ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଗୋବିନ୍ଦପୁର ସ୍କୁଲ ପଛରେ ପଡି ରହିଛି ଗଳିତ ମୃତଦେହ

Published By : Suraj Kumar | May 7, 2025 8:59 PM

ବାରଙ୍ଗ,୭।୫ : ବାରଙ୍ଗ ଥାନା ମଣ୍ଡଳୀ ପଞ୍ଚାୟତ ଗୋବିନ୍ଦପୁର ସ୍କୁଲ ପଛରେ ପଡିରହିଛି  ଗଳିତ ମୃତ ଦେହ। ବୁଧବାର ସନ୍ଧ୍ୟାରେ ଗୋବିନ୍ଦପୁର ଗାଁର ମହିଳାମାନେ ଶୌଚ ହେବାକୁ ଯିବାବେଳେ ମୃତ ଦେହ ଉପରେ ନଜର ପଡ଼ିଥିଲା। ଭୟରେ ମହିଳାମାନେ ଆସି ଗ୍ରାମରେ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଗୋଡ଼ିସହି ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ କରୁଛି ।

ଗୋବିନ୍ଦପୁର ଗ୍ରାମର କିଛି ମହିଳା ସ୍କୁଲ ପଛଦେଇ ନିକଟସ୍ଥ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ଏକ ଗଳିତ ମୃତ ଦେହ ଦେଖିଥିଲେ। ମୃତ ଦେହଟି ବହୁଦିନ ଧରି ପଡିରହିଥିବାରୁ ଶରୀରରେ ହାଡ଼ ଦେଖାଯାଉଛି। ମହିଳାମାନେ ଭୟଭୀତ ହେଇ ଗ୍ରାମକୁ ଯାଇ ଲୋକଙ୍କୁ କହିଥିଲେ। ଗ୍ରାମବାସମାନେ ଦେଖିବା ପରେ ବାରଙ୍ଗ ଥାନା ପୋଲିସକୁ ଖବର ଦେଇଥିଲେ। ମୃତ ଦେହଟି ବହୁଦିନ ଧରି ପଡିରହିଥିବାରୁ ପରିଚୟ ମିଳିପାରିନାହିଁ।  ମୃତ ଦେହରେ ଏକ ହାଫ୍ ପ୍ୟାଣ୍ଟ ଓ ବ୍ଲୁ ଧଳା ସାର୍ଟ ରହିଛି। ଘଟଣା ସ୍ଥଳରେ ଗୋଡି ସାହି ଫାଣ୍ଡି ପୋଲିସ ପହଞ୍ଚି ଅନୁସନ୍ଧାନ କରିଛି । ରାତି ହୋଇଯିବାରୁ ତଦନ୍ତ ହୋଇପାରିନାହିଁ। ସକାଳେ ସାଇଣ୍ଟିଫିକ ଟିମ୍ ଆସିବା ପରେ ଘଟଣାର ତଦନ୍ତ ହେବ ବୋଲି ପୋଲିସ ଠାରୁ ସୂଚନା ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.