ପ୍ରମୁଖ ଖବର
  • ତୃତୀୟ ଟି-୨୦ରେ ବାଜି ମାରିଲା ଅଷ୍ଟ୍ରେଲିଆ
  • ||
  • ଟନେଲ ଟ୍ରାଜେଡି: ଶ୍ରମିକଙ୍କୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ
  • ||
  • କଟକ : ବୈପାରୀଗୁଡ଼ା ଆଇଆଇସିଙ୍କ ଘରୁ ମିଳିଲା ୩୭ ଲକ୍ଷରୁ ଉର୍ଦ୍ଧ୍ଵ ନଗଦ, ଏବେବି ଚଢାଉ ଜାରି, ବଢିପାରେ ଜବତ ଟଙ୍କାର ପରିମାଣ
  • ||
  • କଟକ: ଆଜି କଟକରେ ପ୍ରଥମ ପର୍ଯ୍ୟାୟ କାର୍ତ୍ତିକେଶ୍ୱର ଭସାଣି, ବିସର୍ଜିତ ହେବେ ୩୯ ମେଢ଼
  • ||
  • ନୂଆଦିଲ୍ଲୀ: ଭାଙ୍ଗିଲା ବିଶ୍ୱର ସର୍ବପ୍ରାଚୀନ ବିଶାଳ ହିମଖଣ୍ଡ, ନ୍ୟୁୟର୍କ ସହର ଆକାରଠୁ ପ୍ରାୟ ୩ ଗୁଣ ବଡ଼
  • ||
  • ଭୁବନେଶ୍ୱର: ନୂଆବର୍ଷରେ ବରମୁଣ୍ଡା ନୂଆ ବସ୍‌ ଟର୍ମିନାଲ ଉଦ୍‌ଘାଟନ୍, ବସ୍‌ ବେ’ରେ ଏକାବେଳେ ଲାଗିବ ୫୦ ବସ୍‌
  • ||
  • ଭାରତ ଓ ଅଷ୍ଟ୍ରେଲିଆ ତୃତୀୟ ଟି-ଟ୍ୱେଣ୍ଟି : ସିରିଜ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ‘କର ବା ମର’ ସ୍ଥିତିରେ କଙ୍ଗାରୁ ବାହିନୀ
  • ||
  • ଭୁବନେଶ୍ୱର: ମାଡ଼ ଖାଇବ ଛାଡ଼ଖାଇ ! ମଙ୍ଗଳବାର କମ୍‌ ବେପାର, ବୁଧବାର ଜମିବ ଆମିଷ ବିକ୍ରି
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ଣରେ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଭୁବନେଶ୍ୱର: ମାଡ଼ିଆସୁଛି ଅତି ଭୀଷଣ ବାତ୍ୟା, ଡିସେମ୍ବର ୬ ସୁଦ୍ଧା ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳରେ ଛୁଇଁବା ଆଶଙ୍କା
  • ||

ଦରମା ସରକାରଙ୍କର, କାମ ଘରୋଇ ସଂସ୍ଥାର: ସରକାରୀ ଡାକ୍ତରଙ୍କୁ ନେଇ ଚାଲିଛି ‘ସହାୟ’ରେ ଡାୟାଲିସିସ୍‌

ଭୁବନେଶ୍ୱର,୨୧ ।