ପ୍ରମୂଖ ଖବର
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ସାଇବର ଠକେଇ ଲିଙ୍କ୍‌ରେ ଦାରିଙ୍ଗବାଡିର ଯୁବକ ଗିରଫ, ଘରୁ ଉଠାଇ ନେଲା ପଶ୍ଚିମବଙ୍ଗ ପୋଲିସ

Published By : Rasmita Pradhan | March 14, 2025 3:00 PM

ଫୁଲବାଣୀ,୧୪/୩ : ସାଇବର ଠକେଇ ଲିଙ୍କ୍‌ରେ ଦାରିଙ୍ଗବାଡ଼ିର ଯୁବକ ଗିରଫ। ବୁଧବାର ବିଳମ୍ଵିତ ରାତିରେ ଦାରିଙ୍ଗବାଡ଼ିର ପ୍ରିୟବ୍ରତ ସାହୁଙ୍କୁ ଘରୁ ଉଠାଇନେଲା ପଶ୍ଚିମବଙ୍ଗ ପୋଲିସ। ଚନ୍ଦନନଗର ସାଇବର ଥାନା ପୋଲିସ ପ୍ରିୟବ୍ରତଙ୍କୁ ଗିରଫ କରିଛି।

ସୂଚନାନୁଯାୟୀ, ପଶ୍ଚିମବଙ୍ଗ ଚନ୍ଦନନଗର ସାଇବର ଥାନାରେ ଏକ ଠକେଇ ମାମଲା ରୁଜୁ ହୋଇଥିଲା। ଏଥିରେ ପ୍ରିୟବ୍ରତଙ୍କ ସମ୍ପୃକ୍ତି ଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା । ବୁଧବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ପୋଲିସ ଦାରିଙ୍ଗବାଡ଼ିରେ ପହଞ୍ଚି ପ୍ରିୟବ୍ରତଙ୍କୁ ଗିରଫ କରିଛି। ପ୍ରିୟବ୍ରତଙ୍କ ବ୍ୟାଙ୍କ ଖାତାକୁ ୨୩ ଲକ୍ଷ ଟଙ୍କା ଆସିଥିବା ପ୍ରମାଣ ମିଳିଛି। ପଶ୍ଚିମବଙ୍ଗ ପୋଲିସ ଟିମ୍ ଏନେଇ ଦାରିଙ୍ଗବାଡ଼ି ପୋଲିସକୁ ସୂଚନା ଦେଇଛି।  

ପ୍ରିୟବ୍ରତଙ୍କୁ ଦାରିଙ୍ଗବାଡ଼ି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରାଇ ଟ୍ରାନ୍‌ଜିଟ ରିମାଣ୍ଡ୍‌ରେ କୋଲକାତା ନିଆ ଯାଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁକୁ ହୋଲ୍ଡ କରି ଦିଆଯାଇଛି। ପ୍ରିୟବ୍ରତଙ୍କ ଏକ ନିଜସ୍ଵ ନ୍ୟୁଜ ପୋର୍ଟାଲ ଥିବା ଜଣାପଡିଛି।

ଏହି ଖବରଟିକୁ ପଢନ୍ତୁ-ଭିସୁଟ୍ ଛାତ୍ରଙ୍କ ଉପରେ ଅଙ୍କୁଶ, ୭ଟି ସ୍ଥାନକୁ ଯିବା ଉପରେ କଟକଣା ଲଗାଇଲେ କର୍ତ୍ତୃପକ୍ଷ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.