ପିଠୋରାଗଡ଼: ଉତ୍ତରାଖଣ୍ଡର ପିଠୋରାଗଡ଼ ଜିଲ୍ଲାରେ ମଙ୍ଗଳବାର ଏକ ଭୟଙ୍କର ଜିପ୍ ଦୁର୍ଘଟଣା ଘଟିଛି। ଖବର ମୁତାବକ ୧୩ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜିପ୍ ନିୟନ୍ତ୍ରଣ ହରାଇ ନଦୀକୁ ଖସିପଡ଼ିଥିଲା। ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
ସ୍ଥାନୀୟ ପୋଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଯେଉଁଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି। ପ୍ରାଥମିକ ତଦନ୍ତରୁ ଜିପ୍ଟି ଅତ୍ୟଧିକ ବେଗ କିମ୍ବା ରାସ୍ତାର ଖରାପ ଅବସ୍ଥା ଏହି ଦୁର୍ଘଟଣାର କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ତେବେ, ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।
ପିଠୋରାଗଡ଼ର ପାହାଡ଼ିଆ ରାସ୍ତାରେ ଏଭଳି ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ ଏବଂ ଚିନ୍ତାଜନକ। ଏହା ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ରାସ୍ତା ସୁରକ୍ଷା ଓ ଯାନବାହନର ଅବସ୍ଥା ନେଇ ଅନେକ ଥର ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକେ ରାସ୍ତାର ମରାମତି ଓ ନିୟମିତ ଯାନବାହନ ଯାଞ୍ଚ ପାଇଁ ଦାବି କରୁଛନ୍ତି। ଏହି ଘଟଣା ପରେ ପ୍ରଶାସନ ଉପରେ ଏକ ସୁରକ୍ଷିତ ଯାତାୟାତ ବ୍ୟବସ୍ଥା ଗଢ଼ିବା ପାଇଁ ଚାପ ବଢ଼ିବାରେ ଲାଗିଛି।
ମୃତମାନଙ୍କ ପରିବାରକୁ ସମବେଦନା ଜଣାଇ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାର ଆହତମାନଙ୍କ ଚିକିତ୍ସା ଓ ସହାୟତା ପାଇଁ ପଦକ୍ଷେପ ନେଉଛନ୍ତି। ଆଗକୁ ଜେପରି ଆୁ ଏପରି ଦୁର୍ଘଟଣା ନଘଟେ ପ୍ରଶାସନ ଏହା ଉପରେ ନଜର ରଖିବ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଛି।