PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଆରଟିଆଇରେ  ମିଳୁନି ତଥ୍ୟ,୨୫ରେ ଧାରଣା ଦେବେ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ

ନୀଳଗିରି,୨୦/୧୦(ଆ.ପ୍ର): ବାଲେଶ୍ଵର ଜିଲ୍ଲା ନୀଳଗିରି ଆଇଟିଡିଏ ଅଫିସରେ ବିଭିନ୍ନ କାର୍ଯ୍ୟର ଆରଟିଆଇ ତଥ୍ୟ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ମାଗିବା ପରେ ତାଙ୍କୁ  ତଥ୍ୟ   ଦିଆଯାଇ ନ ଥିଲା।  ଆରଟିଆଇରେ ତଥ୍ୟ ଦିଆଯାଉ ନ ଥିବାରୁ  ଏ ନେଇ ଆସନ୍ତା ୨୫ରେ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଧାରଣା ଦେବେ ବୋଲି କହିଛନ୍ତି

ସୂଚନାଯୋଗ୍ୟ ନୀଳଗିରି ଗୋଟେ ଆଦିବାସୀ ବ୍ଲକ ହୋଇଥିବା ବେଳେ ଅଞ୍ଚଳରେ ଉନ୍ନୟନ ନାଁରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପଦତ୍ତ କୋଟିକୋଟି ଟଙ୍କାର ଅନିୟମିତତା ଅଭିଯୋଗ ଉଠିଥିଲା। ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ସମସ୍ତ ବିବରଣୀ ଜାଣିବା ପାଇଁ ବିଭିନ୍ନ ଯୋଜନାରେ କାମ ଗୁଡିକର ବିଲ,ଏଷ୍ଟିମେଣ୍ଟ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆରଟିଆଇ ରେ ମାଗିଥିଲେ।ତାଙ୍କୁ ନିଶ୍ଚିତ ଦିଆଯିବ ବୋଲି ବାରମ୍ବାର କର୍ମଚାରୀ ଓ ଅଧିକାରୀ କହି ଆସୁଥିଲେ।ମାସେ ପୁରିବାରୁ ପୁଣି ଶ୍ରୀ ଷଡ଼ଙ୍ଗୀ ତଥ୍ୟ ଦିଅନ୍ତୁ ନଚେତ ମୁଁ ଅପିଲି କରିବି ବୋଲି କହିଥିଲେ।ପୁଣି ତାଙ୍କୁ ତାରିଖ ଉପରେ ତାରିଖ ଗଡାଇ ଗଡାଇ ଚାଲିଥିଲେ। ଅପିଲି ତାରିଖ ଗଡିଯିବା ପରେ ସେ ପୁଣି ମାଗିବାରୁ ବିଭାଗୀୟ କିରାଣୀ ଆଉ ଦେଇ ହେବନି ପିଏ ଙ୍କୁ କୁହନ୍ତୁ ବୋଲି କହିଥିଲେ। ପୁଣି ଶ୍ରୀ ଷଡ଼ଙ୍ଗୀ ପିଏଙ୍କୁ ପଚାରିବାରୁ ନିରାଶ ହୋଇ ଶେଷରେ ଆନ୍ଦୋଳନ ନିଷ୍ପତ୍ତି ନେଇଛନ୍ତି। ଏକ ସାମ୍ବାଦିକ ସମ୍ମଳନୀ ଜରିଆରେ ସେ ବିଭାଗର ଏଭଳି ବ୍ୟବହାର ଉପରେ ବର୍ଷିଛନ୍ତି। ଜଣେ ବରିଷ୍ଠ ଆଇନଜୀବୀ ଓ ପୂର୍ବତନ ବିଧାୟକଙ୍କୁ ଯଦି ଆରଟିଆଇ ତଥ୍ୟ ଦିଆନଯାଇ ଏଭଳି ମାନସିକ ନିର୍ଯ୍ୟାତନା ଦିଆଯାଉଛି ତାହେଲେ ସାଧାରଣ ଲୋକେ କିପରି ଉପକୃତ ହେଉଥିବେ ତାହା ସ୍ପଷ୍ଟ ଅନୁମାନ କରିହେଉଛି।ତେବେ ଏଭଳି ବ୍ୟବହାର ପ୍ରତିବାଦରେ ସେ ଆଗାମୀ ୨୫ ତାରିଖ ଦିନ ଆଇଟିଡିଏ ଅଫିସ ସାମ୍ନାରେ ଧାରଣା ଦେବେ ବୋଲି ସୂଚନା ଦେଇଛନ୍ତି।ଯେ ପର୍ଯ୍ୟନ୍ତ ଅଧିକାରୀ ତଥ୍ୟ ପ୍ରଦାନ କରି ନାହାଁନ୍ତି ସେ ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ଚରମ ଚେତାବନୀ ଦେଇଛନ୍ତି।