୧(ବ୍ୟୁରୋ): ସର୍ତ୍ତ ଅନୁସାରେ ‘ସହାୟ’ ଯୋଜନାରେ ଯେଉଁ ଡାୟଲିସିସ୍‌ ହେଉଛି । ତା’ର ପରିଚାଳନା ଦାୟିତ୍ୱ ‘ସ୍ପନ୍ଦନ ହେଲଥ୍‌ କେୟାର’ କରିବା କଥା । ମାନବ ସମ୍ବଳଠୁ ଆରମ୍ଭ କରି ସବୁ ଖର୍ଚ୍ଚ ଘରୋଇ ସଂସ୍ଥା କରିବ ବୋଲି ବୁଝାମଣାପତ୍ରରେ ମଧ୍ୟ ସ୍ୱାକ୍ଷର କରିଛି । ହେଲେ ସବୁ ସର୍ତ୍ତକୁ ଖିଲାପ କରି ସଂସ୍ଥା ଆବଶ୍ୟକ ମାନବ ସମ୍ବଳ ନିଯୁକ୍ତି ଦେଇନି । ଯେଉଁ ଜଣେ ଡାକ୍ତରଙ୍କ ନାମ ଫଳକ ସେଣ୍ଟର ସାମ୍ନାରେ ମରାଯାଇଛି । ସେ ଡାକ୍ତର ଦିନେ ଆସିଲେ, ପାଞ୍ଚଦିନ ଆସୁନାହାନ୍ତି । ଏପଟେ ସଂସ୍ଥା ହସ୍ପିଟାଲର ୨ ଜଣ ଡାକ୍ତରଙ୍କୁ ନେଇ ଡାୟାଲିସିସ୍‌ କରୁଛନ୍ତି । ଆଉ ଏଥିରେ ସହଯୋଗୀ ପାଲଟିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଏମିତି ବେଆଇନ୍‌ କାମ ବର୍ଷେ ହେଲା ଚାଲିଛି ।
ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ଡାୟାଲିସିସ୍‌ ହେଉଥିଲା । ସରକାର ମେସିନ୍‌ କିଣିଥିଲେ ଆଉ ଡାକ୍ତରଙ୍କୁ ବି ନିୟୋଜିତ କରିଥିଲେ । ହେଲେ ଗତବର୍ଷଠୁ ସରକାର ‘ସହାୟ’ ନାମରେ ଯୋଜନା ଆରମ୍ଭ କରି ସବୁ ଜିଲ୍ଲା ହସ୍ପିଟାଲରେ ଡାୟାଲିସିସ୍‌ ସୁବିଧା ଯୋଗାଇ ଦେଉଛନ୍ତି । ପିପିପି (ସରକାରୀ ଘରୋଇ ଭାଗିଦାରିତା) ରେ ଯୋଜନା ଏବେ କାର୍ଯ୍ୟକାରୀ ହେଉଛି । ବୁଝାମଣା ଅନୁସାରେ ସରକାର ମେସନ୍‌ କିଣି ଦେଇଥିବା ବେଳେ ବାକି ସବୁ ପରିଚଳନା ଘରୋଇ ସଂସ୍ଥା ହିଁ କରିବା କଥା । ସର୍ତ୍ତ ଅନୁସାରେ ସରକାର କ୍ୟାପିଟାଲ ହସ୍ପିଟାଲ ପାଇଁ ୮ ଟି ମେସିନ୍‌ କିଣି ଦେଲେ । ବାକି ମାନବ ସମ୍ବଳ ଯୋଗାଇବା ଦାୟିତ୍ୱ ହେଉଛି ସ୍ପନ୍ଦନ ହେଲଥ୍‌ କେୟାରର । ହେଲେ ସ୍ପନ୍ଦନ ହେଲଥ୍‌ କେୟାର ମାତ୍ର ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦେଇଛି । କେବଳ ଜଣେ ଡାକ୍ତର ହିଁ ଏ ସବୁ ୮ ଟି ଯାକ ମେସିନ୍‌ ଚଲାଇବେ ଆଉ ଡାୟାଲିସିସ୍‌ କରିବେ । ଜଣେ ଲୋକ ଏତେ ସେଣ୍ଟରରେ ରହିବା ସମ୍ଭବ ନୁହେଁ । ତେଣୁ ସଂପୃକ୍ତ ଡାକ୍ତର ପାଳି କରି କ୍ୟାପିଟାଲ ହସ୍ପିଟାଲକୁ ଆସୁଥିବାର ନଜରକୁ ଆସୁଛି ।
