ପ୍ରେମିକକୁ ୪ଲକ୍ଷ ଟଙ୍କାର ସୁପାରୀ ଦେଇ ବାପାର ହତ୍ୟା କରାଇଲା ଝିଅ, ଏହା ଥିଲା କାରଣ

ଉତ୍ତରପ୍ରଦେଶ ୩୦।୫: ବାଘପତର ଛପରୋଲୀ ଥାନା ଅନ୍ତର୍ଗତ ହେବା ଗାଁର କୃଷକ ଅଜିତଙ୍କ ହତ୍ୟାକାଣ୍ଡ ମାମଲା ଏବେ ସାମ୍ନାକୁ ଆସିଛି। ଅଜିତଙ୍କ ଝିଅ ୪ଲକ୍ଷ ଟଙ୍କାର ସୁପାରୀ ଦେଇ ପ୍ରେମିକ ଦ୍ବାରା ବାପାର କରିଥିଲା ହତ୍ୟା। ଏବେ ପୁଲିସ ଝିଅ ଏବଂ ପ୍ରେମିକକୁ ଗିରଫ କରି ଜେଲ ପଠାଇବା ପରେ ଘଟଣାର ପର୍ଦ୍ଦାଫାଶ କରିଛି।
ଏସପି ଶୈଲେସ କୁମାର ପାଣ୍ଡେ କହିଛନ୍ତି, ହେବା ଗାଁରେ ମେ୨୫ ତାରିଖ ରାତିରେ କୃଷକ ଅଜିତ ସିଂହ (୪୦)ଙ୍କ ପୁତ୍ର ଇନ୍ଦ୍ରପାଲଙ୍କୁ କ୍ଷେତରେ ଗୁଳି ମାରି ହତ୍ୟା କରାଯାଇଥିଲା। ମୃତକଙ୍କ ପତ୍ନୀ ଉଷା ଦେବୀ ଥାନାରେ ଏନେଇ ଏତଲା ଦେଇଥିଲେ। ବୁଧବାର ପୁଲିସ ମୃତକଙ୍କ ଝିଅ ନିଶା ଏବଂ ତାର ପ୍ରେମିକ ମୁକୁଲକୁ ଗିରିଫ କରିଛି।
ଅଭିଯୁକ୍ତକୁ ପଚରାଉଚରା ପରେ ପୁଲିସ କହିଛି ଯେ, ମୃତକ କୃଷକର ଚରିତ୍ର ଖରାପ ଥିଲା। ତା ପାଇଁ ପୁରା ପରିବାର ଅସୁବିଧାରେ ରହୁଥିଲେ। କିଛି ଦିନ ପୂର୍ବରୁ ମୃତକ ଜଣକ ୯ଲକ୍ଷ ଟଙ୍କାରେ ଘରକୁ ବିକ୍ରି କରିଦେଇଥିଲା। ଏପେଟ ଝିଅ ନିଶା ଓ ମୁକୁଲ ମଧ୍ୟରେ ପ୍ରେମ ସମ୍ପର୍କ ଚାଲିଥିଲା। ଦୁହେଁ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ମୃତକ ଜଣକ ବିବାହ ପାଇଁ ରାଜି ହେଉନଥିଲା। ତେଣୁ ନିଶା ବାପାକୁ ରାସ୍ତାରୁ ହଟାଇବା ପାଇଁ ଚାହୁଁଥିଲା। ନିଜ ବାପାକୁ ମାରିବା ପାଇଁ ପ୍ରେମିକକୁ ୪ଲକ୍ଷ ଟଙ୍କା ସୁପାରୀ ଦେଇଥିଲା। ୨୫ତାରିଖ ରାତିରେ ଝିଅ ପ୍ରେମିକକୁ ଫୋନ କରି ବାପାର ଠିକଣା ପଠାଇଥିଲା। ପ୍ରେମିକ ତା ସାଙ୍ଗମାନଙ୍କ ସହିତ ମିଶି ବାପାକୁ ଗୁଳି ମାରି ହତ୍ୟା କରିଥିଲେ। ଏବେ ଝିଅ ଓ ପ୍ରେମିକ ଥାନାରେ। ଆଗକୁ ତଦନ୍ତ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି।