ପ୍ରମୁଖ ଖବର
  • ଯାଜପୁର,ଯୋକଡିଆ ନିକଟ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇ ପାଣିରେ ଭାସିଯାଇ ୨ ଭାଇ ନିଖୋଜ
  • ||
  • ବିଧାନସଭା କ୍ଷେତ୍ର ପାଇଁ ଆଉ ୪ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
  • ||
  • ପ୍ରକାଶ ପାଇଁ ଓଡ଼ିଶା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି, ମେ ୧୩ ତାରିଖରେ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ
  • ||
  • ବିଶ୍ୱ ଐତିହ୍ୟ ଦିବସ: ଆଜି ସୂର୍ଯ୍ୟମନ୍ଦିରରେ ମାଗଣା ପ୍ରବେଶ କରିପାରିବେ ପର୍ଯ୍ୟଟକ
  • ||
  • ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ଶୁକ୍ରବାର ୧୦୨ ଆସନରେ ହେବ ମତଦାନ, ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ
  • ||
  • IPL 2024ରେ ପଞ୍ଜାବକୁ ଭେଟିବ ମୁମ୍ବାଇ, ତିଳକ-ଅର୍ଶଦୀପ ଲଢ଼େଇକୁ ଅପେକ୍ଷା
  • ||
  • ଆହୁରି ତେଜିବ ତାତି, ସପ୍ତାହେ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ଖରା ପାଇଁ ତିନି ଦିନ ସ୍କୁଲ ଛୁଟି
  • ||

ଓଡ଼ିଶାରେ ମିଳିଲାନି ଆବଶ୍ୟକ ସଂଖ୍ୟକ ହଲ୍, ପୁଣି ଘୁଞ୍ଚିଲା ସିନେମା ‘ଦମନ’ର ରିଲିଜ ଡେଟ୍

ଭୁବନେଶ୍ୱର,୨୯/୦୯: ପୁଣି ଥରେ ଘୁଞ୍ଚିଲା ଓଡ଼ିଆ ସିନେମା ‘ଦମନ’ର ରିଲିଜ୍‌ । ଏନେଇ ବୁଧବାର ସୋସିଆଲ୍‌ ମିଡିଆରେ ସୂଚନା ଦିଆଯାଇଛି । ରିଲିଜ୍‌ ପାଇଁ ସାରା ଓଡ଼ିଶାରେ ବହୁ ସଂଖ୍ୟକ ହଲ୍‌ ନମଳିବାରୁ ପ୍ରଯୋଜନା ସଂସ୍ଥା ପୁନର୍ବାର ଏହାର ରିଲିଜ୍‌କୁ ଘୁଞ୍ଚାଇ ଦେଇଛନ୍ତି । ନଚେତ୍‌ ଏହା ପୂଜା ଅବସରରେ ଆସନ୍ତା ୩୦ ତାରିଖରେ ମୁକ୍ତିଲାଭ କରିବା ଲାଗି ଜୋର୍‌ଦାରରେ ପ୍ରଚାର, ପ୍ରସାର ହେଉଥିଲା। ଖୁବ୍‌ଶୀଘ୍ର ପରବର୍ତ୍ତୀ ତାରିଖ ଘୋଷଣା ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ଏହା ପୂର୍ବରୁ ମଧ୍ୟ ଏହିଭଳି ଅନେକ ଥର ଘୋଷଣା କରାଯାଇ ରିଲିଜ୍‌କୁ ଘୁଞ୍ଚାଯାଇଛି ।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସ୍ୱାସ୍ଥ୍ୟ ବ୍ୟବସ୍ଥାର ନିଚ୍ଛକ ଚିତ୍ରକୁ ଠିକଣା ଢଙ୍ଗରେ ଚିତ୍ରିତ ହୋଇଥିବା କାହାଣୀ ହେଉଛି ‘ଦମନ’ । ଯେଉଁଥିରେ ଡାକ୍ତର ଭୂମିକାରେ ଅଭିନୟ କରିଛନ୍ତି ଓଲିଉଡ ସୁପର୍‌ଷ୍ଟାର୍‌ ବାବୁସାନ୍‌ । ତାଙ୍କ ସହିତ ଅଛନ୍ତି ମଞ୍ଚ, ସିନେମା ଏବଂ ମ୍ୟୁଜିକ୍‌ ଭିଡିଓ ଦୁନିଆର ଜଣେ ଯୁବ ପ୍ରତିଭାବାନ କଳାକାର ଦୀପନ୍ୱିତ ଦାଶମହାପାତ୍ର । ଉଭୟଙ୍କ ଅଭିନୟ ବେଶ୍‌ ବାସ୍ତବ ଓ ଜୀବନ୍ତ ହୋଇଛି । ଯେଉଁଥିପାଇଁ ସିନେମାର ଟ୍ରେଲର୍‌ ପରେ ବିଶ୍ୱବ୍ୟାପୀ ଓଡ଼ିଆଙ୍କ ଭିତରେ ଏହି ସିନେମାକୁ ନେଇ ନାନାଦି ଚର୍ଚ୍ଚା ଚାଲିଛି । ସେଥିପାଇଁ ସମସ୍ତେ ଏହି ସିନେମାଟିକୁ ଦେଖିବା ଲାଗି ଅପେକ୍ଷା କରି ବସିଛନ୍ତି । ଟ୍ରେଲର୍‌ ଦେଖିଥିବା ଦର୍ଶକ ବିଶେଷ କରି ଅଭିନେତା ବାବୁସାନ୍‌ଙ୍କ ଅଭିନୟ ଓ ନିର୍ମାଣଧୀନ ଟିମ୍‌ର ଭୂୟସୀ ପ୍ରଶଂସା କରିଚାଲିଛନ୍ତି ।

ଏହାର କାହାଣୀ, ଚିତ୍ରନାଟ୍ୟ ପ୍ରସ୍ତୁତି ସାଙ୍ଗକୁ ନିର୍ଦ୍ଦେଶନା ଦେଇଛନ୍ତି ବିଶାଳ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା । ଉଭୟେ ସିନେମାର ସଫଳତା ନେଇ ବହୁ ଆଶାବାଦୀ ଅଛନ୍ତି । ସିନେମାର ନିର୍ମାଣ, ଗୀତ ସାଙ୍ଗକୁ ଅନ୍ୟାନ୍ୟ ଦିଗରୁ ବହୁତ ସୁନ୍ଦର ପ୍ରସ୍ତୁତି ହୋଇଛି । ବିଶେଷ କରି ବାବୁସାନ୍‌ ଗାଇଥିବା ଗୀତକୁ ଅଧିକ ଦର୍ଶକ ପସନ୍ଦ କରିଛନ୍ତି । ଜେପି ମୋସନ୍‌ ପିକଚର୍ସ ବ୍ୟାନରରେ ଏବଂ ମେଣ୍ଟିସ୍‌ ଫିଲ୍ମସ୍‌ ମିଳିତ ଭାବେ ପ୍ରସ୍ତୁତ ଏହି ସିନେମାର ନିର୍ମାଣ ପଛରେ ରହିଛନ୍ତି ପ୍ରଯୋଜକ ଦୀପେନ୍ଦ୍ର ସାମଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.