ନୂଆଦିଲ୍ଲୀ: ଚଳିତ ଆଇପିଏଲର ଅନ୍ତିମ ମ୍ୟାଚରେ କୋଲକାତାର ପରାଜୟ । କୋଲକାତାକୁ ୪୦ ରନରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ । ୨୦୪ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ କୋଲକାତା ୧୬୩ ରନରେ ଅଲଆଉଟ୍ ହୋଇଛି । ଦଳ ପକ୍ଷରୁ ଅଧିନାୟକ ରାହାଣେ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ସୁଦ୍ଧା ଦଳକୁ ପରାଜୟରୁ ମୁକୁଳାଇ ପାରିନାହାନ୍ତି । ସେପଟେ ଦିଲ୍ଲୀ ପକ୍ଷରୁ ଲୁଙ୍ଗି ନିଙ୍ଗଡ଼ି ଏବଂ କୁଲଦୀପ ୩ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି । ଏହାସହ ଷ୍ଟାର୍କ ୨ଟି ଏବଂ ଅକ୍ଷର ଗୋଟିଏ ଓ୍ବିକେଟରେ ସନ୍ତୁଷ୍ଟ ହୋଇଛନ୍ତି । 

୨୦୪ ରନକୁ ପିଛା କରୁଥିବାବେଳେ କୋଲକାତାର ଅଧିନାୟକ ରାହାଣେ ଏବଂ ଆଲେନ ଭଲ ଆରମ୍ଭ କରିଥିଲେ । ଆଲେନ ୨୦ ରନ କରିଥିବାବେଳେ ରାହାଣେ ୬୩ ରନ କରିଥିଲେ । ମନୀଷ ପାଣ୍ଡେ ୨୫ ରନ କରିଥିବାବେଳେ ପାଓ୍ବେଲ ୨୯ ରନ କରିଛନ୍ତି । ବାକି ବ୍ୟାଟ୍ସମ୍ୟାନ ବଡ଼ ପାଳି ଖେଳିବାରେ ବିଫଳ ହୋଇଛନ୍ତି । ରିଙ୍କୁ ଆଜିର ମ୍ୟାଚରେ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ ।

ଟସ୍ ଜିତି କୋଲକାତା ବୋଲିଂ ନିଷ୍ପତ୍ତି ନେଇଥିଲା । ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । । ୫ ଓ୍ବିକେଟ୍ ବିନିମୟରେ ୨୦୩ ରନ୍ କରିଥିଲା । ଦଳ ପକ୍ଷରୁ କେ.ଏଲ ରହୁଲ ୩୦ ବଲରୁ ୬୦ ରନର ପାଳି ଖେଳିଥିଲେ । ସେପଟେ କୋଲକାତା ପକ୍ଷରୁ ସୌରଭ ଦୁବେ ସର୍ବାଧିକ ୨ ଓ୍ବିକେଟ୍ ଅକ୍ତିଆର କରିଥିଲେ ।

ଦଳର ଦୁଇ ଓପନର ପୋରେଲ ଏବଂ ରାହୁଲ ଆରମ୍ଭରୁ ବଡ଼ ସଟ୍ ଖେଳିଥିଲେ । ପୋରେଲ ୨୨ ରନ କରିଥିବାବେଳେ ରାହୁଲ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଦଳର ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସାହିଲ୨୪, ଅକ୍ଷର ୩୯, ମିଲର ୨୮ ଏବଂ ଆଶୁତୋଷ ଶର୍ମା ୧୮ ରନ କରିଥିଲେ । କୋଲକାତା ପକ୍ଷରୁ ଅନୁକୂଳ ରୟ, ନାରାୟଣ ଏବଂ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ଓ୍ବିକେଟରେ ସନ୍ତୁଷ୍ଟ ହୋଇଥିଲେ ।