ପ୍ରମୂଖ ଖବର
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ପଦ୍ମଶ୍ରୀ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ପୂଣ୍ୟତିଥି, ଗର୍ବ ଏବଂ ଗୌରବଙ୍କୁ ମନେ ପକାଇଲା ମୟୂରଭଞ୍ଜ

Published By : Ankita S | February 25, 2025 12:54 PM

ବାରିପଦା,୨୫/୦୨:  ପଦ୍ମଶ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ପୂଣ୍ୟତିଥିରେ 'ଆମେ ମୟୂରଭଞ୍ଜିଆ' ସଂଗଠନ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପ୍ରନ୍ନତତ୍ତ୍ୱବିତ୍ ଐତିହାସିକ ତଥା ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପୂର୍ବତନ ସଂଗ୍ରହାଧକ୍ଷ ପଦ୍ମଶ୍ରୀ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ପୂଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ପଦ୍ମଶ୍ରୀ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଅବଦାନକୁ ମନ ପକାଇଛି ମୟୂରଭଞ୍ଜ ।

ମୟୂରଭଞ୍ଜିଆ ସଂଗଠନ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପଦ୍ମଶ୍ରୀ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ପୂଣ୍ୟତିଥି ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ମୟୂରଭଞ୍ଜିଆର ଅଧ୍ୟକ୍ଷ ସଞ୍ଜୟ କୁମାର ଚୌଧୁରୀଙ୍କ ଆହ୍ୱାନ କ୍ରମେ ପୂଜ୍ୟପୂଜାର ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବରପୁତ୍ରଙ୍କୁ ସମ୍ମାନ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।  ସଂସ୍କୃତି ଭବନ ପରିସରରେ ଥିବା ଡ଼କ୍ଟର ପାଣିଗ୍ରାହୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପୁଲିସ ଅଧିକାରୀ ଦୁର୍ଗା ପ୍ରାସାଦ ମିଶ୍ର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଅନନ୍ତ ପ୍ରସାଦ ସେଠୀ ଯୋଗ ଦେଇଥିଲେ ।

ଡ଼ଃ ପାଣିଗ୍ରାହୀଙ୍କ କୃତି ଓ କୀର୍ତ୍ତି ବାବଦରେ ଆଲୋକପାତ କରିବା ସହ ସେ ଜଣେ ପ୍ରଖ୍ୟାତ ଐତିହାସିକ ତଥା ସୁସାହିତ୍ୟିକ ବୋଲି କହିବା ସହ ତମାମ ମୟୂରଭଞ୍ଜିଆଙ୍କ ପାଇଁ ଗର୍ବ ଏବଂ ଗୌରବ ବୋଲି କହିଥିଲେ ଜିଲ୍ଲା ସଂସ୍କୃତି ଅଧିକାରୀ । ଏହି ଅବସରରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଡ଼ଃ ତରୁଣ କୁମାର ଓଝା ଡ଼ଃ ପାଣିଗ୍ରାହୀଙ୍କ ଭଳି ବ୍ୟକ୍ତିତ୍ୱଙ୍କ ପଥ ଅନୁସରଣ କରି ଆଗକୁ ବଢିବାକୁ ହେବ ବୋଲି କହିଥିଲେ । ସେହିପରି ଉପସ୍ଥିତ ଅନ୍ୟମାନେ ଡ଼ଃ ପାଣିଗ୍ରାହୀଙ୍କ ସାମଗ୍ରିକ ସାହିତ୍ୟ କୃତି ଓ ତାଙ୍କର ପ୍ରତନାତାତ୍ତ୍ୱିକ ଗବେଷଣା ଉପରେ ଆଲୋକପାତ କରି ସ୍ମୃତି ଚାରଣ କରିଥିଲେ । 

ଉଲ୍ଲେଖଯୋଗ୍ୟ ଯେ, ପ୍ରଖ୍ୟାତ ଐତିହାସିକ ଓ ପ୍ରାବନ୍ଧିକ ପଦ୍ମଶ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ମୟୁରଭଞ୍ଜ ଜିଲ୍ଲାର ଖିଚିଙ୍ଗ ଠାରେ ଜନ୍ମଗ୍ରହଣ କରିଥିଲେ । ଅଧ୍ୟାପନା ସହିତ ପ୍ରତ୍ନତତ୍ତ୍ଵ ଗବେଷଣାରେ ଜଡିତ ରହି  ବହୁ ନୂତନ ଐତିହାସିକ ତଥ୍ୟର ସନ୍ଧାନ ଦେଇଥିଲେ । ‘ଭୁବନେଶ୍ଵରର ପ୍ରତ୍ନତାତ୍ତ୍ୱିକ ଅବଶେଷ' ବିଷୟରେ ଇଂରାଜୀରେ ଲିଖିତ ତାଙ୍କର ଗବେଷଣା ଗ୍ରନ୍ଥ ଏକ ଉପାଦେୟ ସୃଷ୍ଟି । ଓଡ଼ିଆ ଭାଷାରେ ମୌଳିକ ପ୍ରବନ୍ଧ ଲେଖି ପ୍ରତିଭାବାନ୍ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଓଡ଼ିଆ ସାହିତ୍ୟର ଇତିହାସରେ ସ୍ଵତନ୍ତ୍ର ସ୍ଥାନ ଅଧିକାରୀ କରିଥିଲେ । ସତ୍ୟ ସହିତ ତଥ୍ୟର ସମନ୍ଵୟ, ଅକାଟ୍ୟ ଯୁକ୍ତି ଓ ସରଳ ବୋଧଗମ୍ୟ  ଭାଷାରେ ରଚିତ ତାଙ୍କର ପ୍ରବନ୍ଧଗୁଡ଼ିକ ଅନୁପମ ମର୍ଯ୍ୟାଦାପୂର୍ଣ୍ଣ ଥିଲା । 

ପ୍ରବନ୍ଧ ମାନସ, ଇତିହାସ ଓ କିମ୍ବଦନ୍ତୀ, ସାରଳା ସାହିତ୍ୟର ଐତିହାସିକ ଚିତ୍ର ଓ ଆମ୍ବ ,‘ମୋ ସମୟର ଓଡ଼ିଶା’ ପୁସ୍ତକ ତାଙ୍କ ଜୀବନାଦର୍ଶର ସର୍ବତ୍ତୋମ କୃତି । ମୟୂରଭଞ୍ଜର ଏହି କୃତିସନ୍ତାନ ତଥା ମହାନ ଗବେଷକ, ଐତିହାସିକଙ୍କ  ଜନ୍ମ ୧୯୦୯  ମସିହା ଡିସେମ୍ବର ମାସ ୦୧ ତାରିଖ ଏଵଂ ୧୯୮୭ ମସିହା ଫେବୃଆରୀ ମାସ ୨୫ ତାରିଖରେ କଟକଠାରେ ମହାପ୍ରୟାଣ ହୋଇଥିଲା । 




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.