PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

କର୍ମଚାରୀଙ୍କ ସାମୁହିକ ଇସ୍ତଫା ପରେ ଚିନ୍ତାରେ ଏଲନ ମସ୍କ ! ସମସ୍ତଙ୍କୁ ପଠାଇଲେ ଏମିତି ମେସେଜ୍

ନୂଆଦିଲ୍ଲୀ ୧୯/୧୧: ଟ୍ୱିଟରର ଶହ ଶହ କର୍ମଚାରୀ ଇସ୍ତଫା ଦେବାର ଗୋଟିଏ ଦିନ ପରେ କମ୍ପାନୀର ନୂଆ ମାଲିକ ଏଲନ ମସ୍କ କର୍ମଚାରୀଙ୍କୁ ଏକ ଏସଓଏସ୍(SOS) ପଠାଇଛନ୍ତି ।  ସେ କହିଛନ୍ତି କି ଯିଏ ବି ସଫ୍ଟୱେୟାର ଲେଖନ୍ତି, ଦୟାକରି ଆଜି ଦ୍ୱିପ୍ରହର ୨ ସୁଦ୍ଧା ୧୦ମ ମହଲାରେ ରିପୋର୍ଟ କରନ୍ତୁ । ମସ୍କ ଏକ ଇମେଲରେ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ସେନ୍ ଫ୍ରାନ୍ସିସ୍କୋ ଯିବା ସହିତ ବ୍ୟକ୍ତିଗତ ରୂପେ ଟ୍ୱିଟର ଅଫିସକୁ ଯିବା ପାଇଁ କହିଛନ୍ତି । ବ୍ଲୁମବର୍ଗ ନିଜ ରିପୋର୍ଟରେ କହିଛି କି ମସ୍କ କହିଛନ୍ତି କି କେବଳ ସେହି ଲୋକମାନଙ୍କୁ ଯେଉଁମାନଙ୍କର ଫ୍ୟାମିଲି ଏମରଜେନ୍ସି ଅଛି ସେମାନଙ୍କୁ ଆଶ୍ୱସ୍ତି ଦିଆଯିବ ।

ସୂଚନା ଅନୁସାରେ ଗତ କାଲି ଟ୍ୱିଟରର ପ୍ରାୟ ୧୨୦୦ କର୍ମଚାରୀ ସାମୁହିକ ଇସ୍ତଫା ଦେଇଛନ୍ତି । ଏହା ପୂର୍ବରୁ ଏଲନ ମସ୍କ ନିଜ ସମସ୍ତ କର୍ମଚାରୀଙ୍କୁ ମେଲ୍ ପଠାଇ ୧୨ ଘଣ୍ଟା କାମ କରିବାକୁ କହିଥିଲେ । ଏହା ସହିତ ଯିଏ ଭଲ ରେଜଲ୍ଟ ଦେଖାଇପାରିବନି ସେମାନଙ୍କୁ ବିଦା କରାଯିବ ବୋଲି ମଧ୍ୟ କହିଥିଲେ । ଏହା ପରେ ଗତ କାଲି ପ୍ରାୟ ୧୨୦୦ କର୍ମଚାରୀ ନିଜେ ଇସ୍ତଫା ଦେଇଦେଇଛନ୍ତି । ଏହି ସାମୁହିକ ଇସ୍ତଫା ପରେ ଏଲନ ମସ୍କ ଚିନ୍ତାରେ ପଡିଯାଇଛନ୍ତି । ଏହା ପରେ ସେ କର୍ମଚାରୀଙ୍କ ଏକ ଏମରଜେନ୍ସି ମିଟିଂ ରଖିଛନ୍ତି ।

ଏତେ ସଂଖ୍ୟାରେ କର୍ମଚାରୀଙ୍କ ଇସ୍ତଫା ପରେ ସେ ନିଜ ସମସ୍ତ କର୍ମଚାରୀଙ୍କୁ ଏସଓଏସ୍ ପଠାଇଛନ୍ତି ଯେଉଁଥିରେ ଟ୍ୱିଟର ସଫ୍ଟୱେୟାର କୋଡର କାମ କରୁଥିବା ଇଞ୍ଜିନିୟରଙ୍କ ମିଟିଂ ପାଇଁ ଡକାଯାଇଛି । ସେ ମେସେଜରେ ଲେଖିଛନ୍ତି କି ଯେଉଁମାନେ ଟ୍ୱିଟର ପାଇଁ କୋଡିଂ କରନ୍ତି ସେମାନେ ଆଜି ଦ୍ୱିପ୍ରହର ୨ଟାରେ ରିପୋର୍ଟ କରନ୍ତୁ । ଏହି ମେସେଜରେ ଏଲନ ମସ୍କ ସମସ୍ତ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଟ୍ୱିଟରର ଫ୍ରାନ୍ସିସ୍କୋର ଅଫିସ ଯିବା ପାଇଁ କହିଛନ୍ତି । ଏହା ସହିତ ମିଟିଂରେ କେବଳ ସେହି ଲୋକଙ୍କୁ  ଆଶ୍ୱସ୍ତି ମିଳିବ ଯେଉଁମାନେ ଫ୍ୟାମିଲି ଏମରଜେନ୍ସିରେ ଅଛନ୍ତି । ଏହା ସହିତ ସେ ସମସ୍ତ ଇଞ୍ଜିନିୟର୍ସଙ୍କୁ ନିଜ କୋଡିଂ କାମର ବୁଲେଟ୍ ପଏଣ୍ଟ୍ସରେ ସ୍କ୍ରିନସଟ୍ ପଠାଇବାକୁ ମଧ୍ୟ କହିଛନ୍ତି । ତେବେ ଅନୁମାନ କରାଯାଉଛି କର୍ମଚାରୀଙ୍କୁ  ନିଜ ଆଗାମୀ ଯୋଜନା ଜଣାଇବା ପାଇଁ ମସ୍କ ଏହି ମିଟିଂ ରଖିଛନ୍ତି ।

ସମ୍ବନ୍ଧିତ ଖବର