PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଆଜି ଲୋକସେବା ଭବନରେ ପ୍ରଦର୍ଶିତ ହେବ ‘ଦମନ’ ସିନେମା, ଦେଖିବାର ସୁଯୋଗ ପାଇବେ ଅଧିକାରୀ

ଭୁବନେଶ୍ୱର,୨୦/୧୧: ନୂଆ ରେକର୍ଡ କରି ଚାଲିଛି ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ । ଚଳଚ୍ଚିତ୍ର ରବିବାର ସନ୍ଧ୍ୟା ୫ଟାରେ ଲୋକସେବା ଭବନରେ ପ୍ରଦର୍ଶିତ ହେବ । ଲୋକସେବା ଭବନର ସମ୍ମିଳନୀ କକ୍ଷରେ କେବଳ ଯୁଗ୍ମ ସଚିବ ପାହ୍ୟାରୁ ଉପରିସ୍ଥ ଅଧିକାରୀମାନେ ଏହି ଚଳଚ୍ଚିତ୍ର ଦେଖିବାର ସୁଯୋଗ ପାଇବେ । ଏହି ଚଳଚ୍ଚିତ୍ର ଦେଖିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସବୁ ବିଭାଗକୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ।

‘ଦମନ’ ଚଳଚ୍ଚିତ୍ରକୁ ରାଜ୍ୟ ସରକାର ଟିକସ ମୁକ୍ତ ଘୋଷଣା କରିଛନ୍ତି । ବାବୁସାନ ମହାନ୍ତି ଅଭିନୀତ ‘ଦମନ’ ଚଳଚ୍ଚିତ୍ର ଏବେ ସାରା ଦେଶରେ ଚହଳ ପକାଇଛି । ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏହା ଏକ ନୂଆ ଧାରା ସୃଷ୍ଟି କରିଛି । ସାରା ଦେଶରେ ଓଡ଼ିଆ ଦର୍ଶକ ଏହାକୁ ପସନ୍ଦ କରିଥିବାବେଳେ ଜାନୁଆରୀରେ ଏହାର ହିନ୍ଦୀ ଡବିଂ ଆସିବ ।