ଏ ପଟେ କ୍ୟାପିଟାଲର ଡାକ୍ତର ପ୍ରତାପ କୁମାର ଦାସ ସବୁଦିନ ଡାୟାଲିସିସ୍‌ ୟୁନିଟ୍‌ରେ ବସୁଛନ୍ତି । ଡାକ୍ତର ଦାସ ମେଡିସିନ୍‌ ବିଭାଗ ସ୍ପେସିଆଲିଷ୍ଟ ସହ ନେଫ୍ରୋଲୋଜିର ସ୍ୱତନ୍ତ୍ର ତାଲିମ ନେଇଛନ୍ତି । ତାଙ୍କର ନିଯୁକ୍ତି ହସ୍ପିଟାଲର ଆଇସିୟୁ ପାଇଁ ହୋଇଛି । ତେବେ ହସ୍ପିଟାଲ ନିର୍ଦ୍ଦେଶକ ତାଙ୍କୁ ମେଡିସିନ୍‌ ଓପିଡିରେ ଡ୍ୟୁଟି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଡାକ୍ତର ଦାସ ମେଡିସିନ୍‌ ୱାର୍ଡକୁ ନଯାଇ ଏବେ ଡାୟାଲିସିସ୍‌ ୟୁନିଟ୍‌ରେ ଡ୍ୟୁଟି କରୁଛନ୍ତି । ସରକାରୀ ଡ୍ୟୁଟି କରି ଘରୋଇ ସଂସ୍ଥାର ଦାୟିତ୍ୱରେ ଥିବା କାମକୁ କରୁଛନ୍ତି ଡା.ଦାସ ।
ଆଉ ଜଣେ ଡାକ୍ତର ବି ବି ରାଉତରାୟ କ୍ୟାପିଟାଲ ହସ୍ପିଟାଲ ଶିଶୁ ବିଭାଗ ପାଇଁ ଡେପୁଟେସନ୍‌ରେ ଆସିଛନ୍ତି । ନେଫ୍ରୋଲୋଜିର ସ୍ୱତନ୍ତ୍ର ତାଲିମ ନେଇଥିବାରୁ ସେ ମଧ୍ୟ ଡାୟାଲିସିସ୍‌ ୟୁନିଟ୍‌ରେ ବସୁଛନ୍ତି ।
ଏଠି ପ୍ରଶ୍ନ ଉଠୁଛି । ଏ ଡାକ୍ତର ଦୁଇଜଣ ଯାକ ସରକାରଙ୍କ ଠାରୁ ଟଙ୍କା ପାଉଥିବା ବେଳେ କେଉଁ ସ୍ୱାର୍ଥରେ ‘ସ୍ପନ୍ଦନ’ ପାଇଁ କାମ କରୁଛନ୍ତି । ସରକାର ଗୋଟିଏ ପଟେ ଡାକ୍ତରଙ୍କୁ ଦରମା ଦେଉଥିବା ବେଳେ ପୁଣି (ପରିଚାଳନା)ମାନବ ସମ୍ବଳ ପାଇଁ ଟଙ୍କା ଗଣୁଛନ୍ତି । ଏ ସବୁ ବେଆଇନ୍‌ କାମକୁ ବର୍ଷେ ହେଲା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସମର୍ଥନ ରହିଛି । କେଉଁ ସ୍ୱାର୍ଥରେ ଦୁଇ ଡାକ୍ତରଙ୍କୁ ସହାୟ ପରିଚାଳନାରେ ଥିବା ‘ସହାୟ’ ସେଣ୍ଟରରେ କାମ କରିବାକୁ ଅନୁମତି ଦିଆଯାଇଛି । ଏହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏ ନେଇ ହସ୍ପିଟାଲ ଅଧୀକ୍ଷକ ଅଧୀକ୍ଷକ ଡାକ୍ତର ଅଶୋକ ପଟ୍ଟନାୟକ କୁହନ୍ତି, ‘ସହାୟ’ରେ ହସ୍ପିଟାଲର ଦୁଇ ଜଣ ଡାକ୍ତର ମୁତୟନ ହେଉଥିବା ମୋ ନଜରକୁ ଆସିଛି । ଆମର ମାନବ ସମ୍ବଳ ନଷ୍ଟ ହେଉଛି । ଡାକ୍ତର ଅଭାବ ରହୁଥିବା ବେଳେ ‘ସହାୟ’ରେ ଡାକ୍ତର ନିଯୁକ୍ତିର କୌଣସି ଆବଶ୍ୟକତା ନାହିଁ । ଖୁବ୍‌ଶୀଘ୍ର ସଂସ୍ଥାର ମ୍ୟାନେଜରଙ୍କୁ ଡାକି ଏ ନେଇ ଆଲୋଚନା କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.