେ ହଠାତ୍ କାଳବୈଶାଖୀ ବର୍ଷା ଆରମ୍ଭ ହୋଇଯାଇଥିଲା । ବର୍ଷା ସହିତ ବଡ଼ ବଡ଼ କୁଆପଥର ମାଡ଼ ଆରମ୍ଭ ହୋଇଯାଇଥିଲା । ବିଶେଷ କରି ଟାଇଲ୍ ଏବଂ ଆଜବେଷ୍ଟସ୍ ଛପର ଘର କୁଆପଥର ମାଡ଼ରେ ଅଧିକ କ୍ଷତିଗ୍ରସ୍ତ ହୋଇଛି । କୁଆପଥର ମାଡ଼ରେ ଏହି ଅଞ୍ଚଳର ଶତାଧିକ ଘରର ଛାତ ଫାଟିଯାଇଛି । ଘର ବାହାରେ ଥିବା କାର୍ ର କାଚ ଭାଙ୍ଗିଯିବା ସହ, ଛାତ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । କୁଆପଥର ମାଡ଼ରେ ଶତାଧିକ ବାଇକ୍ ମଧ୍ୟ କ୍ଷତଗ୍ରସ୍ତ ହୋଇଛି ।