ପ୍ରମୁଖ ଖବର
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

୩୦ ଦିନ ଭିତରେ ଦୟା ଭାବିଙ୍କୁ ଫେରିବାକୁ ଚେତାବନୀ, ସିରିୟଲ ନିର୍ମାତା କହିଲେ ନହେଲେ…

ମୁମ୍ବାଇ,୨୨।୩: ଛୋଟ ପରଦାର ହିଟ୍ ସିରିୟଲ ’ତାରକ ମେହେତା କା ଉଲଟା ଚଷମା’ର ଦୟାବେନ୍ ଗଡାଙ୍କ ଭୂମିକାରେ ଅଭିନୟ କରୁଥିବା ଦିଶା ଭକାନୀଙ୍କୁ ଦୀର୍ଘ ଦିନ ହେବ ଆଉ ଦେଖିବାକୁ ମିଳୁନାହାଁନ୍ତି। କାରଣ ସେ ମା’ ହେବାପରେ ସିରିୟଲରୁ ଗତବର୍ଷ ସେପ୍ଟେମ୍ବରରୁ ଛୁଟି ନେଇ ନିଜ ଝିଅର ଯତ୍ନ ନେବାରେ ବ୍ୟସ୍ତ ଅଛନ୍ତି। କିନ୍ତୁ ଏବେ ଏହି ଶୋ’ର  ନିର୍ମାତା ସ୍ପଷ୍ଟ କରିଦେଇଛନ୍ତି ଯେ,   ୩୦ ଦିନ ଭିତରେ ଯଦି ସେ ଶୋ’କୁ ଫେରିବା ନେଇ ନିଷ୍ପତ୍ତି ନିଅନ୍ତୁ। ଯଦି ସେ ନଆସନ୍ତି ତେବେ ତାଙ୍କ ସ୍ଥାନରେ ଅନ୍ୟ କାହାକୁ ନିଆଯିବ। ଉଲ୍ଳେଖନୀୟ ଯେ ସୋନୀ ସବ୍ ଟିଭିରେ ରାତି ୮ଟା୩୦ ମିନିଟରେ ପ୍ରସାରିତ ‘ତାରକ ମେହେତା କା ଉଲଟା ଚଷମା’ ଟେଲି ଦୁନିଆର ଖୁବ୍ ଲୋକପ୍ରିୟ ହାସ୍ୟ ଧାରାବାହିକ।

{"id":8593,"width":759,"height":505}
source: https://hindi.indiatvnews.com

ଏନେଇ ଶୋ’ର ନିର୍ମାତା ଅସିତ ମୋଦି କହିଛନ୍ତି ଦୀଶାଙ୍କୁ ଆମେ ୩୦ ଦିନର ସମୟ ଦେଇଛୁ। ସେ ଯଦି ଫେରି ଆସନ୍ତି ଭଲ, ନହେଲେ ତାଙ୍କ ସ୍ଥାନରେ ଆମେ ଅନ୍ୟ ଜଣଙ୍କୁ ନେବୁ।  ଶୁଣିବାକୁ ମିଳୁଛି ଯେ, ସିରିୟଲର ନିର୍ମାତା ଆଉ ଅପେକ୍ଷା କରିବାକୁ ଚାହୁଁନାହାନ୍ତି। କାରଣ ବହୁଲୋକ ଶୋ’ରେ ଜେଠାଲାଲଙ୍କ ଯୋଡି ଭାଙ୍ଗିବା ନେଇ ଖୁସି ନାହାଁନ୍ତି। ଦୀଶା ଶୋ’କୁ ଛାଡିବା ପରେ ଗତ ୬ ମାସ ମଧ୍ୟରେ କୌଣସି ନୂଆ କନଟ୍ରାକ୍ଟ କରିନାହାଁନ୍ତି। ଏହି କାରଣରୁ ଖବର ମିଳୁଛି ଦୟା ଭାବି ଶୋ’ ଛାଡି ଦେଇଛନ୍ତି। ଦୀଶାଙ୍କ ସ୍ବାମୀ ମୟୁରଙ୍କ କହିବା ଅନୁସାରେ ଗତ ଜାନୁଆରୀରୁ କଳାକାର ଏବଂ ପ୍ରଡ୍ୟୁସରଙ୍କ ଭିତରେ କିଛି ଠିକ୍ ଚାଲିନି। ଦୀଶାଙ୍କର ମଧ୍ୟ କିଛି ଡିମାଣ୍ଡ ରହିଛି, ଯାହା କି ପୂରଣ ହୋଇନାହିଁ। ଦୀଶାଙ୍କ ସ୍ବାମୀ ଚାହୁଁଛନ୍ତି ଦୟା ବେନ୍ କେବଳ ୪ ଘଣ୍ଟା ସୁଟିଂ କରନ୍ତୁ ଓ ମାସରେ ୧୫ ଦିନ କାମ କରନ୍ତୁ। ପୂର୍ବେ ଯେତିକି ଫି, ନେଉଥିଲେ ତାକୁ ଦୁଇଗୁଣା କରିଦିଆଯାଉ।

{"id":8595,"width":744,"height":416}
source: https://www.deccanchronicle.com

ଉଲ୍ଳେଖନୀୟ ଯେ ଗତ ୩୦ ନଭେମ୍ବର ୨୦୧୭ରେ ଦୀଶା ଏକ କନ୍ୟା ସନ୍ତାନର ମା’ ହୋଇଥିଲେ। ଗର୍ଭବତୀ ଥିବା ବେଳେ ଓ ଝିଅ ଜନ୍ମ ହେବାପରେ ତା’ର ଯତ୍ନ ନେବାପାଇଁ ଦୀଶା ଶୋ’ ଠାରୁ ଛୁଟି ନେଇଯାଇଥିଲେ। କିନ୍ତୁ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଆଶା କରୁଛନ୍ତି ଯେ ଦୟା ଭାବି ଖୁବ୍ ଶୀଘ୍ର ଫେରିବେ। ୪ ବର୍ଷ ତଳେ ଦୀଶା ମୟୁର ପାଣ୍ଡ୍ୟାଙ୍କୁ ବିବାହ କରିଥିଲେ। ସେ ଗୁଜରାଠୀ ନାଟକ କମାଲ ପଟେଲ ଭର୍ସେସ ଧମାଲ ପଟେଲ ଓ ଲାଲୀ ଲୀଲାରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ତାରକ ମେହେତାକୁ ଉଲଟା ଚଷମାରେ ଆସିବା ପୂର୍ବରୁ ଶାହାରୁଖ ଖାନଙ୍କ ଫିଲ୍ମ ‘ଦେବଦାସ’ ଏବଂ ହ୍ରିତିକ ରୋଶନଙ୍କ ‘ଯୋ୍ଦ୍ଧା ଆକବର’ରେ କାମ କରିସାରିଛନ୍ତି। ୨୦୦୮ରୁ ସେ ‘ତାରକ ମେହେତା କା ଉଲଟା ଚଷମା’ରେ କାମ କରୁଛନ୍ତି। କିନ୍ତୁ ଗତ ୧ ବର୍ଷ ହେବ ତାଙ୍କୁ ଆଉ ଏହି ଶୋ’ରେ ଦେଖିବାକୁ ମିଳୁନାହିଁ।  

  ​‌

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.