PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

‘ଡାନି’ ଜନଜାତିର ଅଜବ ପରମ୍ପରା, ପରିବାର ସଦସ୍ୟଙ୍କ ମୃତ୍ୟୁରେ କଟାଯାଏ ମହିଳାଙ୍କ ଆଙ୍ଗୁଳି

ନୂଆଦିଲ୍ଲୀ ୨୦/୦୮:ବିଶ୍ୱରେ ଅନେକ ଜନଜାତି ଓ ସେମାନଙ୍କର ଅଜବ ପରମ୍ପରା ଦେଖିବାକୁ ମିଳେ । ତନ୍ମଧ୍ୟରେ କିଛି ପରମ୍ପରା ଅତ୍ୟନ୍ତ କ୍ରୂର ହୋଇଥାଏ । ଏଭଳି ଏକ ଜନଜାତିର ପ୍ରଥା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଇଣ୍ଡୋନେସିଆର ଜନଜାତି ‘ଡାନି’ ଆଜି ବି ଏଭଳି ପରମ୍ପରାକୁ ଜାବୁଡ଼ି ଧରିଛି, ଯାହା ବିଷୟରେ ଶୁଣିଲେ ଲୋମ ଟାଙ୍କୁରି ଉଠେ । ଏହି ଜନଜାତିରେ ପରିବାରର କୌଣସି ସଦସ୍ୟଙ୍କର ମୃତ୍ୟୁ ହେଲେ, ଘରର ମହିଳାଙ୍କ ଆଙ୍ଗୁଳି କାଟିବାକୁ ପଡ଼େ । ଏହି ପ୍ରଥାକୁ ଇକିପାଲିନ କୁହାଯାଏ । ଦୀର୍ଘ ବର୍ଷ ତଳେ ସରକାର ଏହି ପ୍ରଥାକୁ ନିଷିଦ୍ଧ ଘୋଷଣା କରିଥିଲେ । କିନ୍ତୁ ଏବେ ବି ସ୍ଥାନୀୟ ମହିଳାଙ୍କ ହାତ ଏହାର ପ୍ରମାଣ ଦିଏ । ଇଣ୍ଡୋନେସିଆର ଜୟାବିଜୟା ପ୍ରାନ୍ତରେ ଡାନି ଜନଜାତି ବାସ କରନ୍ତି ।

ଏଠାରେ ମହିଳାଙ୍କୁ ନେଇ ଅନେକ ନିଷ୍ଠୁର ପରମ୍ପରା ଆଜି ବି ପାଳିତ ହେଉଛି । ପରିବାର ସଦସ୍ୟଙ୍କ ମୃତ୍ୟୁରେ ମହିଳାଙ୍କ ଆଙ୍ଗୁଳି କାଟିବା ପଛରେ ଏକ ମାନ୍ୟତା ରହିଛି । ପୂର୍ବପୁରୁଷଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରିବାକୁ ଏପରି କରାଯିବା ଉଚିତ ବୋଲି ବିଶ୍ୱାସ ରହିଛି । ମହିଳାଙ୍କ ଆଙ୍ଗୁଳିକୁ କୁରାଢ଼ିରେ କଟାଯାଏ । ପରିବାର ସଦସ୍ୟଙ୍କ ମୃତ୍ୟୁର ଯନ୍ତ୍ରଣାଠୁ ଏହାର ଯନ୍ତ୍ରଣାକୁ କମ୍‌ ବୋଲି ବିବେଚନା କରାଯାଏ । ଏହି ପ୍ରଥାରେ ମହିଳାଙ୍କ ଆଙ୍ଗୁଳିକୁ ପ୍ରଥମେ ରଶିରେ ବନ୍ଧାଯାଏ, ଯାହା ଦ୍ୱାରା ସେଠାରେ ରକ୍ତ ସଞ୍ଚାଳନ ନ ହୋଇପାରିବ । ତା’ପରେ କୁରାଢ଼ିରେ କାଟି ଦିଆଯାଏ । ତା’ପରେ ଆଙ୍ଗୁଳିକୁ ଜାଳି ଦିଆଯାଏ ।

ସମ୍ବନ୍ଧିତ ଖବର