ବାପାଙ୍କ ସ୍ମୃତି ଉଦ୍ଦେଶ୍ୟରେ ‘ମୋ ସ୍କୁଲ’ ଅଭିଯାନକୁ ହାତ ବଢ଼ାଇଲେ ଝିଅ

କୋକସରା ୯/୧୨: ଦିନେ ସ୍କୁଲରେ ପ୍ରଧାନ ଶିକ୍ଷକ ରହିଥିଲେ। ସ୍କୁଲ ପ୍ରତି ତାଙ୍କର ରହିଥିଲା ଆନୁଗତ୍ୟ ଓ ଅନେକ ଭଲ ପାଇବା । ଏହି ବିଦ୍ୟାଳୟରୁ ସେ ଅନେକ ଛାତ୍ରଛାତ୍ରୀଙ୍କୁ ବଡ ମଣିଷ କରିବାରେ ଅନେକ ପରିଶ୍ରମ କରିଥିଲେ। ହେଲେ ସେ ଏବେ ଆରପାରିରେ । କୋକସରା ବ୍ଲକ ଆମପାଣି ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପୂର୍ବରୁ ପ୍ରଧାନ ଶିକ୍ଷକ ରହିଥିଲେ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ବାପାଙ୍କ ଶ୍ରାଦ୍ଧ ଦିବସରେ ଭବାନୀପାଟଣା ମାଣିକେଶ୍ୱରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟତ୍ରୀ ରହିଥିବା ଝିଅ ଶ୍ରୀମତୀ ପ୍ରଗତି ମହାପାତ୍ର ବାପାଙ୍କ ସ୍ମୃତିରେ ବୁଢ଼ାରଜା ଉଚ୍ଚ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ ଯୋଜନାକୁ ସ୍କୁଲର ଭିତ୍ତିଭୂମିର ଉନ୍ନତି ସହାୟକ ଦିଗରେ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗଙ୍କୁ ଭେଟି ୧୦ ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି ଓ ଆଗକୁ ମଧ୍ୟ ସେ ସ୍କୁଲ ପାଇଁ ସମର୍ପିତ ରହିବେ ବୋଲି କହିଛନ୍ତି। ସ୍କୁଲ କର୍ମକର୍ତ୍ତା ଓ ପରିଚାଳନା କମିଟି ପକ୍ଷରୁ ମହତ ଉଦ୍ଦେଶ୍ୟରେ ସହଯୋଗ ପାଇଁ ପ୍ରଗତି ମହାପାତ୍ରଙ୍କୁ ଧନ୍ୟବାଦ ଦେଇଥିଲେ।