ରାଇକିଆ,୩୦/୦୮: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକର ରିତୁବଡି ନିକଟ ପୋଲ ତଳୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ମୃତ ବ୍ୟକ୍ତି ଜଣକ ହେଲେ ସୁଗଡବାଡି ଗ୍ରାମ ଓଡିଆ ସାହିର କାଳିଆ ନାୟକ ବୋଲି ଜଣାପଡ଼ିଛି । ସୂଚନା ମୁତାବକ, ସେ ଗତ ୫ ଦିନ ତଳୁ ଘରୁ ବାହାରକୁ ଯିବା ପରେ ଆଉ ଫେରି ନଥିଲେ। ପୋଲ ନିକଟରେ ଏକ ମୃତଦେହ ପଡ଼ିଥିବା ନେଇ ପୁଲିସ ଖବର ପାଇଥିଲା । ଏନେଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ ସହାୟତାରେ ମୃତଦେହ ଉଦ୍ଧାର କରିଥିବା ଜଣାପଡ଼ିଛି । ସେପଟେ ରାଇକିଆ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।