ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଆମ୍ବୁଲାନ୍ସ ରୁ ଟାଣି ଆଣି ମରଣାନ୍ତକ ଆକ୍ରମଣ

Published By : Prameya | April 13, 2025 11:18 PM

ଭଂଜନଗର,୧୩/୪ : ଭଂଜନଗର ଥାନା ତୁରୁମୁ ଗାଁରେ ଶୁକ୍ରବାର ରାତିରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଗୋଟିଏ ପରିବାରର ତିନି ଜଣକୁ ମରଣାନ୍ତକ ଆକ୍ରମଣ ହୋଇଛି । ସେହି ଗାଁର ରାଜେସ ସେଠି ଓ ତାଙ୍କ ବାପା ମାଙ୍କୁ ଦଳଗତ ହୋଇ ଆକ୍ରମଣ ହୋଇଛି । ଆକ୍ରମଣ ଖୁବ ଭୟାନକ ଥିଲା । ଆକ୍ରମଣକାରିମାନେ ଏତେ ରାଗି ଯାଇଥିଲେ ଯେ ଆହତ ରାଜେଶକୁ ଆମ୍ବୁଲାନ୍ସରେ ମେଡ଼ିକାଲ ନିଆ ଯାଉଥିବାବେଳେ ପୁଣି ଆମ୍ବୁଲାନ୍ସକୁ ଅଟକାଇ ଆମ୍ବୁଲାନ୍ସରୁ ଟାଣି ଆଣି ଲୁହା ରଡ଼ ଓ ଠେଙ୍ଗାରେ ଆକ୍ରମଣ କରିଛନ୍ତି । 

ଚିତ୍କାର କରୁଥିଲେ ମଧ୍ୟ ଛାଡ଼ିନାହାଁନ୍ତି । ଖବରପାଇ ଭଞ୍ଜନଗର ପୋଲିସ ଅଫାୟାରକୁ ଅପେକ୍ଷାନ କରି ଘଟଣାସ୍ଥଳରେ ପଂହଁଚି ଯିବାରୁ ଆକ୍ରମଣକାରୀମାନେ ଛାଡି ଦୌଡ଼ି ପଳାଇଛନ୍ତି । ରାଜେଶଙ୍କ ପରିବାରର ତିନି ଜଣ ବ୍ରହ୍ମପୁର ମେଡ଼ିକାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ପତ୍ନୀ ସାଗରୀ ସେଠି ଶନିବାର ଭଂଜନଗର ଥାନାରେ ୧୫ ଜଣଙ୍କ ନାମରେ ଏତଲା ଦେଇଛନ୍ତି । ପୂର୍ବ ଶତ୍ରୁତାକୁ ନେଇ ଏଭଳି କାଣ୍ଡ ଘଟିଥିବା ବେଳେ ପପୁ ସେଠି କୁ ଭଂଜନଗର ପୋଲିସ ଭାଇରାଲ ହେଉଥିବା ଭିଡ଼ିଓକୁ ଯାଞ୍ଚ କରି ଗିରଫ କରି, ଘଟଣାର ଅଧିକ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଜୀବନା ନନ୍ଦ ଜେନା ପ୍ରକାଶ କରିଛନ୍ତି  । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.