ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

୨୧ରେ ଥିଲା ଝିଅ ବାହାଘର..ନିମନ୍ତ୍ରଣ କାର୍ଡ ବାଣ୍ଟି ଘରକୁ ଫେରିଲା ବେଳେ ଦୁର୍ଘଟଣାରେ ଚାଲିଗଲା ବାପାଙ୍କ ଜୀବନ

Published By : Prameya | February 18, 2025 9:58 AM

ଧଉଳି, ୧୮/୦୨: ଆଉ ୪ ଦିନ ପରେ ଝିଅର ବାହାଘର ହୋଇଥାନ୍ତା ।  ଖୁବ୍‌ ଧୁମଧାମରେ ବାହାଘର କରିବାକୁ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ ବାପା  ।  ହେଲେ ବିଧିର ବିଧାନ ଥିଲା ଅଲଗା । ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ବାପା । ସୋମବାର ପିପିଲି ଥାନା କୌଶଲ୍ୟାଗଙ୍ଗ ଫାଣ୍ଡି ପୂବାଶାସନର ଏହି  ଦୁଃଖଦ ଘଟଣା ଗ୍ରାମରେ ଶୋକାକୁଳ  ପରିବେଶ ସୃଷ୍ଟି କରିଛି । 

ପୂବାଶାସନ ଗ୍ରାମର ହେମନ୍ତ ସ୍ୱାଇଁ ଓରଫ କାହ୍ନୁଙ୍କ ବଡ଼ ଝିଅର ବାହାଘର ଏଇମାସ ୨୧  ତାରିଖରେ ହେବା ପାଇଁ ଦିନଧାର୍ଯ୍ୟ  ହୋଇଥିଲା। ସେଥିପାଇଁ କାହ୍ନୁ  ରବିବାର ବାହାଘର କାର୍ଡ ବଣ୍ଟାବଣ୍ଟି  କରି ସାଇକଲ ଯୋଗେ ଘରକୁ ଫେରୁଥିଲେ । ରାତି ପ୍ରାୟ ୮ ଟାରେ  ଭୁବନେଶ୍ୱରରୁ ପୁରୀ ଅଭିମୁଖେ  ଆସୁଥିବା ଏକ କାର ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ କାହ୍ନୁ  ତଳେ ପଡିଯିବା ସହ ମୁଣ୍ଡରେ ତାଙ୍କର  ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ  ଲୋକେ ତାଙ୍କୁ ପ୍ରଥମେ ବାଳକାଟି ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର  ଅବସ୍ଥା ସଂକଟାପର୍ଣ୍ଣ ହେବାରୁ କ୍ୟାପିଟାଲ  ହସ୍ପିଟାଲ ନିଆଯାଇଥିଲା । ସେଠାରେ  ଚିକିତ୍ସାଧୀନ ଅବସ୍ଥାରେ ସୋମବାର କାହ୍ନାଙ୍କର  ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟାଇଥିବା କାରକୁ ପୁଲିସ ଜବତ କରିଥିବା ବେଳେ  ଚାଳକ ସତ୍ୟବାଦୀ ଥାନା ଅଞ୍ଚଳର  ମାନସ ଓରଫ ସୁବାସ ରାଉତଙ୍କୁ  ଗିରଫ କରି କୋର୍ଟ ଚାଲାଣକରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.